ଚେସ ବିଶ୍ୱକପ୍: ଟାଇଟଲ ହାସଲରୁ ବଞ୍ଚିତ ହେଲେ ପ୍ରଜ୍ଞାନନ୍ଦ
ନୂଆଦିଲ୍ଲୀ: ବିଶ୍ୱର ନମ୍ବର ୱାନ ଖେଳାଳି ମାଗ୍ନସ କାର୍ଲସେନଙ୍କୁ ଫିଡେ ବିଶ୍ୱକପ୍ ଚେସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କଡ଼ା ଟକ୍କର ଦେଇ ହାରି ଯାଇଛନ୍ତି ଭାରତର ଆର ପ୍ରଜ୍ଞାନନ୍ଦ। କାର୍ଲସନ ଟ୍ରାଏ ବ୍ରେକ୍ରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦଙ୍କୁ ହରାଇ ଦେଇଛନ୍ତି। ପ୍ରଜ୍ଞାନନ୍ଦ ମ୍ୟାଚ୍ ହାରି ଯାଇଥିଲେ ମଧ୍ୟ ଏତେ କମ ବୟସରେ ଫାଇନାଲରେ ପହଞ୍ଚିବା ଓ ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ଟକ୍କର ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ମଙ୍ଗଳବାର ଠାରୁ ଉଭୟଙ୍କ ମଧ୍ୟରେ ଫାଇନାଲ ଲଢ଼େଇ ଆରମ୍ଭ […]
ନୂଆଦିଲ୍ଲୀ: ବିଶ୍ୱର ନମ୍ବର ୱାନ ଖେଳାଳି ମାଗ୍ନସ କାର୍ଲସେନଙ୍କୁ ଫିଡେ ବିଶ୍ୱକପ୍ ଚେସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କଡ଼ା ଟକ୍କର ଦେଇ ହାରି ଯାଇଛନ୍ତି ଭାରତର ଆର ପ୍ରଜ୍ଞାନନ୍ଦ। କାର୍ଲସନ ଟ୍ରାଏ ବ୍ରେକ୍ରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦଙ୍କୁ ହରାଇ ଦେଇଛନ୍ତି। ପ୍ରଜ୍ଞାନନ୍ଦ ମ୍ୟାଚ୍ ହାରି ଯାଇଥିଲେ ମଧ୍ୟ ଏତେ କମ ବୟସରେ ଫାଇନାଲରେ ପହଞ୍ଚିବା ଓ ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ଟକ୍କର ଦେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି।
ମଙ୍ଗଳବାର ଠାରୁ ଉଭୟଙ୍କ ମଧ୍ୟରେ ଫାଇନାଲ ଲଢ଼େଇ ଆରମ୍ଭ ହୋଇଥିଲା। ପ୍ରଥମ ଦୁଇ କ୍ଲାସିକାଲ ଗେମ୍କୁ ଡ୍ର ରଖିବାରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍. ପ୍ରଜ୍ଞାନନ୍ଦ ସମର୍ଥ ହୋଇଥିଲେ। ଦୁଇଟି ଲଢ଼େଇ ଡ୍ର ରହିବାରୁ ଆଜି ଟ୍ରାଏ ବ୍ରେକରରେ ଫଳାଫଳ ନିର୍ଣ୍ଣୟ କରାଯାଇଥିଲା। ଟାଇ ବ୍ରେକରର ପ୍ରଥମ ରାପିଡ୍ ରାଉଣ୍ଡରେ ପ୍ରଜ୍ଞାନନ୍ଦା କାର୍ଲସନଙ୍କୁ କଡ଼ା ଟକ୍କର ଦେଇଥିଲେ। କିନ୍ତୁ ୨୫ ମିନିଟ୍ର ରାପିଡ୍ ରାଉଣ୍ଡରେ ଅନ୍ତିମ ଚାରି ମିନିଟ୍ରେ କାର୍ଲସନ ବାଜି ମାରିଥିଲେ। ସେହିଭଳି ଦ୍ବିତୀୟ ଟାଇବ୍ରେକର ମ୍ୟାଚ୍ ଡ୍ର ହୋଇଥିଲା। ଏହା ସହ ମ୍ୟାଗ୍ନସ କାର୍ଲସନ ବିଜୟୀ ହୋଇଥିଲେ। କାର୍ଲସନ ୨୦୨୧ ପରେ ପ୍ରଥମ ଥର ବିଶ୍ବ କପ୍ ଜିତିବାରେ ସଫଳ ହୋଇଛନ୍ତି।