ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପରେ ବାପିଙ୍କ ଜଲଓ୍ୱା, ଜିତିଲେ ରୌପ୍ୟ ପଦକ
ଭୁବନେଶ୍ବର : ଉଜବେକିସ୍ତାନରେ ଚାଲିଥିବା ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପ୍ରେ ଓଡ଼ିଆ ଆଥଲେଟ୍ ବାପି ହାଂସଦା ନିଜ ଜଲୱା ଦେଖାଇଛନ୍ତି। ୧୮ ବର୍ଷରୁ କମ୍ ବର୍ଗରେ ୪୦୦ ମିଟର ହର୍ଡଲ୍ସରେ ବିଶ୍ବର ନମ୍ବର ଓ୍ବାନ୍ ହୋଇଥିବା ବାପି ହାଂସଦା ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପରେ ରୌପ୍ୟ ପଦକ ଜିତିଛନ୍ତି। ୫୧.୩୮ସେକେଣ୍ଡରେ ବାପି ୪୦୦ମିଟର ହର୍ଡଲ୍ସ ଅତିକ୍ରମ କରି ରୌପ୍ୟ ପଦକ ଜିତିଛନ୍ତି। ଏହାପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ କର୍ଣ୍ଣାଟକର ଉଡ଼ୁପି ଠାରେ ଅନୁଷ୍ଠିତ ହୋଇଥିବା ୧୮ ତମ […]
ଭୁବନେଶ୍ବର : ଉଜବେକିସ୍ତାନରେ ଚାଲିଥିବା ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପ୍ରେ ଓଡ଼ିଆ ଆଥଲେଟ୍ ବାପି ହାଂସଦା ନିଜ ଜଲୱା ଦେଖାଇଛନ୍ତି। ୧୮ ବର୍ଷରୁ କମ୍ ବର୍ଗରେ ୪୦୦ ମିଟର ହର୍ଡଲ୍ସରେ ବିଶ୍ବର ନମ୍ବର ଓ୍ବାନ୍ ହୋଇଥିବା ବାପି ହାଂସଦା ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପରେ ରୌପ୍ୟ ପଦକ ଜିତିଛନ୍ତି। ୫୧.୩୮ସେକେଣ୍ଡରେ ବାପି ୪୦୦ମିଟର ହର୍ଡଲ୍ସ ଅତିକ୍ରମ କରି ରୌପ୍ୟ ପଦକ ଜିତିଛନ୍ତି।
ଏହାପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରେ କର୍ଣ୍ଣାଟକର ଉଡ଼ୁପି ଠାରେ ଅନୁଷ୍ଠିତ ହୋଇଥିବା ୧୮ ତମ ଜାତୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତା ୪ଶହ ମିଟର ହର୍ଡଲ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଏଥି ସହିତ ବାପି ୧୮ ବର୍ଷରୁ କମ୍ ବର୍ଗରେ ୪୦୦ ମିଟର ହର୍ଡଲ୍ସରେ ବିଶ୍ବର ନମ୍ବର ଓ୍ବାନ୍ ହୋଇଥିଲେ । ବାପିଙ୍କ ଏହି ସଫଳତା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାପି ହାଂସଦାଙ୍କୁ ୨୫ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ବାପିଙ୍କର ସଫଳତା ପରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ତାଙ୍କ କୋଚ୍ ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଏଥି ସହିତ ଆଗାମୀ ପ୍ରତିଯୋଗୀତା ପାଇଁ କଠିନ ପରିଶ୍ରମ ପାଇଁ ଉପଦେଶ ଦେଇଥିଲେ।
ବାଲେଶ୍ୱର ବସ୍ତା ବ୍ଲକ ଝିଙ୍କିରିଆ ଗାଁର ବାପା ରବି ହାଁସଦା ମାଆ ସୁକାନ୍ତି ହାଁସଦାଙ୍କ ସାନପୁଅ ହେଉଛନ୍ତି ବାପି । ବହୁ ଅଭାବ ଅନଟନରେ ବଢ଼ି ଆସିଛନ୍ତି ବାପି । ବାପା ରବିନ୍ଦ୍ର ମାନସିକ ଭାରସାମ୍ୟ ହରାଇ ୨୦୦୮ରୁ କେଉଁଆଡ଼େ ଚାଲିଯାଇଛନ୍ତି ଆଜି ପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ସୁକାନ୍ତି ହାଣ୍ଡିଆ ବ୍ୟବସାୟ କରି ପରିବାର ଚଳାନ୍ତି । ବାପି ଏବେ ଯୁକ୍ତ ୨ ବର୍ଷର ଛାତ୍ର । ତାଙ୍କ କଠିନ ପରିଶ୍ରମ ତାଙ୍କୁ ଏଭଳି ସଫଳତା ଆଣିଦେଉଛି।