ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ, ୧୯ରେ ଭାରତ ସହ ଟକ୍କର

The Sakala Picture
Published On

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯାଇଥିଲା । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । କ୍ଷିଣ ଆଫ୍ରିକା ପ୍ରଥମେ ବ୍ୟଟିଂ କରି  ୪୯.୩  ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆ ୨୧୩ ରନର ଆବଶ୍ୟକତା ରହିଥିଲା। ଅଷ୍ଟ୍ରେଲିଆ ୪୭.୩ ଓଭରରେ ୭ ୱିକେଟ ହରାଇ ୨୧୫ରନ କରି ଆଜିର […]

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଖେଳାଯାଇଥିଲା । ତେବେ ସେମିଫାଇନାଲ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । କ୍ଷିଣ ଆଫ୍ରିକା ପ୍ରଥମେ ବ୍ୟଟିଂ କରି  ୪୯.୩  ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆ ୨୧୩ ରନର ଆବଶ୍ୟକତା ରହିଥିଲା। ଅଷ୍ଟ୍ରେଲିଆ ୪୭.୩ ଓଭରରେ ୭ ୱିକେଟ ହରାଇ ୨୧୫ରନ କରି ଆଜିର ମୁକାବାଲି ଜିତିବା ସହ ଫାଇନଲରେ ୨ୟ ଟିମ ଭାବେ ପ୍ରବେଶ କରିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରେଭିସ୍‌ ହେଡ୍‌ ୪୮ ବଲରେ ୬୨ ରନ କରି ଆଉଟ ହୋଇଥିଲେ। ଡେଭିଡ୍‌ ୱାର୍ଣ୍ଣର୍‌ ୧୮ ବଲରେ ୨୯ ରନ କରି ଆଉଟ ହୋଇଥିଲେ। ମିସେଲ୍‌ ମାର୍ସ କୌଣସି ରନ ନ କରି ଆଉଟ ହୋଇଥିଲେ। ମାର୍ଣ୍ଣସ୍‌ ଲାଗୁସେନି ୩୧ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ଗ୍ଲେନ୍‌ ମ୍ୟାକ୍ସ‌ୱେଲ୍‌ ୫ ବଲରେ ୧ ରନ କରି ଆଉଟ ହୋଇଥିଲେ। ପାରିକୁ ଷ୍ଟିଭେନ୍‌ ସ୍ମିଥ୍ ସମ୍ଭାଳି ରଖିଥିଲେ। ତାଙ୍କ ସାଥ ଦେଇଥିଲେ ଜସ୍‌ ଇଙ୍ଗ୍‌ଲିସ୍‌ । ଷ୍ଟିଭେନ୍‌ ସ୍ମିଥ୍ ୬୨ ବଲରେ ୩୦ ରନ କରି ଆଉଟ ହୋଇଥିଲେ । ପରେ ମିସେଲ୍‌ ଷ୍ଟାର୍କ ଆସିଥିଲେ। ଜସ୍‌ ଇଙ୍ଗ୍‌ଲିସ୍‌ ୪୯ ବଲରେ ୨୮ରନ କରି ଆଉଟ ହୋଇଥିଲେ। ମିସେଲ୍‌ ଷ୍ଟାର୍କ ୩୮ ବଲରେ ୧୬ ରନ କରି ଅପରାଜିତ ରହିଥିବା ବେଳେ ପ୍ୟାଟ୍‌ କ୍ୟୁମିନ୍‌ସ୍‌ ୨୯ବଲରେ ୧୪ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଦକ୍ଷିଣ ଆଫ୍ରିକା ପକ୍ଷରୁ ତାବ୍ରେଜ୍‌ ଶାମ୍‌ସି ଓ ଜେରାଲ୍ଡ୍‌ କୋଟିଜି ୨ଟି ଲେଖାଏଁ ୱିକେଟ ନେଇଥିଲେ । ସେହିପରି ଏଡେନ୍‌ ମାର୍କରମ୍‌, କାଗିସୋ ରାବାଦା ଓ କେଶବ ମହାରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ଗତକଲା ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଆଜି ୨ୟ ସେମିଫଇନା ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଛି। ଫାଇନାଲ ମ୍ୟାଚ ୧୯ ତାରିଖ ଅର୍ଥାତ ରବିବାର ଦିନ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର