ଆଇସିସି ବିଶ୍ୱକପ୍‌ ୨୦୨୩: ଆଜି ମୁହାଁମୁହିଁ ହେବେ ପାକିସ୍ତାନ-ଅଷ୍ଟ୍ରେଲିଆ

The Sakala Picture
Published On

ବେଙ୍ଗାଲୁର: ଆଇସିସି ବିଶ୍ୱକପ୍‌ ୨୦୨୩ । ଆଜି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ୫ ଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ। ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ୍‌ । ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ରେ ବିଜୟୀ ନିହାତ ଜରୁରୀ ରହିଛି। ବିଶ୍ୱକପ୍‌ରେ ଉଭୟ ଦଳ ପରସ୍ପରକୁ ୧୦ ଥର ଭେଟିଛନ୍ତି । ଏଥିରୁ ଅଷ୍ଟ୍ରେଲିଆ ୬ଟି ମ୍ୟାଚ୍‌ ଜିତିଥିବା ବେଳେ ପାକିସ୍ତାନ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । ଖରାପ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଗତ […]

ବେଙ୍ଗାଲୁର: ଆଇସିସି ବିଶ୍ୱକପ୍‌ ୨୦୨୩ । ଆଜି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ୫ ଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ। ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ୍‌ । ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ରେ ବିଜୟୀ ନିହାତ ଜରୁରୀ ରହିଛି। ବିଶ୍ୱକପ୍‌ରେ ଉଭୟ ଦଳ ପରସ୍ପରକୁ ୧୦ ଥର ଭେଟିଛନ୍ତି । ଏଥିରୁ ଅଷ୍ଟ୍ରେଲିଆ ୬ଟି ମ୍ୟାଚ୍‌ ଜିତିଥିବା ବେଳେ ପାକିସ୍ତାନ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଖରାପ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଗତ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ମନୋବଳକୁ ଦୃଢ଼ କରିଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ଏହି ଦଳ ଭାରତ ଓ ଦକ୍ଷିଣ ଆଫ୍ରିକାଠୁ ପରାଜିତ ହୋଇଥିଲା। ଏହି ଦୁଇ ମ୍ୟାଚ୍‌ରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ପାକିସ୍ତାନ ବିପକ୍ଷରେ ଏହି ତାରକା ଖେଳାଳି ନିଜ ନିଜର ଫର୍ମକୁ ଫେରିବା ଲାଗି ଚେଷ୍ଟା କରିବେ। ଖାଲି ବ୍ୟାଟର୍‌ ନୁହେଁ, ଅଷ୍ଟ୍ରେଲିଆର ବୋଲରମାନେ ମଧ୍ୟ ସେତେଟା ସଫଳ ହୋଇନାହାନ୍ତି। ମିଚେଲ ଷ୍ଟାର୍କ, ଆଦାମ ଜାମ୍ପା ଓ ଜୋସ ହାଜେଲଉଡ କିଛିଟା ସଫଳ ହୋଇଥିଲା ବେଳେ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ପ୍ରଦର୍ଶନ ଭଲ ରହିନି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଅନ୍ୟପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ଓ ଶ୍ରୀଲଙ୍କାକୁ ହରାଇ ଥିଲା ପାକିସ୍ତାନ। କିନ୍ତୁ ଭାରତ ବିପକ୍ଷ ମ୍ୟାଚ୍‌ ଖେଳିଲା ବେଳେ ଦଳ ଚାପରେ ରହି ଶୋଚନୀୟ ଭାବେ ହାରିଥିଲା। ଆହତ ନସୀମ ଶାହଙ୍କ ଅନୁପସ୍ଥିତରେ ବୋଲିଂ ଭାର ୨୩ ବର୍ଷୀୟ ଦ୍ରୁତ ବୋଲର ସାହିନ ଶାହ ଆଫ୍ରିଦିଙ୍କ କାନ୍ଧରେ ରହିବ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ସମ୍ଭାବ୍ୟ  ଏକାଦଶ:

ଅଷ୍ଟ୍ରେଲିଆ-ମିଚେଲ ମାର୍ସ, ଡେଭିଡ ୱାର୍ଣ୍ଣର, ‌ଷ୍ଟିଭ ସ୍ମିଥ୍‌, ମାର୍ନସ ଲବୁସାନ, ଜୋସ ଇଙ୍ଗଲିସ (ୱିକେଟ୍‌ ରକ୍ଷକ), ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ମିଚେଲ ଷ୍ଟାର୍କ, ପ୍ୟାଟ କମିନ୍ସ (ଅଧିନାୟକ), ଆଦାମ ଜାମ୍ପା, ଜୋସ ହାଜେଲଉଡ଼।

ପାକିସ୍ତାନ- ଫକର ଜମାନ, ଇମାମ ଉଲ ହକ୍‌, ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ୍‌ ରକ୍ଷକ), ସାଉଦ ସକିଲ, ଇଫତିକାର ଅହମ୍ମଦ, ଉସ୍‌ମା ମିର, ହାରିସ ରୌଫ, ସାହିନ ସାହ ଆଫ୍ରିଦି, ହାସନ ଅଲ୍ଲୀ, ମହମ୍ମଦ ନୱାଜ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର