ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଜାପାନକୁ ୫-୦ରେ ଗୋଲରେ ହରାଇ ଫାଇନାଲରେ ଭାରତ

The Sakala Picture
Published On

ନୂଆଦିଲ୍ଲୀ : ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଫାଇନାଲରେ ପହଞ୍ଚିଛି ଭାରତ। ସେମି ଫାଇନାଲରେ ଦଳ ୨୦୨୧ର ରନର୍ସ ଅପ ଜାପାନକୁ ୫-୦ରେ ଗୋଲରେ ହରାଇ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ତାମିଲନାଡୁର ଚେନ୍ନାଇରେ ଥିବା ମେୟର ରାଧାକ୍ରିଷ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ତାର ଅପରାଜେୟ ଧାରା ବଜାୟ ରଖି ଫାଇନାଲରେ ପ୍ରବେଶ କରିଛି । ଟାଇଟଲ ମୁକାବିଲାରେ ଭାରତ ଓ ମାଲେସିଆ ପରସ୍ପରକୁ ଭେଟିବେ । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ […]

ନୂଆଦିଲ୍ଲୀ : ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଫାଇନାଲରେ ପହଞ୍ଚିଛି ଭାରତ। ସେମି ଫାଇନାଲରେ ଦଳ ୨୦୨୧ର ରନର୍ସ ଅପ ଜାପାନକୁ ୫-୦ରେ ଗୋଲରେ ହରାଇ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ତାମିଲନାଡୁର ଚେନ୍ନାଇରେ ଥିବା ମେୟର ରାଧାକ୍ରିଷ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ତାର ଅପରାଜେୟ ଧାରା ବଜାୟ ରଖି ଫାଇନାଲରେ ପ୍ରବେଶ କରିଛି । ଟାଇଟଲ ମୁକାବିଲାରେ ଭାରତ ଓ ମାଲେସିଆ ପରସ୍ପରକୁ ଭେଟିବେ ।

ଆହୁରି ପଢ଼ନ୍ତୁ: FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ଭାରତୀୟ ମହିଳା ହକି ଟିମ୍, ଶୁଭେଚ୍ଛା ଜଣାଇଲେ ନବୀନ

ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୫-୦ ଗୋଲରେ ଜାପାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଆକାଶଦୀପ ସିଂ, ହରମନପ୍ରୀତ ସିଂ, ମନପ୍ରୀତ ସିଂ, ସୁମିତ ଓ କାରତି ସେଲଭମ ଭାରତ ପକ୍ଷରୁ ଗୋଲ ସ୍କୋର କରିଥିଲେ । ଜାପାନ କୌଣସି ଗୋଲ କରିପାରି ନ ଥିଲା । ରାଉଣ୍ଡ ରବିନ ପର୍ଯ୍ୟାୟରେ ଭାରତ ଶୀର୍ଷ ସ୍ଥାନରେ ରହିଥିଲା । ଟିମ ଇଣ୍ଡିଆ ଲିଗ ପର୍ଯ୍ୟାୟରେ ଜାପାନ ସହ ମ୍ୟାଚ ଡ୍ର ରଖିଥିବା ବେଳେ ଅନ୍ୟ ସମସ୍ତ ମୁକାବିଲାରେ ବିଜୟୀ ହୋଇଥିଲା । ଭାରତ ୫ ମ୍ୟାଚରୁ ୧୩ ପଂଏଟ ହାସଲ କରି ସେମିରେ ପ୍ରବେଶ କରିଥିଲା ।

ଆହୁରି ପଢ଼ନ୍ତୁ: ବିସିସିଆଇ ନମନ ପୁରସ୍କାର: ଶୁବମନ ଗିଲ୍ ଓ ସ୍ମୃତି ମନ୍ଧାନାଙ୍କୁ ବର୍ଷର ଶ୍ରେଷ୍ଠ କ୍ରିକେଟର ସମ୍ମାନ

ଅନ୍ୟପଟେ ନବମ ଭାରତୀୟ ଭାବେ ପିଆର ଶ୍ରୀଜେଶ ୩୦୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ଦ୍ୱିତୀୟ ସେମିଫାଇନାଲରେ ମାଲେସିଆ ୬-୨ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି । ପ୍ରଭାବୀ ପ୍ରଦର୍ଶନ ସହ ଭାରତ ୫ମ ଥର ପାଇଁ ଏହି ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛି ।

ଆହୁରି ପଢ଼ନ୍ତୁ: ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା; ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ଥାନାରେ ଏତଲା

11 Aug 2023 By The Sakala

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଜାପାନକୁ ୫-୦ରେ ଗୋଲରେ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ : ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଫାଇନାଲରେ ପହଞ୍ଚିଛି ଭାରତ। ସେମି ଫାଇନାଲରେ ଦଳ ୨୦୨୧ର ରନର୍ସ ଅପ ଜାପାନକୁ ୫-୦ରେ ଗୋଲରେ ହରାଇ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି। ତାମିଲନାଡୁର ଚେନ୍ନାଇରେ ଥିବା ମେୟର ରାଧାକ୍ରିଷ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ତାର ଅପରାଜେୟ ଧାରା ବଜାୟ ରଖି ଫାଇନାଲରେ ପ୍ରବେଶ କରିଛି । ଟାଇଟଲ ମୁକାବିଲାରେ ଭାରତ ଓ ମାଲେସିଆ ପରସ୍ପରକୁ ଭେଟିବେ ।

ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୫-୦ ଗୋଲରେ ଜାପାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଆକାଶଦୀପ ସିଂ, ହରମନପ୍ରୀତ ସିଂ, ମନପ୍ରୀତ ସିଂ, ସୁମିତ ଓ କାରତି ସେଲଭମ ଭାରତ ପକ୍ଷରୁ ଗୋଲ ସ୍କୋର କରିଥିଲେ । ଜାପାନ କୌଣସି ଗୋଲ କରିପାରି ନ ଥିଲା । ରାଉଣ୍ଡ ରବିନ ପର୍ଯ୍ୟାୟରେ ଭାରତ ଶୀର୍ଷ ସ୍ଥାନରେ ରହିଥିଲା । ଟିମ ଇଣ୍ଡିଆ ଲିଗ ପର୍ଯ୍ୟାୟରେ ଜାପାନ ସହ ମ୍ୟାଚ ଡ୍ର ରଖିଥିବା ବେଳେ ଅନ୍ୟ ସମସ୍ତ ମୁକାବିଲାରେ ବିଜୟୀ ହୋଇଥିଲା । ଭାରତ ୫ ମ୍ୟାଚରୁ ୧୩ ପଂଏଟ ହାସଲ କରି ସେମିରେ ପ୍ରବେଶ କରିଥିଲା ।

ଅନ୍ୟପଟେ ନବମ ଭାରତୀୟ ଭାବେ ପିଆର ଶ୍ରୀଜେଶ ୩୦୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ଦ୍ୱିତୀୟ ସେମିଫାଇନାଲରେ ମାଲେସିଆ ୬-୨ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି । ପ୍ରଭାବୀ ପ୍ରଦର୍ଶନ ସହ ଭାରତ ୫ମ ଥର ପାଇଁ ଏହି ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp