ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ଇଂଲଣ୍ଡକୁ ୩୧୮ରନର ଟାର୍ଗେଟ ଦେଲା ବିରାଟ୍ ବାହିନୀ

The Sakala Picture
Published On

ପୁଣେ: ଆଜିଠାରୁ ଭାରତ ଓ ଇଂଲଣ୍ଡ ଦିନିକିଆ ସିରିଜ୍‍ ଆରମ୍ଭ ହୋଇଛି। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଏହି ଦିନିକିଆ ସିରିଜର ପ୍ରଥମ ମ୍ଯାଚ ଲଢ଼େଇ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଟିମ ଇଣ୍ଡିଆ ପ୍ରଥମେ ବ୍ଯାଟିଂ କରିଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୫ ୱିକେଟ୍ ହାରାଇ ୩୧୭ ରନ ସଂଗ୍ରହ କରିଛି। ଇଂଲଣ୍ଡକୁ ଏହି ମ୍ଯାଚ ଜିତିବାକୁ ହେଲେ […]

ପୁଣେ: ଆଜିଠାରୁ ଭାରତ ଓ ଇଂଲଣ୍ଡ ଦିନିକିଆ ସିରିଜ୍‍ ଆରମ୍ଭ ହୋଇଛି। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଏହି ଦିନିକିଆ ସିରିଜର ପ୍ରଥମ ମ୍ଯାଚ ଲଢ଼େଇ ଆରମ୍ଭ ହୋଇଛି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଟିମ ଇଣ୍ଡିଆ ପ୍ରଥମେ ବ୍ଯାଟିଂ କରିଥିଲା। ଭାରତ ପ୍ରଥମେ ବ୍ଯାଟିଂ କରି ୫ ୱିକେଟ୍ ହାରାଇ ୩୧୭ ରନ ସଂଗ୍ରହ କରିଛି। ଇଂଲଣ୍ଡକୁ ଏହି ମ୍ଯାଚ ଜିତିବାକୁ ହେଲେ ୩୧୮ ରନ୍ କରିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧାୱାନ ଓପନିଂ କରିଥିଲେ। ପ୍ରଥମେ ରୋହିତ ଶର୍ମା ୨୮ ରନ କରି ଆଉଟ ହୋଇଥିଲେ। ପରେ ଶିଖର ଧାୱନ ଓ ବିରାଟ କୋହଲି ପାରିକୁ ସମ୍ଭାଳିଥିଲେ। ବିରାଟ କୋହଲି ଅର୍ଦ୍ଧଶତକ କରିବାପରେ ୫୬ ରନ କରି ଆଉଟ ହୋଇଥିଲେ। ଗୋଟେିଏ ପଟେ ଶିଖର ଲଢୁଆ ବ୍ଯାଟିଂ ଜାରି ରଖିଥିଲେ। ଶ୍ରେୟାସ ଆୟର ୬ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାୱନ ଶତକରୁ ୨ ରନରେ ପଛରେ ରହି ଯାଇ ୯୮ ରନ କରି ଆଉଟ ହୋଇଥିଲେ। ଏହାପରେ ଲୋକେଶ ରାହୁଲ ଓ ହାର୍ଦିକ ପାଣ୍ଡ୍ଯା ପାରିକୁ ସମ୍ଭାଳିଥିଲେ। ହାର୍ଦିକ ପାଣ୍ଡ୍ଯା ୧ ରନ କରି ବେନ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ। କୃନାଲ ପାଣ୍ଡ୍ଯା ଓ ରାହୁଲ ଶେଷ ଓଭର ପର୍ଯ୍ଯନ୍ତ ରହି ବିସ୍ଫୋରକ ବ୍ଯାଟିଂ କରିଥିଲେ। କୃନାଲ  ୩୧ ବଲରେ ୫୮ ରନ୍ ଓ ରାହୁଲ ୪୩ ବଲରେ ୬୧ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ସେହିପରି ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମାର୍କ ଉଡ୍‌ ୨ଟି ୱିକେଟ ଅକ୍ତିଆର କରିଛନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର