ଭାରତ- ୱେଷ୍ଟଇଣ୍ଡିଜ୍ ୩ୟ ଦିନିକିଆ: ସିରିଜ କ୍ଲିନ୍ ସୁଇପ କଲା ଭାରତ

The Sakala Picture
Published On

ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ୯୬ ରନରେ ବିଜୟ ହୋଇ ସିରିଜ କ୍ଲିନ ସୁଇପ୍ କରିଛି। ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜକୁ ନିରାଶ ହେବାକୁ ପଡ଼ିଛି। ଭାରତ ପ୍ରଥମେ ବ୍ଯାଟିଂ କରି ୨୬୫ ରନ କରିଥିଲା । ୱେଷ୍ଟଇଣ୍ଡିଜକୁ ୨୬୬ରନର ଆବଶ୍ଯକ ଥିଲା । ହେଲେ ଭାରତର ଘାତକ ବୋଲିଂରେ ୱେଷ୍ଟଇଣ୍ଡିଜର ବ୍ଯାଟିଂ ବିପର୍ଯ୍ଯୟ ଘଟିଥିଲା। ୱେଷ୍ଟଇଣ୍ଡିଜ ସମସ୍ତ ୱିକେଟ ହରାଇ  ୧୬୯ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ […]

ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତ ୯୬ ରନରେ ବିଜୟ ହୋଇ ସିରିଜ କ୍ଲିନ ସୁଇପ୍ କରିଛି। ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜକୁ ନିରାଶ ହେବାକୁ ପଡ଼ିଛି। ଭାରତ ପ୍ରଥମେ ବ୍ଯାଟିଂ କରି ୨୬୫ ରନ କରିଥିଲା । ୱେଷ୍ଟଇଣ୍ଡିଜକୁ ୨୬୬ରନର ଆବଶ୍ଯକ ଥିଲା । ହେଲେ ଭାରତର ଘାତକ ବୋଲିଂରେ ୱେଷ୍ଟଇଣ୍ଡିଜର ବ୍ଯାଟିଂ ବିପର୍ଯ୍ଯୟ ଘଟିଥିଲା। ୱେଷ୍ଟଇଣ୍ଡିଜ ସମସ୍ତ ୱିକେଟ ହରାଇ  ୧୬୯ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତ ୩-୦ ରେ ସିରିଜ ହାତେଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ପ୍ରଥମେ ବ୍ଯାଟିଂ କରି ୫୦ ଓଭରରେ ୨୬୫ ରନ କରି ଅଲଆଉଟ ହୋଇଥିଲା ଭାରତ। ହେଲେ ୱେଷ୍ଟଇଣ୍ଡିଜ ୩୭.୧ ଓଭରରେ ସମସ୍ତ ୱିକେଟ ହରାଇ  ୧୬୯ ରନ କରିବାକୁ ସକ୍ଷମ ହୋଇଥିଲା।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ୱେଷ୍ଟଇଣ୍ଡିଜ୍ ପକ୍ଷରୁ କ୍ୟାପଟେନ୍  ନିକୋଲାସ ପୁରନ୍ ( ୩୪), ଓଡେନ୍ ସ୍ମିଥ୍ (୩୬)  ଓ  ଅଲଜାରୀ ଜୋସେଫ୍ ( ୨୯)  ବ୍ଯତୀତ ଅନ୍ଯ କୌଣସି ଖେଳାଳୀଙ୍କ ବ୍ଯାଟରୁ ଆଖିଦୃଶିଆ ସଟ୍ ଦେଖିବାକୁ ମିଳି ନ ଥିଲା। ଶାଇ ହୋପ୍ ( ୫),  ବ୍ରାଣ୍ଡନ୍ କିଙ୍ଗ୍ (୧୪),  ଡାରେନ୍ ବ୍ରାଭୋ ( ୨୦ ), ଶାମରା ବ୍ରୁକ୍ସ (୦ ),  ଜେସନ୍ ହୋଲ୍ଡର( ୬), ଫାବିଆନ୍ ଆଲେନ୍( ୦),  ହେଡେନ୍ ୱାଲ୍ସ(୧୩ ) ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ସେପହିପରି, ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ଉଭୟ ସର୍ବାଧିକ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଦୀପକ ଚହର ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ  ନେଇଥିଲେ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର