ଟୋକିଓ ଅଲିମ୍ପିକ୍ସରେ ବିଦେଶୀ ଦର୍ଶକ ମନା

The Sakala Picture
Published On

ଟୋକିଓ: ଅଲିମ୍ପିକ୍ସ ଦର୍ଶକଙ୍କୁ ଶକ୍ତ ଧକ୍କା। କୋଭିଡ୍‍-୧୯ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁ ଅଗଷ୍ଟ ମାସ ଟୋକିଓରେ ହେବାକୁ ଥିବା ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସକୁ ସମସ୍ତ ବିଦେଶୀ ଦର୍ଶକଙ୍କୁ ବାସନ୍ଦ କରାଯାଇଛି ବୋଲି ଆୟୋଜକ କମିଟି ପକ୍ଷରୁ ଘୋଷଣା କରାଯାଇଛି। ଏହା ଫଳରେ ଅଲିମ୍ପିକ୍ସକୁ ସୁରକ୍ଷିତ ଭାବେ ଆୟୋଜନ କରାଯାଇପାରିବ। ପୂର୍ବରୁ କୋଭି୍‍ଡ-୧୯ ସଂକ୍ରମଣ ଯୋଗୁଁ କୌଣସି ବିଦେଶୀ ଦର୍ଶକଙ୍କୁ ଜାପାନରେ ପୂରାଇ ନଦେବାକୁ ସେଠିକାର ଜନସାଧାରଣ ମତ ଦେଇଥିଲେ। ଏହି ମତକୁ ଆଧାର କରି ଜାପାନ ସରକାର […]

ଟୋକିଓ: ଅଲିମ୍ପିକ୍ସ ଦର୍ଶକଙ୍କୁ ଶକ୍ତ ଧକ୍କା। କୋଭିଡ୍‍-୧୯ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁ ଅଗଷ୍ଟ ମାସ ଟୋକିଓରେ ହେବାକୁ ଥିବା ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସକୁ ସମସ୍ତ ବିଦେଶୀ ଦର୍ଶକଙ୍କୁ ବାସନ୍ଦ କରାଯାଇଛି ବୋଲି ଆୟୋଜକ କମିଟି ପକ୍ଷରୁ ଘୋଷଣା କରାଯାଇଛି। ଏହା ଫଳରେ ଅଲିମ୍ପିକ୍ସକୁ ସୁରକ୍ଷିତ ଭାବେ ଆୟୋଜନ କରାଯାଇପାରିବ। ପୂର୍ବରୁ କୋଭି୍‍ଡ-୧୯ ସଂକ୍ରମଣ ଯୋଗୁଁ କୌଣସି ବିଦେଶୀ ଦର୍ଶକଙ୍କୁ ଜାପାନରେ ପୂରାଇ ନଦେବାକୁ ସେଠିକାର ଜନସାଧାରଣ ମତ ଦେଇଥିଲେ। ଏହି ମତକୁ ଆଧାର କରି ଜାପାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ସରକାରଙ୍କ ଉପରୋକ୍ତ ନିଷ୍ପତ୍ତି ଫଳରେ ଅଲିମ୍ପିକ୍ସ କ୍ରୀଡ଼ା ପ୍ରଥମଥର ଲାଗି ବିନା ଦର୍ଶକରେ ଆୟୋଜିତ ହେବ। ଏହା ଏକ ଦୁର୍ଭାଗ୍ୟଜନକ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଅଲିମ୍ପିକ୍ସ ଆୟୋଜନ ହେବା ଅର୍ଥ ଭୂତାଣୁ ଉପରେ ମାନବ ସମାଜର ବିଜୟ ବୋଲି ଧରିନେବାକୁ ହେବ। ଏଣୁ ଏହାକୁ ସମର୍ଥକ ଓ ଦର୍ଶକମାନେ ଟେଲିଭିଜନରେ ଉପଭୋଗ କରିବାକୁ ଅଲିମ୍ପିକ୍‍ ଆୟୋଜନ କମିଟି ସମର୍ଥକ ଓ ଦର୍ଶକମାନଙ୍କୁ ନିବେଦନ କରିଛି। ‘ସାମ୍ପ୍ରତିକ ପରିସ୍ଥିତିରେ କୋଭିଡ ସ୍ଥିତି ଅତ୍ୟନ୍ତ ଉଦ୍‍ବେଗଜନକ। ଏହାକୁ ମୁକାବିଲା କରିବା ଲାଗି ଆମକୁ ସଚେତନ ହେବାକୁ ପଡ଼ିବ। ଏଣୁ ସରକାରଙ୍କ ନିଷ୍ପତ୍ତି ମାନିନେବାକୁ ହେବ’ ବୋଲି ଆୟୋଜନ କମିଟି ପକ୍ଷରୁ କୁହାଯାଇଛି। ସେହିପରି ଏହା ମୁଖ୍ୟ ସିକୋ ହାଶିମୋତୋଙ୍କ ଅନୁଯାୟୀ ଏପରି ଏକ ନିଷ୍ପତ୍ତି ନେବା ଅତ୍ୟନ୍ତ କଷ୍ଟକର। କିନ୍ତୁ ଆମକୁ ଆଗକୁ ଯିବାକୁ ହେବ ଏବଂ ଅଲିମ୍ପିକ୍‍ କ୍ରୀଡ଼ା ଆୟୋଜନ କରିବାକୁ ପଡ଼ିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ୨୦୨୦ ଜୁଲାଇ ୨୨ରୁ ଅଗଷ୍ଟ ୭ ତାରିଖଯାଏ ଆୟୋଜିତ ହେବାର ଥିଲା। କିନ୍ତୁ କୋଭିଡ୍‍ ମହାମାରୀ ଯୋଗୁଁ ଏହାକୁ ଏକବର୍ଷ ସ୍ଥଗିତ ରଖାଯାଇଥିଲା। ଏବେ ଏହା ଚଳିତବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ଯାଏ ଆୟୋଜିତ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍‍ କମିଟି ସ୍ଥିର କରିଛି।

21 Mar 2021 By The Sakala

https://www.thesakala.in/sports/international-spectators-will-be-refused-entry-into-japan-for-tokyo-olympics/article-875
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର