ଇତିହାସ ରଚିଲେ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ, ଗୋଟିଏ ଇନିଂସରେ ଅକ୍ତିଆର କଲେ ସମସ୍ତ ୧୦ଟି ଯାକ ୱିକେଟ୍

The Sakala Picture
Published On

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ହିରୋ ସାଜିଛନ୍ତି ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ । ଟେଷ୍ଟ ମ୍ୟାଚର ଗୋଟିଏ ଇନିଂସରେ ସମସ୍ତ ୧୦ଟି ଯାକ ୱିକେଟ୍ ନେଇ ଇତିହାସ ରଚିଛନ୍ତି ସ୍ପିନର ଏଜାଜ ପଟେଲ। ଭାରତର ପ୍ରଥମ ଇନିଂସର ସମସ୍ତ ୧୦ଟି ଉଇକେଟ ସେ ଏକାକୀ ଅକ୍ତିଆର କରି ଅନୀଲ କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର […]

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖେଡ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ହିରୋ ସାଜିଛନ୍ତି ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ । ଟେଷ୍ଟ ମ୍ୟାଚର ଗୋଟିଏ ଇନିଂସରେ ସମସ୍ତ ୧୦ଟି ଯାକ ୱିକେଟ୍ ନେଇ ଇତିହାସ ରଚିଛନ୍ତି ସ୍ପିନର ଏଜାଜ ପଟେଲ। ଭାରତର ପ୍ରଥମ ଇନିଂସର ସମସ୍ତ ୧୦ଟି ଉଇକେଟ ସେ ଏକାକୀ ଅକ୍ତିଆର କରି ଅନୀଲ କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ଜିମ୍ ଲେକର ଏବଂ ଭାରତର ଲିଜେଣ୍ଡ ସ୍ପିନର ଅନିଲ କୁମ୍ବଲେ ଏହି ରେକର୍ଡ ହାସଲ କରିଥିଲେ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏଜାଜ ପଟେଲଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ଭାରତ ତା’ର ପ୍ରଥମ ଇନିଂସ୍‌ରେ ୩୨୫ ରନ୍‌ର ଅଲଆଉଟ ହୋଇଯାଇଛି। ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ସର୍ବାଧିକ ୧୫୦ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ ୫୨ ରନ୍‌ ଇନିଂସ୍‌ ଖେଳିଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଏଜାଜ ପଟେଲଙ୍କ ପାଇଁ ମୁମ୍ବାଇ ଟେଷ୍ଟ ଅତ୍ୟନ୍ତ ସ୍ମରଣୀୟ ରହିଛି। କାହିଁକି ନା ଏଜାଜଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା । ଆଉ ଏବେ ତାଙ୍କ ଜନ୍ମସ୍ଥାନରେ ଏମିତି ଏକ ରେକର୍ଡ ସୃଷ୍ଟି କରିଛନ୍ତି ଯାହା କୌଣସି ନ୍ୟୁଜିଲାଣ୍ଡ ସ୍ପିନର କରିନଥିଲେ । ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବ ଏଜାଜ ୮ ବର୍ଷ ବୟସରେ ପରିବାର ସହ ନ୍ୟୁଜିଲାଣ୍ଡ ଯାଇଥିଲେ । ସେଠାକାର ନାଗରିକତ୍ୱ ପରେ ଏଜାଜ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି । ସେବେଠାରୁ ଏଜାଜ ମଧ୍ୟ ସେଠାରେ ରହି କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।ଏଜାଜ ପଟେଲ ୧୦ ଓ୍ୱିକେଟ ହାସଲ କରି ଯେତେବେଳେ ପ୍ୟାଭିଲିୟନ ଫେରିଥିଲେ ସେ ସମୟରେ ଭାରତୀୟ ଖେଳାଳି ମଧ୍ୟ ଏଜାଜଙ୍କୁ ଅଭିବାଦନ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp