ଓମିକ୍ରନ୍ ଆତଙ୍କ: ସପ୍ତାହେ ଘୁଞ୍ଚିପାରେ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥାନ୍ତା ଟିମ୍ ଇଣ୍ଡିଆ । କିନ୍ତୁ କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ କାରଣରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଦେଖା ଦେଇଛି। ଓମିକ୍ରନ୍ ପାଇଁ ଘୁଞ୍ଚିପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍ । ଦକ୍ଷିଣ ଆଫ୍ରିକାରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ବିପଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇପାରେ। ଆସନ୍ତା ୯ ତାରିଖରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ […]

ନୂଆଦିଲ୍ଲୀ: ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥାନ୍ତା ଟିମ୍ ଇଣ୍ଡିଆ । କିନ୍ତୁ କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ କାରଣରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଦେଖା ଦେଇଛି। ଓମିକ୍ରନ୍ ପାଇଁ ଘୁଞ୍ଚିପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍ । ଦକ୍ଷିଣ ଆଫ୍ରିକାରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ବିପଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇପାରେ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ଆସନ୍ତା ୯ ତାରିଖରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏବେ ସୂଚନା ମିଳିଛି ଯେ ଏହି ଗସ୍ତ ସପ୍ତାହକ ପାଇଁ ଘୁଞ୍ଚାଇ ଦିଆଯାଇପାରେ। ବିସିସିଆଇର ଜଣେ ଅଧିକାରୀ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି ଯେ ଉଭୟ ବୋର୍ଡ ନିରନ୍ତର ସମ୍ପର୍କରେ ଅଛନ୍ତି ଏବଂ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି କି, କୋଭିଡର ଓମିକ୍ରନ୍ ଭାରିଆଣ୍ଟ କାରଣରୁ ଆମେ ଏକ ସପ୍ତାହ ପର୍ଯ୍ୟନ୍ତ ସିରିଜକୁ ଘୁଞ୍ଚାଇବାକୁ ଆଲୋଚନା କରୁଛୁ |

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ତେବେ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜକୁ ରଦ୍ଧ କରିବ ନାହିଁ ବୋଲି କହିଥିଲା ବିସିସିଆଇ । କିନ୍ତୁ ବର୍ତ୍ତମାନ ନୂଆ ଭାରିଏଣ୍ଟ ଓମିକ୍ରନକୁ ଦୃଷ୍ଟରେ ରଖି ଏହି ନିଷ୍ପତି ଉପରେ ଆଉ ଥରେ ବିଚାର କରିପାରେ ବୋଲି ମଧ୍ୟ କହିଛନ୍ତି ବିସିସିଆଇର ଅଧିକାରୀ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଭାରତୀୟ ଟିମକୁ ପୂରା ସୁରକ୍ଷିତ ବାୟୋ ବବଲରେ ରଖାଯିବ ବୋଲି କହିଥିଲେ । ଏବେ ଭାରତୀୟ ‘A’ ଦଳ ଦକ୍ଷିଣ ଆଫ୍ରିକାରେ ରହିଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

02 Dec 2021 By The Sakala

ଓମିକ୍ରନ୍ ଆତଙ୍କ: ସପ୍ତାହେ ଘୁଞ୍ଚିପାରେ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ

ନୂଆଦିଲ୍ଲୀ: ଚଳିତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥାନ୍ତା ଟିମ୍ ଇଣ୍ଡିଆ । କିନ୍ତୁ କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ କାରଣରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ହେବ କି ନାହିଁ, ତାକୁ ନେଇ ଆଶଙ୍କା ଦେଖା ଦେଇଛି। ଓମିକ୍ରନ୍ ପାଇଁ ଘୁଞ୍ଚିପାରେ ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍ । ଦକ୍ଷିଣ ଆଫ୍ରିକାରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ବିପଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇପାରେ।

ଆସନ୍ତା ୯ ତାରିଖରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଏବେ ସୂଚନା ମିଳିଛି ଯେ ଏହି ଗସ୍ତ ସପ୍ତାହକ ପାଇଁ ଘୁଞ୍ଚାଇ ଦିଆଯାଇପାରେ। ବିସିସିଆଇର ଜଣେ ଅଧିକାରୀ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି ଯେ ଉଭୟ ବୋର୍ଡ ନିରନ୍ତର ସମ୍ପର୍କରେ ଅଛନ୍ତି ଏବଂ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି କି, କୋଭିଡର ଓମିକ୍ରନ୍ ଭାରିଆଣ୍ଟ କାରଣରୁ ଆମେ ଏକ ସପ୍ତାହ ପର୍ଯ୍ୟନ୍ତ ସିରିଜକୁ ଘୁଞ୍ଚାଇବାକୁ ଆଲୋଚନା କରୁଛୁ |

ତେବେ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ସିରିଜକୁ ରଦ୍ଧ କରିବ ନାହିଁ ବୋଲି କହିଥିଲା ବିସିସିଆଇ । କିନ୍ତୁ ବର୍ତ୍ତମାନ ନୂଆ ଭାରିଏଣ୍ଟ ଓମିକ୍ରନକୁ ଦୃଷ୍ଟରେ ରଖି ଏହି ନିଷ୍ପତି ଉପରେ ଆଉ ଥରେ ବିଚାର କରିପାରେ ବୋଲି ମଧ୍ୟ କହିଛନ୍ତି ବିସିସିଆଇର ଅଧିକାରୀ । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଭାରତୀୟ ଟିମକୁ ପୂରା ସୁରକ୍ଷିତ ବାୟୋ ବବଲରେ ରଖାଯିବ ବୋଲି କହିଥିଲେ । ଏବେ ଭାରତୀୟ ‘A’ ଦଳ ଦକ୍ଷିଣ ଆଫ୍ରିକାରେ ରହିଛି ।

https://www.thesakala.in/sports/indias-tour-of-south-africa-likely-to-be-postponed-due-omicron-variant-of-corona/article-7305
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp