ଆଇପିଏଲ ଅପଡେଟ୍: ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ଅନୁମତି

The Sakala Picture
Published On

ନୂଆଦିଲ୍ଲୀ: ଏଣିକି ଦର୍ଶକ ଷ୍ଟାଡିୟମରେ ବସି ମଜାନେଇ ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲର ବଳକା ମ୍ୟାଚ ଦେଖିପାରିବେ।  ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଛି । ଏନେଇ ଆଇପିଏଲର ଅଧିକାରୀକ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । NEWS – VIVO IPL 2021 set to welcome fans back to the stadiums. More details here – https://t.co/5mkO8oLTe3 #VIVOIPL — IndianPremierLeague (@IPL) September 15, 2021 ପୂର୍ବରୁ […]

ନୂଆଦିଲ୍ଲୀ: ଏଣିକି ଦର୍ଶକ ଷ୍ଟାଡିୟମରେ ବସି ମଜାନେଇ ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲର ବଳକା ମ୍ୟାଚ ଦେଖିପାରିବେ।  ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଛି । ଏନେଇ ଆଇପିଏଲର ଅଧିକାରୀକ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ପୂର୍ବରୁ କରୋନା କାରଣରୁ ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ଏବେ ପୁଣିଥରେ ଦର୍ଶକ ଷ୍ଟାଡିୟମରେ ବସି ଆଇପିଏଲ ମ୍ୟାଚର ମଜା ନେଇପାରିବେ । ଆଉ ଏଥିପାଇଁ ଆବଶ୍ୟକୀୟ ଟିକେଟ ଆଇପିଏଲର ଅଧିକାରୀକ ୱେବସାଇଟରେ ଉପଲବ୍ଧ ହେବ। ୟୁଏଇରେ ଆଇପିଏଲର ବଳକା ୩୧ଟି ମ୍ୟାଚ୍ ଖେଳାଯିବ । ଦୁବାଇ, ଶାରଜାହା ଏବଂ ଆବୁ ଧାବି ୩ଟି ଷ୍ଟାଡିୟମରେ ସୀମିତ ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ୍ ଖେଳାଯିବ । ଆଉ ଏହି ସମୟରେ କୋଭିଡ ଗାଇଡଲାଇନ ଓ ୟୁଏଇ ସରକାରଙ୍କ ସମସ୍ତ ନିୟମକୁ କଡାକଡି ପାଳନ କରାଯିବ । ତେବେ ଷ୍ଟାଡିୟମକୁ କେତେ ଦର୍ଶକ ଆସିବେ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।

ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ବଳକା ମ୍ୟାଚ । ୟୁଏଇରେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୧୫ରେ ଦୁବାଇରେ ଆଇପିଏଲର ଫାଇନାଲ ମ୍ୟାଚ୍ ଖେଳାଯିବ ।

15 Sep 2021 By The Sakala

ଆଇପିଏଲ ଅପଡେଟ୍: ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ଅନୁମତି

ନୂଆଦିଲ୍ଲୀ: ଏଣିକି ଦର୍ଶକ ଷ୍ଟାଡିୟମରେ ବସି ମଜାନେଇ ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲର ବଳକା ମ୍ୟାଚ ଦେଖିପାରିବେ।  ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଛି । ଏନେଇ ଆଇପିଏଲର ଅଧିକାରୀକ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ପୂର୍ବରୁ କରୋନା କାରଣରୁ ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ଏବେ ପୁଣିଥରେ ଦର୍ଶକ ଷ୍ଟାଡିୟମରେ ବସି ଆଇପିଏଲ ମ୍ୟାଚର ମଜା ନେଇପାରିବେ । ଆଉ ଏଥିପାଇଁ ଆବଶ୍ୟକୀୟ ଟିକେଟ ଆଇପିଏଲର ଅଧିକାରୀକ ୱେବସାଇଟରେ ଉପଲବ୍ଧ ହେବ। ୟୁଏଇରେ ଆଇପିଏଲର ବଳକା ୩୧ଟି ମ୍ୟାଚ୍ ଖେଳାଯିବ । ଦୁବାଇ, ଶାରଜାହା ଏବଂ ଆବୁ ଧାବି ୩ଟି ଷ୍ଟାଡିୟମରେ ସୀମିତ ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ୍ ଖେଳାଯିବ । ଆଉ ଏହି ସମୟରେ କୋଭିଡ ଗାଇଡଲାଇନ ଓ ୟୁଏଇ ସରକାରଙ୍କ ସମସ୍ତ ନିୟମକୁ କଡାକଡି ପାଳନ କରାଯିବ । ତେବେ ଷ୍ଟାଡିୟମକୁ କେତେ ଦର୍ଶକ ଆସିବେ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।

ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ବଳକା ମ୍ୟାଚ । ୟୁଏଇରେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୧୫ରେ ଦୁବାଇରେ ଆଇପିଏଲର ଫାଇନାଲ ମ୍ୟାଚ୍ ଖେଳାଯିବ ।

https://www.thesakala.in/sports/vivo-ipl-2021-set-to-welcome-fans-back-to-the-stadiums/article-5428
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର