ଫିଫା ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ମେସିଙ୍କ ଅବସର ଚର୍ଚ୍ଚା: ପ୍ରତିକ୍ରିୟା ରଖିଲେ କୋଚ୍ ଲିଓନେଲ୍ ସ୍କାଲୋନି

Suryakanta Picture
Published On

ଆର୍ଜେଣ୍ଟିନାର ଅଧିନାୟକ ତଥା କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍ ମେସିଙ୍କ ଫୁଟବଲ କ୍ୟାରିୟରକୁ ନେଇ ଏବେ ସାରା ବିଶ୍ୱରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସଦ୍ୟ ସମାପ୍ତ ହୋଇଥିବା ଫିଫା ବିଶ୍ୱକପ୍ ଫାଇନାଲ୍ରେ ସ୍ପେନ୍ଠାରୁ ପରାଜୟ ବରଣ କରିବା ପରେ ତାଙ୍କର ଅବସର ନେବାର ସମ୍ଭାବନାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଲୁହ ଭରା ଆଖି ଓ ଅବସର ଗୁଜବ

ମହାସମରର ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା ଦଳ ସ୍ପେନ୍ଠାରୁ ପରାସ୍ତ ହେବା ଫଳରେ ଲିଓନେଲ୍ ମେସିଙ୍କ ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଟ୍ରଫି ଉଠାଇବାର ସ୍ୱପ୍ନ ଅଧୁରା ରହିଯାଇଥିଲା। ମ୍ୟାଚ୍ ଶେଷ ହେବା ପରେ ପଡ଼ିଆ ମଧ୍ୟରେ ଏହି ମହାନ ଖେଳାଳିଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ଏହା ତାଙ୍କର ଶେଷ ବିଶ୍ୱକପ୍ ମ୍ୟାଚ୍ ହୋଇପାରେ ବୋଲି ସବୁଆଡ଼େ ଚର୍ଚ୍ଚା ଜୋର୍ ଧରିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

କ'ଣ କହିଲେ ପ୍ରଶିକ୍ଷକ ଲିଓନେଲ୍ ସ୍କାଲୋନି?

ମେସିଙ୍କ ଅବସର ସମ୍ପର୍କରେ ଉଠୁଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ଆର୍ଜେଣ୍ଟିନା ଦଳର ମୁଖ୍ୟ ପ୍ରଶିକ୍ଷକ (କୋଚ୍) ଲିଓନେଲ୍ ସ୍କାଲୋନି। ସେ ସ୍ପଷ୍ଟ କରିଛନ୍ତି ଯେ ଫୁଟବଲରୁ ସନ୍ନ୍ୟାସ ନେବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ଖୋଦ୍ ମେସିଙ୍କ ଉପରେ ନିର୍ଭର କରେ। ଲିଓନେଲ୍ ସ୍କାଲୋନି କହିଛନ୍ତି, "ମେସିଙ୍କୁ ଏବେ ୩୯ ବର୍ଷ ବୟସ। ତାଙ୍କ କ୍ଷମତା ଏବଂ ପ୍ରତିଭା ସମ୍ପର୍କରେ ଆଉ ଅଧିକ କିଛି ପ୍ରମାଣ କରିବାର ନାହିଁ। ମୁଁ ନିଶ୍ଚିତ ଯେ ସେ ଯେତେଦିନ ପର୍ଯ୍ୟନ୍ତ ଫୁଟବଲ ଖେଳିବାକୁ ଚାହିଁବେ, ସେ ଖେଳିଚାଲିବେ।"

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ସେ ଆହୁରି ମଧ୍ୟ ଯୋଡ଼ିଛନ୍ତି ଯେ, "ଏହି ନିଷ୍ପତ୍ତିରେ ଦଳର ସମସ୍ତ ଖେଳାଳି ଏବଂ ଲୋକମାନେ ତାଙ୍କୁ ପୂର୍ଣ୍ଣ ସମର୍ଥନ କରିବେ। ସେ ଫୁଟବଲ ଜଗତରେ ଯାହା କିଛି ହାସଲ କରିଛନ୍ତି, ସେଥିପାଇଁ ଆମେ ସମସ୍ତେ ଗର୍ବିତ। କାରଣ ସେ ହେଉଛନ୍ତି ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି।" ତେବେ ମେସି ନିଜ ଆଡ଼ୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରିନଥିବାରୁ, ତାଙ୍କ ପ୍ରଶଂସକମାନେ ଆଗାମୀ ଦିନରେ ତାଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp