ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ବୁମରା ଏବଂ କୋହଲିଙ୍କ ପ୍ରତ୍ୟାବର୍ତ୍ତନ, ବାଦ୍ ପଡ଼ିଲେ ଶତକବୀର ୟଶସ୍ୱୀ

Suryakanta Picture
Published On

ଇଂଲଣ୍ଡ ବିପକ୍ଷରେ ଆସନ୍ତା ମାସରେ ଖେଳାଯିବାକୁ ଥିବା ୩ ଟିକିଆ ଦିନିକିଆ ସିରିଜ୍ ପାଇଁ ବିସିସିଆଇ (BCCI) ପକ୍ଷରୁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳର ଅଧିନାୟକ ଭାର ଶୁଭମନ ଗିଲ୍ଙ୍କ ଉପରେ ନ୍ୟସ୍ତ କରାଯାଇଥିବା ବେଳେ ଶ୍ରେୟସ ଆୟରଙ୍କୁ ଉପ-ଅଧିନାୟକ କରାଯାଇଛି। ସବୁଠାରୁ ବଡ଼ ଖବର ହେଉଛି ଆହତ କାରଣରୁ ବାଦ୍ ପଡ଼ିଥିବା ବିରାଟ କୋହଲି ଏବଂ ବିଶ୍ରାମରେ ଥିବା ଜସପ୍ରୀତ ବୁମରା ଦଳକୁ ଫେରିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ବିରାଟ ଏବଂ ବୁମରାଙ୍କ ପ୍ରତ୍ୟାବର୍ତ୍ତନ

ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଥିବା ଦୁଇ ଷ୍ଟାର୍ ଖେଳାଳି ବିରାଟ କୋହଲିଜସପ୍ରୀତ ବୁମରା ଇଂଲଣ୍ଡ ଗସ୍ତ ପାଇଁ ଦଳକୁ ଫେରିଛନ୍ତି। ତେବେ କୋହଲିଙ୍କ ଖେଳିବା ତାଙ୍କ ଫିଟନେସ୍ ଟେଷ୍ଟ ଉପରେ ନିର୍ଭର କରିବ। କୋହଲି ଆଇପିଏଲ୍ ସମୟରେ ଆହତ ହୋଇଥିଲେ। ସେହିପରି ୱାର୍କଲୋଡ୍ ମ୍ୟାନେଜମେଣ୍ଟ ଆଧାରରେ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏହା ବ୍ୟତୀତ ସ୍ପିନର୍ ଅକ୍ଷର ପଟେଲ ମଧ୍ୟ ଦଳକୁ କମବ୍ୟାକ୍ କରିଛନ୍ତି। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବି ଦଳରୁ ବାହାରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ବାଦ୍ ପଡ଼ିଲେ ୟଶସ୍ୱୀ ଜୟସ୍ୱାଲ

ଦଳ ଘୋଷଣାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ହେଉଛି ଯୁବ ଓପନର୍ ୟଶସ୍ୱୀ ଜୟସ୍ୱାଲଙ୍କୁ ବାଦ୍ ଦେବା। ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆରେ ସେ ଅପରାଜିତ ୧୧୦ ରନ୍ର ଏକ ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ ମଧ୍ୟ ତାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ସୁଯୋଗ ମିଳିନାହିଁ। ବିରାଟଙ୍କ ପ୍ରତ୍ୟାବର୍ତ୍ତନ କାରଣରୁ ତାଙ୍କୁ ଦଳରୁ ବାହାର ଯିବାକୁ ପଡ଼ିଛି ବୋଲି କୁହାଯାଉଛି। ତାଙ୍କ ସହ ହର୍ଷ ଦୁବେ ଏବଂ ପ୍ରିନ୍ସ ଯାଦବ ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି। ଅନ୍ୟପଟେ ଯୁବ ପେସ୍ ବୋଲର ଗୁରନୁର ବ୍ରାର ନିଜ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଭାରତୀୟ ଦଳ ଓ ମ୍ୟାଚ୍ ସୂଚୀ

୧୪ ଜୁଲାଇ ୨୦୨୬ ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ଟିକିଆ ଦିନିକିଆ ସିରିଜ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଏଜବାଷ୍ଟନ, ଦ୍ୱିତୀୟ ମ୍ୟାଚ୍ ୧୬ ଜୁଲାଇରେ ସୋଫିଆ ଗାର୍ଡେନ୍ସ ଏବଂ ତୃତୀୟ ମ୍ୟାଚ୍ ୧୯ ଜୁଲାଇରେ ଲର୍ଡସଠାରେ ଖେଳାଯିବ।

ଘୋଷିତ ଭାରତୀୟ ଦଳ:

ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି (ଫିଟନେସ୍ ଉପରେ ନିର୍ଭରଶୀଳ), ଶ୍ରେୟସ ଆୟର (ଉପ-ଅଧିନାୟକ), କେଏଲ୍ ରାହୁଲ (ୱିକେଟକିପର), ଇଶାନ କିଷାନ (ୱିକେଟକିପର), ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ପ୍ରସିଦ୍ଧ କୃଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ ଗୁରନୁର ବ୍ରାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp