ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

Suryakanta Picture
Published On

ଭାରତୀୟ କ୍ରିକେଟ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଟି-୨୦ ବିଶ୍ୱକପ୍ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମରୁ ସମ୍ପୂର୍ଣ୍ଣ ରୂପେ ବାଦ୍ ଦିଆଯାଇଥିବା ବେଳେ ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଆୟରଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଏସିଆନ୍ ଗେମ୍ସ ପାଇଁ ଦଳ ଘୋଷଣା କରାଯିବା ସମୟରେ ବିସିସିଆଇ (BCCI) ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଅଜିତ ଅଗରକର ଖୋଲିଲେ କାରଣ

ସୂର୍ଯ୍ୟକୁମାର ଯାଦବଙ୍କୁ ଟିମରୁ ବାଦ୍ ଦେବା ନେଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, "ବିଶ୍ୱକପ୍ ଜିତିଥିବା ଜଣେ ଅଧିନାୟକଙ୍କୁ ବାଦ୍ ଦେବା କେବେ ବି ସହଜ ନୁହେଁ। କିନ୍ତୁ ଆଗାମୀ ଦୁଇ ବର୍ଷର ଯୋଜନା ଏବଂ ଖେଳାଳିଙ୍କ ସାମ୍ପ୍ରତିକ ଫର୍ମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରେୟସ ଆୟର ବିଶ୍ୱକପ୍ ଖେଳିବା ଦୌଡ଼ରେ ଥିଲେ ଏବଂ ସେ ଜଣେ ଯୋଗ୍ୟ ଦାବିଦାର ଅଟନ୍ତି। ତାଙ୍କ ପାଖରେ ନେତୃତ୍ୱ ନେବାର ଯଥେଷ୍ଟ ଅଭିଜ୍ଞତା ରହିଛି।"

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ତିଲକ ବର୍ମା ଉପ-ଅଧିନାୟକ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି

କେବଳ ଅଧିନାୟକ ପରିବର୍ତ୍ତନ ନୁହେଁ, ଯୁବ ଖେଳାଳି ତିଲକ ବର୍ମାଙ୍କୁ ଟି-୨୦ ଦଳର ନୂଆ ଉପ-ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୧୫ ବର୍ଷୀୟ ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ଥର ପାଇଁ ସିନିୟର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ଚୟନ କମିଟି ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୁବ ଖେଳାଳିଙ୍କ ଉପରେ ଅଧିକ ଭରସା କରିଥିବା ସ୍ପଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଆୟରଙ୍କ ଦମଦାର ନେତୃତ୍ୱ ରେକର୍ଡ

ଆଇପିଏଲ୍ (IPL) ରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ବେଶ୍ ପ୍ରଭାବଶାଳୀ ରହିଛି। ୨୦୨୪ ମସିହାରେ ସେ କୋଲକାତା ନାଇଟ୍ ରାଇଡର୍ସ କୁ ଆଇପିଏଲ୍ ଟାଇଟଲ୍ ଜିତାଇଥିବା ବେଳେ ୨୦୨୫ ରେ ପଞ୍ଜାବ କିଙ୍ଗସ୍ କୁ ଫାଇନାଲ୍‌ରେ ପହଞ୍ଚାଇଥିଲେ। ତାଙ୍କର ଏହି ନେତୃତ୍ୱ ଦକ୍ଷତା ତାଙ୍କୁ ଜାତୀୟ ଦଳର ମଙ୍ଗ ଧରିବାରେ ସାହାଯ୍ୟ କରିଛି। ଟିମ୍ ଇଣ୍ଡିଆ ଜୁନ୍ ୨୬ ତାରିଖରୁ ଆୟରଲ୍ୟାଣ୍ଡ ବିପକ୍ଷରେ ନିଜର ପରବର୍ତ୍ତୀ ଟି-୨୦ ସିରିଜ୍ ଖେଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp