କୁସ୍ତି କାହିଁକି କ୍ଷତି ସହିବ? ବିନେଶ ଫୋଗାଟଙ୍କୁ ଏସୀୟ କ୍ରୀଡ଼ା ଟ୍ରାଏଲରୁ ବାଦ୍ ଦେବା ପ୍ରସଙ୍ଗରେ ଡବ୍ଲ୍ୟୁଏଫଆଇ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

Suryakanta Picture
Published On

ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ) ଏବଂ ଷ୍ଟାର୍ ରେସଲର ବିନେଶ ଫୋଗାଟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦରେ ଦିଲ୍ଲୀ ହାଇକୋର୍ଟ ହସ୍ତକ୍ଷେପ କରିଛନ୍ତି। ୨୦୨୬ ଏସୀୟ କ୍ରୀଡ଼ା ଟ୍ରାଏଲ୍‌ରୁ ବିନେଶଙ୍କୁ ବାଦ୍ ଦେବା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତିକୁ ନେଇ କୋର୍ଟ ଡବ୍ଲ୍ୟୁଏଫଆଇକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଖେଳାଳି ଏବଂ ପ୍ରଶାସନ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ "କୁସ୍ତି କାହିଁକି କ୍ଷତି ସହିବ?" ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ମାତୃତ୍ୱ କୌଣସି ଖେଳାଳିଙ୍କ ପାଇଁ ବାଧକ ନୁହେଁ

ଗତ ଜୁଲାଇ ୨୦୨୫ରେ ବିନେଶ ଏକ ସନ୍ତାନର ମା' ହୋଇଥିଲେ। ମାତୃତ୍ୱ ଅବକାଶ ପରେ ସେ ପୁଣିଥରେ କୁସ୍ତିକୁ ଫେରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ତେବେ ଡବ୍ଲ୍ୟୁଏଫଆଇ ତାଙ୍କୁ ଟ୍ରାଏଲ୍‌ରୁ ବାଦ୍ ଦେବା ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି ଖଣ୍ଡପୀଠ କହିଛନ୍ତି ଯେ, "ଦେଶରେ ମାତୃତ୍ୱକୁ ସମ୍ମାନ ଦିଆଯାଏ, ଏହା କୌଣସି ବ୍ୟକ୍ତିଙ୍କ କ୍ୟାରିଅର୍ ପାଇଁ କ୍ଷତିକାରକ ହେବା ଉଚିତ ନୁହେଁ।" ସଂଘ ନିଜର ପୁରୁଣା ଚୟନ ନିୟମରେ ଆଣିଥିବା ପରିବର୍ତ୍ତନ ଉପରେ କୋର୍ଟ ପ୍ରଶ୍ନ ଉଠାଇବା ସହ ଏହା ପ୍ରତିଶୋଧ ମୂଳକ ନହେବା ଉଚିତ ବୋଲି ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

କେନ୍ଦ୍ରକୁ ବିଶେଷଜ୍ଞ କମିଟି ଗଠନ ପାଇଁ ନିର୍ଦ୍ଦେଶ

ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ବିନେଶ ଫୋଗାଟଙ୍କ ଫିଟନେସ୍ ଏବଂ ଯୋଗ୍ୟତା ଯାଞ୍ଚ କରିବ। ଆସନ୍ତା ମେ ୩୦ ଏବଂ ୩୧ ତାରିଖରେ ହେବାକୁ ଥିବା ଏସୀୟ କ୍ରୀଡ଼ା ଟ୍ରାଏଲ୍‌ରେ ବିନେଶଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିବାଦ ଯୋଗୁଁ କୌଣସି ପ୍ରତିଭାବାନ ଖେଳାଳିଙ୍କ ଭବିଷ୍ୟତ ନଷ୍ଟ ହେବା ଅନୁଚିତ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

କ’ଣ ଥିଲା ସମ୍ପୂର୍ଣ୍ଣ ବିବାଦ?

ଗତ ମେ ୯ ତାରିଖରେ ଡବ୍ଲ୍ୟୁଏଫଆଇ ବିନେଶ ଫୋଗାଟଙ୍କୁ ଏକ ୧୫-ପୃଷ୍ଠାର କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ଏଥିରେ ତାଙ୍କ ବିରୋଧରେ ବିଶୃଙ୍ଖଳା, ଆଣ୍ଟି-ଡୋପିଂ ପ୍ରକ୍ରିୟା ଉଲ୍ଲଂଘନ ଏବଂ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ କୁସ୍ତିକୁ ବଦନାମ କରିଥିବା ଅଭିଯୋଗ ହୋଇଥିଲା। ଏହା ସହ ଆଣ୍ଟି-ଡୋପିଂ ନିୟମ ଅଧୀନରେ ଥିବା ୬ ମାସିଆ ନୋଟିସ୍ ଅବଧିକୁ ଦର୍ଶାଇ ଜୁନ୍ ୨୬, ୨୦୨୬ ପର୍ଯ୍ୟନ୍ତ ତାଙ୍କୁ ସମସ୍ତ ଘରୋଇ ପ୍ରତିଯୋଗିତାରୁ ବାସନ୍ଦ କରାଯାଇଥିଲା। ଏହା ବିରୋଧରେ ବିନେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ ଯେ, କେବଳ ତାଙ୍କୁ ଟ୍ରାଏଲ୍‌ରୁ ବାହାର କରିବା ଉଦ୍ଦେଶ୍ୟରେ ଡବ୍ଲ୍ୟୁଏଫଆଇ ଘରୋଇ ପଦକ ବିଜେତାଙ୍କୁ ସୁଯୋଗ ଦେବା ନେଇ ଚୟନ ପ୍ରକ୍ରିୟାରେ ଅଚାନକ ପରିବର୍ତ୍ତନ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର