ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

Suryakanta Picture
Published On

ଆଇପିଏଲ୍ ୨୦୨୬ ରେ ଖେଳୁଥିବା ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର। ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ୱିକେଟ୍ କିପର ବ୍ୟାଟର ଏମ୍.ଏସ୍. ଧୋନି କାଫ୍ ମାଂସପେଶୀ ଆହତ କାରଣରୁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିପାରି ନାହାନ୍ତି। ତାଙ୍କର ପଡ଼ିଆକୁ ଫେରିବାର ତାରିଖ ଏବେ ବି ଅନିଶ୍ଚିତତାରେ ରହିଛି, ଯାହା ସିଏସକେ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଅଧା ସିଜିନ୍ ବାଦ୍ ପଡ଼ିପାରନ୍ତି ଧୋନି

ପ୍ରାରମ୍ଭରେ ଏହା ଆଶା କରାଯାଉଥିଲା ଯେ ଧୋନି ମାତ୍ର ୨ ସପ୍ତାହ ପାଇଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ। କିନ୍ତୁ ଏବେ ଏହି ଅବଧି ୨୫ ଦିନ ଅତିକ୍ରମ କରିସାରିଲାଣି। ଆହତ କାରଣରୁ ସେ ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରୁ ମଧ୍ୟ ବାଦ୍ ପଡ଼ିଛନ୍ତି। ଯଦିଓ ସେ ନେଟ୍ସରେ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି, ତଥାପି ସେ ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବାରୁ ପ୍ରଥମ ୬ଟି ମ୍ୟାଚ ରୁ ବଞ୍ଚିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

କେବେ ଫେରିବେ ପଡ଼ିଆକୁ?

ଚେନ୍ନାଇ ଦଳର ବ୍ୟାଟିଂ କୋଚ୍ ମାଇକେଲ୍ ହସି ଏବଂ ବୋଲିଂ କୋଚ୍ ଏରିକ୍ ସାଇମନ୍ସ ଧୋନିଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି। କୋଚ୍‌ଙ୍କ କହିବା ଅନୁଯାୟୀ, ଧୋନି ନେଟ୍ସରେ ବହୁତ ଭଲ ବ୍ୟାଟିଂ କରୁଛନ୍ତି ଏବଂ ୱିକେଟ୍ କିପିଂ ଅଭ୍ୟାସ ମଧ୍ୟ ଜାରି ରଖିଛନ୍ତି। କିନ୍ତୁ, ମ୍ୟାଚ୍ ଶେଷ ଆଡ଼କୁ ଦ୍ରୁତ ରନ୍ ନେବା ପାଇଁ କାଫ୍ ମାଂସପେଶୀର ସୁସ୍ଥତା ଅତ୍ୟନ୍ତ ଜରୁରୀ। ସେ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଦୌଡ଼ିବାକୁ ସକ୍ଷମ ହୋଇନାହାନ୍ତି ଏବଂ ମେଡିକାଲ୍ ଟିମ୍ ତାଙ୍କୁ ସବୁଜ ସଙ୍କେତ ଦେଇନାହିଁ, ସେ ପଡ଼ିଆକୁ ଓହ୍ଲାଇବେ ନାହିଁ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ସିଏସକେ ପାଇଁ ଅନ୍ୟ ଆହତ ସମସ୍ୟା

କେବଳ ଏମ୍.ଏସ୍. ଧୋନି ନୁହଁନ୍ତି, ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଅନ୍ୟ ଖେଳାଳିଙ୍କ ଆହତ ସମସ୍ୟା ମଧ୍ୟ ଚିନ୍ତା ବଢ଼ାଇଛି। ଦଳର ଦ୍ରୁତ ବୋଲର ଖଲିଲ୍ ଅହମ୍ମଦ ଏବଂ ଟପ୍-ଅର୍ଡର ବ୍ୟାଟର ଆୟୁଷ ମ୍ହାତ୍ରେ ଆହତ କାରଣରୁ ପୂରା ସିଜିନରୁ ବାଦ୍ ପଡ଼ିଛନ୍ତି। ଆଗାମୀ ମ୍ୟାଚ୍ ଗୁଡ଼ିକରେ ଧୋନିଙ୍କ ବିନା ସିଏସକେ କିପରି ପ୍ରଦର୍ଶନ କରୁଛି ତାହା ଦେଖିବାକୁ ବାକି ରହିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp