୧୪ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଜିତେଶ ଶର୍ମାଙ୍କ ମଜାଦାର ବୟାନ

Suryakanta Picture
Published On

ଆଇପିଏଲ୍ (IPL) ୨୦୨୬ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ସମୟରେ ରାଜସ୍ଥାନ ରୟାଲ୍ସର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ର ୱିକେଟ୍ କିପର-ବ୍ୟାଟର ଜିତେଶ ଶର୍ମା ଏହି ୧୪ ବର୍ଷୀୟ ଖେଳାଳିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ବୈଭବଙ୍କ କ୍ରିକେଟ୍ ପ୍ରତିଭାକୁ ପ୍ରଶଂସା କରିବା ସହ ତାଙ୍କୁ 'ଅନ୍-ପ୍ରୋଫେସନାଲ୍' ବୋଲି ମଧ୍ୟ କହିଛନ୍ତି ଜିତେଶ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏବି ଡିଭିଲିୟର୍ସ ଓ ଜିତେଶ ଶର୍ମାଙ୍କ ମଧ୍ୟରେ ଆଲୋଚନା

ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ଏବି ଡିଭିଲିୟର୍ସଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ସାକ୍ଷାତକାର ସମୟରେ ଜିତେଶ ଶର୍ମା ବୈଭବଙ୍କୁ ନେଇ ଏହି ମନ୍ତବ୍ୟ ଦେଇଛନ୍ତି। ଆଲୋଚନା ବେଳେ ଡିଭିଲିୟର୍ସ ବୈଭବଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଆଇପିଏଲ୍ ଏବଂ ଅଣ୍ଡର-୧୯ ବିଶ୍ୱକପରେ ବୈଭବଙ୍କ ଖେଳ ଦେଖି ସେ ବହୁତ ପ୍ରଭାବିତ ହୋଇଛନ୍ତି। ବୟସ କମ୍ ହେଲେ ମଧ୍ୟ ସେ ପଡ଼ିଆରେ ଜଣେ ପରିପକ୍ୱ ଏବଂ 'ପ୍ରୋଫେସନାଲ୍' ଖେଳାଳିଙ୍କ ଭଳି ପ୍ରଦର୍ଶନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

'ଅଫ୍ ଦି ଫିଲ୍ଡ ପ୍ରୋଫେସନାଲ୍ ନୁହଁନ୍ତି ବୈଭବ'

ଡିଭିଲିୟର୍ସଙ୍କ ମନ୍ତବ୍ୟ ଉପରେ ହସି ହସି ପ୍ରତିକ୍ରିୟା ରଖିଥିଲେ ଜିତେଶ ଶର୍ମା। ସେ କହିଥିଲେ, "ମୁଁ କହିପାରେ ଯେ ସେ ଆଦୌ ପ୍ରୋଫେସନାଲ୍ ନୁହଁନ୍ତି। ସମସ୍ତେ ତାଙ୍କୁ ପ୍ରୋଫେସନାଲ୍ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ମୋତେ ଲାଗୁନି ସେ କେବେ ହୋଇପାରିବେ, ବିଶେଷ କରି ପଡ଼ିଆ ବାହାରେ। ପଡ଼ିଆ ଭିତରେ ହୁଏତ ସେ ଭଲ ପ୍ରଦର୍ଶନ କରୁଛନ୍ତି। ମୁଁ ତାଙ୍କୁ ରାତିରେ ଆଇସ୍-କ୍ରିମ୍ ଖାଇବାକୁ ବାରଣ କରେ, କିନ୍ତୁ ସେ କେବେ ବି ମୋ କଥା ଶୁଣନ୍ତି ନାହିଁ।" ଅବଶ୍ୟ ଏହି ମଜାଳିଆ କଥା ସହ ଜିତେଶ ବୈଭବଙ୍କ ପ୍ରତିଭାକୁ ମଧ୍ୟ ସ୍ୱୀକାର କରିଥିଲେ। ସେ କହିଥିଲେ ଯେ ବୈଭବ ଆଗାମୀ ଦିନରେ ବିଶ୍ୱ କ୍ରିକେଟରେ ରାଜ୍ କରିବେ ଏବଂ ତାଙ୍କ ପାଖରେ ଅଦ୍ଭୁତ କ୍ଷମତା ରହିଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଆଇପିଏଲ୍ ଓ ଅନ୍ତର୍ଜାତୀୟ ସ୍ତରରେ ବୈଭବଙ୍କ ଦବଦବା

ମାତ୍ର ୧୪ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ (IPL) ରେ ଏକ ବଡ଼ ନାମ ପାଲଟିଛନ୍ତି। ଗତବର୍ଷ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ସେ ମାତ୍ର ୩୫ ବଲରେ ଶତକ ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହାବ୍ୟତୀତ ନିକଟରେ ଶେଷ ହୋଇଥିବା ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ସେ ୧୭୫ ରନର ଐତିହାସିକ ଇନିଂସ ଖେଳି ଭାରତକୁ ଟାଇଟଲ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏବେ ଆଗାମୀ ଆଇପିଏଲ୍ ୨୦୨୬ ସିଜିନରେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp