ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦; ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Madhusudan Das Picture
Published On

ମୁଲାନପୁର/ନ୍ୟୁ ଚଣ୍ଡିଗଡ଼: କଟକର ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭାରତ ୧୦୧ ରନ୍‌ର ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇଛି । ଏହି ବିଜୟ  ଖେଳାଳିଙ୍କ ମନୋବଳକୁ ବଢ଼ାଇଦେଇଛି । ଏଭଳି ସମୟରେ ଆସନ୍ତକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ନୂଆକରି ଗଠିତ ନୂଆ ଚଣ୍ଡିଗଡର ମୁଲାନପୁରରେ ଖେଳାଯିବ । ଏହି ମ୍ୟାଚ୍‌କୁ ଜିତି ଭାରତ ୨-୦ରେ ଅଗ୍ରଣୀ ନେବା ସହ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ୨୦୧୪ ଟି-୨୦ ବିଶ୍ବକପ୍‌ ଜିତିବା ପରେ ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ୨୭ଟି ମ୍ୟାଚ୍‌ ଜିତିଥିବା ବେଳେ ମାତ୍ର ୪ଟି ହାରିଛି। ଉକ୍ତ ଫାଇନାଲ ମ୍ୟାଚ୍‌ ହାରିବା ପରଠାରୁ ଦକ୍ଷିଣ ଆଫ୍ରିକା ମାତ୍ର ୯ଟି ଟ୍ବେଣ୍ଟି୨୦ ଜିତିଥିବା ବେଳେ ୧୭ଟି ମ୍ୟାଚ୍‌ ହାରିଛି। ଏହିଥିରୁ ସ୍ପଷ୍ଟ ଯେ ବିଶ୍ବ ଚମ୍ପିଆନ୍ ଭାରତୀୟ ଟି୨୦ ଦଳ କେତେ ଶକ୍ତିଶାଳୀ ରହିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ବିଶ୍ବର ୧ନଂ ଦଳ ବିଦେଶରେ ବହୁତ ଭଲ ପ୍ରଦର୍ଶନ କରିଛି। ତେଣୁ ଘରୋଇ ବାତାବରଣରେ ଏହା ପ୍ରାୟ ଅପରାଜେୟ ମନେହେଉଛି। ପ୍ରଥମଥର ଆନ୍ତର୍ଜାତିକ ଭେନ୍ୟୁର ମାନ୍ୟତା ପାଇଥିବା ନ୍ୟୁ ଚଣ୍ଡିଗଡ଼ ଷ୍ଟାଡିୟମ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ତୀବ୍ର ପ୍ରତିରୋଧର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଚଳିତ ସିରିଜରେ ଭ୍ରମଣକାରୀ ଦଳ ଉଭୟ ଟେଷ୍ଟ ଜିତିବା ପରେ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୧-୨ରେ ହାରିଥିଲା । ଏହା ପରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାରିଯିବା ପରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ୧-୧ କରିବାର ଲକ୍ଷ୍ୟ ରଖିଛି। ଏହି ମ୍ୟାଚ୍‌ ହାରିଗଲେ ବା ଦଳ ୦-୨ରେ ପଛରେ ରହିଲେ ସିରିଜରେ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର । ଅନ୍ୟ ପକ୍ଷରେ ଭାରତ ସବୁ ପିଚ୍‌ରେ ନଂ-୧ ଦଳ ଭଳି ଖେଳୁଛି । ମଙ୍ଗଳବାର କଟକରେ ଭାରତ ଏହା ଦେଖାଇଥିଲା। ଦଳ ନିୟମିତ ୱିକେଟ୍‌ ହରାଇଥିଲେ ହେଁ ବ୍ୟାଟ୍‌ସମ୍ୟାନ ସଟ୍‌ ଖେଳିବାରୁ ବିରତ ହୋଇନଥିଲେ। ଫଳରେ ଭାରତ ୧୭୫ ରନ୍‌ ଛିଡ଼ା କରାଇ ପାରିଥିଲା। ଉଭୟ ଦଳଙ୍କ ମଧ୍ୟରେ ଗତ ୭ଟି ମ୍ୟାଚ୍‌ରୁ ଭାରତ ୬ଟି ଜିତିଛି। ତେଣୁ ନ୍ୟୁ ଚଣ୍ଡିଗଡ଼ ମ୍ୟାଚ୍‌ ଜିତିବା ଲାଗି ଭାରତକୁ ବିଶେଷ କଷ୍ଟ ସ୍ବୀକାର କରିବାକୁ ପଡ଼ିବା ନାହିଁ ବୋଲି ଆଶଙ୍କା କରାଯାଉଛି । 

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଆସନ୍ତାବର୍ଷର ଟି-୨୦ ବିଶ୍ବକପ୍‌ ଲାଗି ଭାରତ ଚମତ୍କାର ଢଙ୍ଗରେ ଆଗକୁ ବଢ଼ିଛି। ଉପମହାଦେଶରେ ଭାରତର ଅପରାଜେୟ ମନେହେଉଛି। ଟି-୨୦ ବିଶ୍ବକପ୍‌ ପୂର୍ବରୁ ଘରୋଇ ଦଳକୁ ଆଉ ୯ଟି ମ୍ୟାଚ୍‌ ଖେଳିବାର ଥିବାରୁ ବିଜୟ ଧାରା ବଜାୟ ରଖିବାକୁ ଚାହିଁବ। କଟକ‌ରେ ଦକ୍ଷିଣ ଆଫ୍ରିକା ଇନିଂସର ପ୍ରଥମ ଓଭର ହିଁ ଦର୍ଶାଇଥିଲା ଯେ ପୂରା ଇନିଂସରେ କ’ଣ ହେବାକୁ ଯାଉଛି। କ୍ବିଣ୍ଟନ ଡି କକ୍‌ ପ୍ରଥମ ଓଭରରେ ଆଉଟ୍‌ ହେବା ଦକ୍ଷିଣ ଆଫ୍ରିକା ପାଇଁ ଶକ୍ତ ଧକ୍କା ଥିଲା। ଅଭିଜ୍ଞ ଡି କକ୍‌ ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଶତକ ଅର୍ଜନ କରିଥିଲେ। ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଡି କକ୍‌ ଓ ମାରକ୍ରମଙ୍କ ଉପରେ ଅଧିକ ନିର୍ଭର କରିବ। ଦୁଇ ମଧ୍ୟକ୍ରମ ବ୍ୟାଟ୍‌ର ଟ୍ରିଷ୍ଟନ୍ ଷ୍ଟବ୍‌ସ ଓ ଡିୱାଲ୍‌ଡ ବ୍ରେଭିସ୍‌ ଭଲ ଫର୍ମରେ ଅଛନ୍ତି। ଅଭିଜ୍ଞ ଡେଭିଡ୍‌ ମିଲର ଫିନିସର ଭୂମିକା ନିର୍ବାହ କରିବେ। 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଯଶପ୍ରୀତ ବୁମ୍‌ରା ଭାରତର ମ୍ୟାଚ୍‌ ବିଜେତା ବୋଲର। ହେଲେ କଟକରେ ଅର୍ଶଦୀପ ନୂଆ ବଲ୍‌ରେ ଯେପରି ବୋଲିଂକଲେ; ତାହା ଭାରତକୁ ଉତ୍ସାହିତ କରିଛି। ଭାରତ ପାଇଁ ସର୍ବାଧିକ ଟି୨୦ ୱିକେଟ୍‌ ନେଇଥିବା ଅର୍ଶଦୀପ ବଲ୍‌କୁ ସ୍ବିଙ୍ଗ୍‌ କରିଥିଲେ। ଭାରତ ଅପରିବର୍ତ୍ତିତ ଏକାଦଶ ନେଇ ଓହ୍ଲାଇପାରେ। ଫଳରେ କୁଲଦୀପ ଯାଦବଙ୍କୁ ପୁଣି ବସିବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକା ନିଶ୍ଚୟ କିଛି ପରିବର୍ତ୍ତନ କରିପାରେ। ବ୍ୟାଟିଂକୁ ମଜ୍‌ଭୁତ କରିବା ପାଇଁ ପେସ୍‌ ବୋଲର ଲୁଥୋ ସିପାମ୍‌ଲାଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର କର୍ବିନ୍‌ ବସ୍‌ ଖେଳିପାରନ୍ତି। ଅଲ୍‌ରାଉଣ୍ଡର ଡାନୋଭାନ ଫରେରାଙ୍କ ସ୍ଥାନରେ ବ୍ୟାଟ୍‌ସମ୍ୟାନ ରିଜା ହେଣ୍ଡ୍ରିକ୍‌ସଙ୍କୁ ଖେଳାଇବା କଥା ଦକ୍ଷିଣ ଆଫ୍ରିକା ଚିନ୍ତା କରିପାରେ। ଉଚ୍ଚ ଗ୍ୟାଲେରୀ ନ ଥିବାରୁ ନ୍ୟୁ ଚଣ୍ଡିଗଡ଼ ଗ୍ରାଉଣ୍ଡରେ ସେତେ କାକରର ପ୍ରଭାବ ରହିବ ନାହିଁ। ଆଉ ମାତ୍ର ଗୋଟିଏ ୱିକେଟ୍‌ ନେଲେ ହାର୍ଦିକ ପାଣ୍ଡ୍ୟା ତୃତୀୟ ଭାରତୀୟ ଭାବେ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ୧୦୦ ୱିକେଟ୍‌ ପୂରଣ କରିବେ। ନ୍ୟୁ ଚଣ୍ଡିଗଡ଼ର ପିଚ୍‌ ବ୍ୟାଟିଂ ସହାୟକ ହେବ। ପିଚ୍‌ ଶୁଖିଲା ଥିବାରୁ ଏବଂ କାକରର କମ୍‌ ପ୍ରଭାବ ହେବାର ଥିବାରୁ ଏଠାରେ ଅଧିକ ରନ୍‌ ହୋଇପାରେ। ଉଭୟ ଦଳ ଟସ୍ ଜିତି ବ୍ୟାଟିଂକରି ବଡ଼ ସ୍କୋର୍‌ କରିବାକୁ ଚାହିଁବେ।

ଚାରି ବର୍ଷ ତଳେ ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁରରେ ଏହି ଷ୍ଟାଡିୟମ୍‌ ନିର୍ମିତ ହୋଇଥିଲା। ଅଦ୍ୟାବଧି ଏଠାରେ କୌଣସି ପୁରୁଷ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳା ଯାଇନାହିଁ। ତଥାପି ଏହା ପଞ୍ଜାବ କିଙ୍ଗ୍‌ସର ଘରୋଇ ଗ୍ରାଉଣ୍ଡ ହୋଇଥିବାରୁ ଏଠାରେ ଅଧିକାଂଶ ଭାରତୀୟ କ୍ରିକେଟର ଆଇପିଏଲ୍‌ ମ୍ୟାଚ୍‌ ଖେଳିଛନ୍ତି।

11 Dec 2025 By Madhusudan Das

https://www.thesakala.in/sports/india-vs-south-africa-2nd-t20i-at-new-chandigarh-today/article-43510
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର