ଚାମ୍ପିଅନ୍ସ ଟ୍ରଫି : ଦ୍ୱିତୀୟ ସେମିଫାଇନାଲ ଆଜି ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ମୁକାବିଲା

The Sakala Picture
Published On

ଲାହୋର : ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ମୁକାବିଲା ଆଜି ଗଦ୍ଦାଫି ଷ୍ଟାଡିୟମ୍‌ରେ ଖେଳାଯିବ। ଅନ୍ତର୍ଜାତୀୟ କ୍ରିକେଟରେ ଉଭୟ ଦଳ ପରସ୍ପର ସହ ଖୁବ୍‌ ମ୍ୟାଚ୍‌ ଖେଳିଛନ୍ତି। ଏହା ଫଳରେ ଉଭୟ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କମ୍‌ ଦେଖିବାକୁ ମିଳିଛି। ଏହି ପ୍ରତିଯୋଗିତାରେ ଉଭୟ ଦଳ ଦମ୍‌ଦାର ଖେଳ ପ୍ରଦର୍ଶନ କରିଛନ୍ତି। ଦକ୍ଷିଣ ଆଫ୍ରିକା ଉଭୟ ଇଂଲଣ୍ଡ ଓ ଆଫଗାନିସ୍ତାନକୁ ପରାସ୍ତ କରିଥିଲାବେଳେ ଅଷ୍ଟ୍ରେଲିଆ ସହ ମ୍ୟାଚ୍‌ ବର୍ଷା ଯୋଗୁଁ […]

ଲାହୋର : ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲ ମୁକାବିଲା ଆଜି ଗଦ୍ଦାଫି ଷ୍ଟାଡିୟମ୍‌ରେ ଖେଳାଯିବ। ଅନ୍ତର୍ଜାତୀୟ କ୍ରିକେଟରେ ଉଭୟ ଦଳ ପରସ୍ପର ସହ ଖୁବ୍‌ ମ୍ୟାଚ୍‌ ଖେଳିଛନ୍ତି। ଏହା ଫଳରେ ଉଭୟ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କମ୍‌ ଦେଖିବାକୁ ମିଳିଛି। ଏହି ପ୍ରତିଯୋଗିତାରେ ଉଭୟ ଦଳ ଦମ୍‌ଦାର ଖେଳ ପ୍ରଦର୍ଶନ କରିଛନ୍ତି। ଦକ୍ଷିଣ ଆଫ୍ରିକା ଉଭୟ ଇଂଲଣ୍ଡ ଓ ଆଫଗାନିସ୍ତାନକୁ ପରାସ୍ତ କରିଥିଲାବେଳେ ଅଷ୍ଟ୍ରେଲିଆ ସହ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ତେମ୍ବା ବଭୂମାଙ୍କ ନେତୃତ୍ୱରେ ଗଠିତ ଦକ୍ଷିଣ ଆଫ୍ରିକା ଦଳ ନିକଟ ଅତୀତରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ବ୍ୟାଟିଂ ହେଉ ବା ବୋଲିଂ ଉଭୟ ବିଭାଗରେ ଦକ୍ଷିଣ ଆଫ୍ରିକାର ଯେପରି ଦକ୍ଷତା ରହିଛି, ତାହାର ପ୍ରତିଦ୍ୱନ୍ଦ୍ୱୀ ନ୍ୟୁଜିଲାଣ୍ଡ ନିକଟରେ ମଧ୍ୟ ସମାନ ଦକ୍ଷତା ରହିଛି। ଏଣୁ ଏହି ମ୍ୟାଚ୍‌ର ଫଳାଫଳ ଯାହା ହେଉନା କାହିଁକି ଉଚ୍ଚକୋଟୀର ଖେଳ ଦେଖିବାକୁ ମିଳିବ। ଗଦ୍ଦାଫି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ପ୍ରଥମ ଇନିଂସରେ ହାରହାରି ସ୍କୋର ହେଉଛି ୩୧୬। ଏଠାରେ ଯେଉଁ ୪ଟି ଇନିଂସ ଖେଳାଯାଇଛି, ସେଥିରେ ପ୍ରତ୍ୟେକ ଇନିଂସରେ ୩୦୦ କିମ୍ବା ତା’ଠାରୁ ଅଧିକ ରନ୍‌ ସ୍କୋର ହୋଇଛି। ଏଠାରେ ଇଂଲଣ୍ଡ ପ୍ରଦତ୍ତ ୩୫୦ ରନ୍‌ର ଟାର୍ଗେଟକୁ ଅଷ୍ଟ୍ରେଲିଆ ୫ ୱିକେଟରେ ଜିତିଥିଲା। ଏଣୁ ଏଠାରେ ଖେଳାଯିବାକୁ ଥିବା ଆଜିର ମୁକାବିଲା ନିଶ୍ଚିତଭାବେ ହାଇସ୍କୋରିଂ ହେବ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp