ଆଜି ଭାରତ-ଇଂଲଣ୍ଡ ତୃତୀୟ ଟି-୨୦, ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ…

The Sakala Picture
Published On

ରାଜକୋଟ୍‌: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ତୃତୀୟ ଟି-୨୦ ମ୍ୟାଚ୍‌ ଆୟୋଜନ ହେବ। ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ୨-୦ରେ ଅଗ୍ରଣୀ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ଆଗୁଆ ସିରିଜ ଜିତିବାକୁ ପ୍ରୟାସ କରିବ। ପୂର୍ବରୁ ଭାରତ ପ୍ରଥମ ମ୍ୟାଚ୍‌ରେ ୭ ଓ ଦ୍ୱିତୀୟରେ ୨ ୱିକେଟ ବିଜୟୀ ହୋଇଥିଲା। ଅନ୍ୟପଟେ ସିରିଜ ବଞ୍ଚାଇ ରଖିବାକୁ ହେଲେ […]

ରାଜକୋଟ୍‌: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ତୃତୀୟ ଟି-୨୦ ମ୍ୟାଚ୍‌ ଆୟୋଜନ ହେବ। ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ୨-୦ରେ ଅଗ୍ରଣୀ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ଆଗୁଆ ସିରିଜ ଜିତିବାକୁ ପ୍ରୟାସ କରିବ। ପୂର୍ବରୁ ଭାରତ ପ୍ରଥମ ମ୍ୟାଚ୍‌ରେ ୭ ଓ ଦ୍ୱିତୀୟରେ ୨ ୱିକେଟ ବିଜୟୀ ହୋଇଥିଲା। ଅନ୍ୟପଟେ ସିରିଜ ବଞ୍ଚାଇ ରଖିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ୍‌ ଜିତିବା ଅପରିହାର୍ଯ୍ୟ ହୋଇ ପଡିଛି। ଅର୍ଥାତ ଇଂଲଣ୍ଡ କର ବା ମର ସ୍ଥିତିରେ ରହିଛି। ଏହି ମ୍ୟାଚ୍‌ ପାଇଁ ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ଭାରତ ଶୀର୍ଷ ସ୍ଥାନରେ ରହିଥିବାବେଳେ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛି। ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଏହି ମ୍ୟାଚ୍‌ ଖେଳିବେ ବୋଲି ବ୍ୟାଟିଂ କୋଚ୍‌ ସିତାଂଶୁ କୋଟାକ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ନିରଞ୍ଜନ ଶାହା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବଲ ପେସ୍‌ ଓ ବାଉନ୍ସ ହେବ। କିନ୍ତୁ ପିଚ୍‌ ବ୍ୟାଟରଙ୍କୁ ଅଧିକ ସୁହାଇବ। ଏହାପରେ ପ୍ରଥମ ଇନିଂସର ହାରାହାରି ସ୍କୋର ୧୮୯ ରହିଛି। ରନ୍‌ ଚେଜ୍‌ କରିବା କଷ୍ଟକର ହେବ। ମ୍ୟାଚ୍‌ କିନ୍ତୁ ହାଇସ୍କୋରିଂ ହେବ। ଦୁଇ ଦଳ ଏପର୍ଯ୍ୟନ୍ତ ଟି-୨୦ରେ ପରସ୍ପରକୁ ୨୬ଥର ଭେଟିଛନ୍ତି। ଏଥିରୁ ଭାରତ ୧୫ ଓ ଇଂଲଣ୍ଡ ୧୧ଟିରେ ବିଜୟୀ ହୋଇଛି। ଘରୋଇ ମାଟିରେ ଭାରତ ୮ ଓ ଇଂଲଣ୍ଡ ୫ଟିରେ ବିଜୟୀ ହୋଇଛି। ପୁଣି ଗତବର୍ଷ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ହରାଇଥିଲା। ତେଣୁ ରେକର୍ଡ ଓ ଫର୍ମରେ ଭାରତ ଆଗରେ ରହିଛି। ଏହି ମ୍ୟାଚ୍‌ରେ ଆଉ ୨ ୱିକେଟ ନେଇ ଅର୍ଶଦୀପ ସିଂହ ପ୍ରଥମ ଭାରତୀୟ ବୋଲର ଭାବେ ୧୦୦ ୱିକେଟ ନେବାକୁ ପ୍ରୟାସ କରିବେ। ସେ ଏପର୍ଯ୍ୟନ୍ତ ୬୨ ଟି-୨୦ ମ୍ୟାଚ୍‌ ଖେଳି ୯୮ ୱିକେଟ ଅକ୍ତିଆର କରିଛନ୍ତି। ଗତ ୧ ବର୍ଷରେ ଭାରତ ୨୫ ମ୍ୟାଚ୍‌ ଖେଳି ୨୩ ବିଜୟ, ୨ ପରାଜୟ ହାସଲ କରିଛି। ଅପରପକ୍ଷରେ ଇଂଲଣ୍ଡ ୧୯ ମ୍ୟାଚ୍‌ ଖେଳି ୧୦ ବିଜୟ ଓ ୭ ପରାଜୟ ବରଣ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଏହି ମ୍ୟାଚ୍‌ରେ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି। କାକର ସମସ୍ୟା ଥିଲେ ମଧ୍ୟ ଟସ୍‌ ଜିତିବା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିବ। ତିଳକ ବର୍ମା, ଅଭିଷେକ ଶର୍ମା, ଆର୍ଶଦୀପ, ଜୋଶ ବଟଲର, ଜୋଫ୍ରା ଆର୍ଚରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ମ୍ୟାଚ୍‌ ସଂଘର୍ଷ ପୂର୍ଣ୍ଣ ହେବା ସହ ରୋମାଞ୍ଚ୍‌କ ହେବ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର ଓ ଧ୍ରୁବ ଜୁରେଲ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଇଂଲଣ୍ଡ ଦଳ: ଜୋଶ ବଟଲର (ଅଧିନାୟକ), ହ୍ୟାରୀ ବ୍ରୁକ୍‌ (ଉପ- ଅଧିନାୟକ), ଫିଲ ସଲ୍ଟ, ଜ୍ୟାକବ ବେଥେଲ, ଲିଆମ ଲିଭିଂଷ୍ଟୋନ, ଜୋଫ୍ରା ଆର୍ଚର, ଗସ ଅଟକିନସନ, ବେନ ଡକେଟ, ଜେମି ଓଭରଟନ, ଆଦିଲ ରସିଦ ଓ ମାର୍କ ଉଡ୍‌।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର