ବାହାହେଲେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ଆଥଲେଟିକ ସୁପରଷ୍ଟାର ତଥା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ପିଙ୍ଗାଳି ନୀରଜ ଚୋପ୍ରା ହାତକୁ ଦୁଇହାତ ହୋଇଛନ୍ତି। ହିମାନୀ ନାମ୍ନୀ ଜଣେ ଝିଅକୁ ବିବାହ କରିଛନ୍ତି ବୋଲି ନୀରଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ତାଙ୍କ ବିବାହ କଥା କେବଳ ଦୁଇ ପରିବାର ଲୋକ ଜାଣିଥିଲେ। ବିବାହ ଖବରକୁ ଗୁପ୍ତ ରଖାଯାଇଥିଲା। ବିବାହ ସହ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛି ବୋଲି ନୀରଜ ନିଜର ପୋଷ୍ଟରେ […]

ନୂଆଦିଲ୍ଲୀ: ଭାରତୀୟ ଆଥଲେଟିକ ସୁପରଷ୍ଟାର ତଥା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ପିଙ୍ଗାଳି ନୀରଜ ଚୋପ୍ରା ହାତକୁ ଦୁଇହାତ ହୋଇଛନ୍ତି। ହିମାନୀ ନାମ୍ନୀ ଜଣେ ଝିଅକୁ ବିବାହ କରିଛନ୍ତି ବୋଲି ନୀରଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି। ତାଙ୍କ ବିବାହ କଥା କେବଳ ଦୁଇ ପରିବାର ଲୋକ ଜାଣିଥିଲେ। ବିବାହ ଖବରକୁ ଗୁପ୍ତ ରଖାଯାଇଥିଲା। ବିବାହ ସହ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛି ବୋଲି ନୀରଜ ନିଜର ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ହରିୟାଣାର ଲାରସାଉଲିରୁ ଆସିଥିବା ହିମାନୀ ଆମେରିକାର ଲସ ଏଞ୍ଜେଲ୍ସସ୍ଥିତ ସାଉଥଇଷ୍ଟର୍ଣ୍ଣ ଲୁସିଆନା ବିଶ୍ୱବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ କରିଛନ୍ତି ଓ ସେ ମଧ୍ୟ ଜଣେ ଦକ୍ଷ ଟେନିସ ଖେଳାଳି। ସେ ମଧ୍ୟ ଫ୍ରାଙ୍କଲିନ୍‌ ପିୟର୍ସ ବିଶ୍ୱବିଦ୍ୟାଳୟରେ ସହକାରୀ ଟେନିସ କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି। ଏହି ବିବାହ ଦୁଇଦିନ ତଳେ ଅନୁଷ୍ଠିତ ହୋଇଛି ବୋଲି ନୀରଜଙ୍କ ପରିବାର ତରଫରୁ କୁହାଯାଇଛି। ନୀରଜ ଓ ହିମାନୀ ଏବେ ହନିମୁନ ପାଇଁ ବିଦେଶ ଯାଇଛନ୍ତି। ଭାରତ ଫେରିବା ପରେ ବିବାହ ଭୋଜିର ଆୟୋଜନ କରାଯିବ ବୋଲି ନୀରଜଙ୍କ ଦାଦା ସୁରେନ୍ଦ୍ର ଚୋପ୍ରା କହିଛନ୍ତି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp