ତୀରନ୍ଦାଜୀରେ ପଦକ ଜିତିଲେ ବେଦାନ୍ତ କ୍ରୀଡା ପ୍ରୋତ୍ସାହନର ପ୍ରତିଭାବାନ ଯୁବ କ୍ରୀଡାବିତ୍‍ ସଞ୍ଜୟ ମାଝୀ

The Sakala Picture
Published On

ଭୁବନେଶ୍ୱର: ବେଦାନ୍ତ କ୍ରୀଡା ପ୍ରୋତ୍ସାହନର ପ୍ରତିଭାବାନ ଯୁବ ତୀରନ୍ଦାଜ ସଞ୍ଜୟ ମାଝୀ ସମ୍ମାନଜନକ ଏନଟିପିସି ସିନିୟର ନ୍ୟାସନାଲ ଆର୍ଚରୀ ଚାମ୍ପିୟନଶିପ୍ ୨୦୨୪ରେ କାଂସ୍ୟ ପଦକ ଜିତିଛନ୍ତି । ଭାରତର ପ୍ରମୁଖ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ୟୁନିଟ୍ ବେଦାନ୍ତ ଲାଞ୍ଜିଗଡ଼ ସମର୍ଥିତ ସଞ୍ଜୟଙ୍କ ଏହି ସଫଳତା ତୀରନ୍ଦାଜିରେ ବରିଷ୍ଠ ବର୍ଗର ଜାତୀୟ ପଦକ ପାଇଁ ଓଡ଼ିଶାର ୨୧ ବର୍ଷର ଅଭିଯାନକୁ ଶେଷ କରି ରାଜ୍ୟ ଓ ବେଦାନ୍ତର କ୍ରୀଡ଼ା ପାଇଁ ଗୌରବ ଆଣିଦେଇଛନ୍ତି । ବେଦାନ୍ତ କ୍ରୀଡ଼ା […]

ଭୁବନେଶ୍ୱର: ବେଦାନ୍ତ କ୍ରୀଡା ପ୍ରୋତ୍ସାହନର ପ୍ରତିଭାବାନ ଯୁବ ତୀରନ୍ଦାଜ ସଞ୍ଜୟ ମାଝୀ ସମ୍ମାନଜନକ ଏନଟିପିସି ସିନିୟର ନ୍ୟାସନାଲ ଆର୍ଚରୀ ଚାମ୍ପିୟନଶିପ୍ ୨୦୨୪ରେ କାଂସ୍ୟ ପଦକ ଜିତିଛନ୍ତି । ଭାରତର ପ୍ରମୁଖ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ୟୁନିଟ୍ ବେଦାନ୍ତ ଲାଞ୍ଜିଗଡ଼ ସମର୍ଥିତ ସଞ୍ଜୟଙ୍କ ଏହି ସଫଳତା ତୀରନ୍ଦାଜିରେ ବରିଷ୍ଠ ବର୍ଗର ଜାତୀୟ ପଦକ ପାଇଁ ଓଡ଼ିଶାର ୨୧ ବର୍ଷର ଅଭିଯାନକୁ ଶେଷ କରି ରାଜ୍ୟ ଓ ବେଦାନ୍ତର କ୍ରୀଡ଼ା ପାଇଁ ଗୌରବ ଆଣିଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ବେଦାନ୍ତ କ୍ରୀଡ଼ା କାର୍ଯ୍ୟକ୍ରମ ୨୦୧୮ରେ ଆରମ୍ଭ ହେବା ପରଠାରୁ ଓଡ଼ିଶାର କଳାହାଣ୍ଡିରେ ଯୁବ କ୍ରୀଡ଼ାବିତ୍ମାନଙ୍କ ପାଇଁ ଆଶାର କିରଣ ପାଲଟିଛି । ତୀରନ୍ଦାଜି ଏବଂ କରାଟେ ଉପରେ ଧ୍ୟାନ ଦେବା ସହିତ, ଏହି ପଦକ୍ଷେପ ଉଦୀୟମାନ ଆଥଲେଟମାନଙ୍କୁ ବିଶେଷଜ୍ଞ ପ୍ରଶିକ୍ଷଣ, ଆଧୁନିକ ଉପକରଣ, ୟୁନିଫର୍ମ ଏବଂ ଲଜିଷ୍ଟିକ୍ ସହାୟତା ସହିତ ବ୍ୟାପକ ସହାୟତା ପ୍ରଦାନ କରୁଛି । ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଆଥଲେଟ୍ ଏହି କାର୍ଯ୍ୟକ୍ରମରୁ ଉପକୃତ ହୋଇଥିବା ବେଳେ ୧୧୦ ଜଣ ଏବେ ତୀରନ୍ଦାଜି ଓ କରାଟେରେ ବୃତ୍ତିଗତ ପ୍ରଶିକ୍ଷଣ ନେଉଛନ୍ତି । ଏହି ମାଇଲଖୁଣ୍ଟ କ୍ରୀଡ଼ା ମାଧ୍ୟମରେ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ବେଦାନ୍ତର ବୃହତ ଦୃଷ୍ଟିକୋଣଉପରେ ଆଲୋକପାତ କରୁଛି ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ବେଦାନ୍ତ ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ଲାଞ୍ଜିଗଡ଼ରେ ଆମର କ୍ରୀଡ଼ା ବିକାଶ ପଦକ୍ଷେପ ସ୍ଥାନୀୟ ଯୁବକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ଏବଂ ସେମାନଙ୍କୁ ଜାତୀୟ ଓ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଚମକିବାରେ ସକ୍ଷମ କରିବାର ଲକ୍ଷ୍ୟ ସହିତ ଯୋଡ଼ି ହୋଇଛି । ଏହି ଐତିହାସିକ ବିଜୟ ପାଇଁ ଆମ କ୍ରୀଡ଼ା କାର୍ଯ୍ୟକ୍ରମରେ ସାମିଲ ଥିବା ସଞ୍ଜୟ ମାଝୀ ଓ ତାଙ୍କ ପ୍ରଶିକ୍ଷକ ସୀମାଞ୍ଚଳ କାଦରକାଙ୍କ ପାଇଁ ଆମେ ଅତ୍ୟନ୍ତ ଗର୍ବିତ ଏବଂ ଆଗାମୀ ବର୍ଷଗୁଡ଼ିକରେ ଏହି କାର୍ଯ୍ୟକ୍ରମରୁ ଆହୁରି ଅନେକ ଚାମ୍ପିୟନ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ବେଦାନ୍ତ ଆଲୁମିନିୟମ ବିଶେଷ କରି ଅବହେଳିତ ସମ୍ପ୍ରଦାୟର ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବାରେ ବିଶ୍ୱାସ କରେ ଏବଂ ସମଗ୍ର ଓଡ଼ିଶାରେ ଏହାର କ୍ରୀଡ଼ା ଅଭିଯାନ ମାଧ୍ୟମରେ ଏହା ତୀରନ୍ଦାଜି, ହକି, କରାଟେ ଏବଂ ଫୁଟବଲ ଭଳି କ୍ରୀଡ଼ାରେ ୫୦୦ରୁ ଅଧିକ ଯୁବକଙ୍କୁ ପ୍ରଶିକ୍ଷଣ ଦେଇଛି । ଏହାବ୍ୟତୀତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ୫୦୦ରୁ ଅଧିକ ଗାଁକୁ ସେବା ଯୋଗାଇଦେଇଛି, ଯେଉଁଥିରେ ୪.୫ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏଥିରେ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି, ତୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତି ଆଦି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି । ନିଜର ଫ୍ଲାଗସିପ୍ ପ୍ରକଳ୍ପ ନନ୍ଦ ଘର ଅଧୀନରେ କମ୍ପାନୀ ଓଡ଼ିଶାରେ ମହିଳା ଓ ଶିଶୁ ବିକାଶ ପାଇଁ ପ୍ରାୟ ୫୩୧ଟି ନନ୍ଦ ଘର ପ୍ରତିଷ୍ଠା କରିଛି, ଯାହା କି ଅଙ୍ଗନବାଡ଼ିର ଆଧୁନିକୀକରଣ ଅଟେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp