ଟି-୨୦ ବିଶ୍ବକପ୍: ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ
ନ୍ୟୁୟର୍କ: ଭାରତୀୟ ପେସ୍ ବୋଲରଙ୍କ ଆଗରେ ହାର୍ ମାନିଛି ପାକିସ୍ତାନ। ସ୍ଥାନୀୟ ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ରବିବାର ଅନୁଷ୍ଠିତ ମୁକାବିଲାରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ମାତ୍ର ୬ ରନ୍ରେ ପାକିସ୍ତାନକୁ ହରାଇ ଅବିଶ୍ୱସନୀୟ ବିଜୟ ହାସଲ କରିଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୯ ଓଭରରେ ୧୧୯ ରନ୍ କରି ଅଲଆଉଟ ହୋଇଯାଇଥିଲା। ଜବାବରେ ଭାରତୀୟ ବୋଲରଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ପାକିସ୍ତାନ ୭ ୱିକେଟରେ ୧୧୩ ରନ୍ରେ ଅଟକି […]
ନ୍ୟୁୟର୍କ: ଭାରତୀୟ ପେସ୍ ବୋଲରଙ୍କ ଆଗରେ ହାର୍ ମାନିଛି ପାକିସ୍ତାନ। ସ୍ଥାନୀୟ ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ରବିବାର ଅନୁଷ୍ଠିତ ମୁକାବିଲାରେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ମାତ୍ର ୬ ରନ୍ରେ ପାକିସ୍ତାନକୁ ହରାଇ ଅବିଶ୍ୱସନୀୟ ବିଜୟ ହାସଲ କରିଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୯ ଓଭରରେ ୧୧୯ ରନ୍ କରି ଅଲଆଉଟ ହୋଇଯାଇଥିଲା। ଜବାବରେ ଭାରତୀୟ ବୋଲରଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ପାକିସ୍ତାନ ୭ ୱିକେଟରେ ୧୧୩ ରନ୍ରେ ଅଟକି ଯାଇଥିଲା। ଏହି ମ୍ୟାଚ୍ରେ ମହମ୍ମଦ୍ ରିଜ୍ୱାନ (୩୧)ଙ୍କ ସମେତ ୪ ଓଭରରେ ୧୪ ରନ୍ ଦେଇ ୩ଟି ୱିକେଟ ନେଇଥିବା ଭାରତୀୟ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତାହାର ପ୍ରଥମ ମ୍ୟାଚ୍ରେ ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇଥିଲା ବେଳେ ଆଉ ୨ଟି ମ୍ୟାଚ୍ ଖେଳିବାକୁ ବାକି ରହିଛି। ଏହି ମ୍ୟାଚ୍ ଦୁଇଟି ଯଥାକ୍ରମେ ଆମେରିକା ସହ ଆସନ୍ତା ୧୨ରେ ଓ କାନାଡା ସହ ୧୫ରେ ଖେଳାଯିବ। ଟି-୨୦ ବିଶ୍ୱକପ୍ରେ ଉଭୟ ଦେଶ ମଧ୍ୟରେ ଏହାଥିଲା ୮ମ ମୁକାବିଲା। ଏହା ମଧ୍ୟରୁ ଆଜିର ମ୍ୟାଚ୍କୁ ମିଶାଇ ଭାରତ ୭ଟିରେ ପାକିସ୍ତାନ ମାତ୍ର ଗୋଟିଏ ମ୍ୟାଚ୍ରେ ବିଜୟୀ ହୋଇଛି।
ବୋଲରଙ୍କ କବ୍ଜାରେ ନାସାଉ ପିଚ୍
ପାକିସ୍ତାନ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ମାତ୍ର ୧୧୯ ରନ୍ କରିଥିଲା। ଏହି ପିଚ୍ରେ ବ୍ୟାଟିଂ କରିବା କଷ୍ଟକର ହୋଇଥିଲେ ମଧ୍ୟ ୧୨୦ ରନ୍ ହାସଲ କରିବା କଷ୍ଟକର ନ ଥିଲା। ପାକିସ୍ତାନ ମଧ୍ୟ ୧୪ ଓଭର ଖେଳ ଶେଷ ବେଳକୁ ୩ ୱିକେଟରେ ୮୦ ରନ୍ କରି ବିଜୟଠାରୁ ଆଉ ୪୦ ରନ୍ ଦୂରରେ ରହିଥିଲା। ଏହି ସମୟରେ ଅର୍ଥାତ୍ ୧୫ତମ ଓଭରର ପ୍ରଥମ ବଲରେ ଦୃଢ଼ତାର ସହ ବ୍ୟାଟିଂ କରୁଥିବା ମହମ୍ମଦ୍ ରିଜ୍ୱାନ (୩୧)ଙ୍କୁ ବୋଲ୍ଡ କରି ବୁମ୍ରା ଭାରତୀୟ ଶିବିରରେ ବିଜୟର ଆଶା ସଞ୍ଚାର କରିଥିଲେ। ଏହି ସମୟରେ ଭାରତୀୟ ଖେଳାଳିମାନେ ବିଜୟୀ ହୋଇପାରିବେ ବୋଲି ଭାବିନେଇଥିଲେ। ଯାହା ଫଳରେ ଉଭୟ ବୋଲର ଓ ଫିଲ୍ଡର କୌଣସି ତ୍ରୁଟି ନ କରି ପାକିସ୍ତାନକୁ ୧୧୩ ରନ୍ରେ ଅଟକାଇବାରେ ସମର୍ଥ ହୋଇଥିଲେ। ଏମାନେ ଏପରି ବୋଲିଂ କରିଥିଲେ ଯେ ୧୩.୩ ଓଭରୁ ୧୯.୨ ଓଭର ମଧ୍ୟରେ ପାକିସ୍ତାନ ପକ୍ଷରୁ ଗୋଟିଏ ହେଲେ ବାଉଣ୍ଡରୀ ମରାଯାଇପାରି ନଥିଲା। ପାକିସ୍ତାନର ଇମାଦ ୱାସିମ ୧୫, ଅଧିନାୟକ ବାବର ଆଜମ, ଉସ୍ମାନ ଖାନ୍ ଓ ଫକର ଜମାନ ୧୩ ରନ୍ ଲେଖାଏଁ କରିଥିଲେ ମଧ୍ୟ ଦଳର ବିଜୟ ଲାଗି ଏହା ପର୍ଯ୍ୟାପ୍ତ ହୋଇ ନ ଥିଲା। ଭାରତ ପକ୍ଷରୁ ବୁମ୍ରାଙ୍କ ୩ ୱିକେଟ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି, ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।
ଭାରତର ଦାୟିତ୍ୱହୀନ ବ୍ୟାଟିଂ
ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଭାରତ ସୁଯୋଗ ପାଇଥିଲା। କିନ୍ତୁ ଭାରତର ଅଧା ବ୍ୟାଟର ଦାୟିତ୍ୱହୀନ ଭାବେ ଅନାବଶ୍ୟକ ସଟ୍ ଖେଳି ଆଉଟ ହୋଇଥିଲେ। ଦଳ ୧୯ ରନ୍ରେ ବିରାଟ କୋହଲି (୪) ଓ ରୋହିତ ଶର୍ମା (୧୩)ଙ୍କ ୱିକେଟ ହରାଇଥିଲେ ମଧ୍ୟ ରନ୍ ସଂଗ୍ରହ ହାର ଠିକ୍ ଥିଲା। କିନ୍ତୁ ବ୍ୟାଟରମାନେ ଧୈର୍ଯ୍ୟର ସହ ବ୍ୟାଟିଂ କରିବା ପରିବର୍ତ୍ତେ ବଡ ବଡ ସଟ୍ ମାରିବାକୁ ଯାଇ ଆଉଟ ହୋଇଯାଇଥିଲେ। ଦଳ ପକ୍ଷରୁ ପନ୍ତ୍ ସର୍ବାଧିକ ୪୨ ଓ ଅକ୍ଷର ପଟେଲ ୨୦ ରନ୍ କରିଥିଲେ। ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କରେ ପହଞ୍ଚିପାରି ନ ଥିଲେ। ପାକିସ୍ତାନର ଫାଷ୍ଟ ବୋଲରମାନେ ଏଥିରୁ ଫାଇଦା ଉଠାଇ ୯ଟି ୱିକେଟ ନେଇଥିଲେ। ଏମାନଙ୍କ ମଧ୍ୟରେ ନସୀମ ଶାହ ଓ ହାରିସ ରୌଫ୍ ୩ଟି ଲେଖାଏଁ, ମହମ୍ମଦ୍ ଆମୀର ୨ଟି ଓ ସାହିନ ଆଫ୍ରିଦୀଙ୍କୁ ଗୋଟିଏ ୱିକେଟ ମିଳିଥିଲା। ବୁମ୍ରା ରନ୍ଆଉଟ ହୋଇଥିଲେ।