ଟି-ଟ୍ୱେଣ୍ଟି ବିଶ୍ୱକପ: ସୁପର୍ ଓଭରରେ ଆମେରିକା ଠାରୁ ହାରିଲା ପାକିସ୍ତାନ

The Sakala Picture
Published On

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପରେ ଗତକାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଆମେରିକା ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ ଟାଇ ହୋଇଯିବା ପରେ ସୁପର୍ ଓଭର୍ ଖେଳାଯାଇଥିଲା। ଯେଉଁଥିରେ ରୋମାଞ୍ଚକର ବିଜୟ ହାସଲ କରିଛି ଆମେରିକା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିବା ବେଳେ ଆମେରିକା ୩ ୱିକେଟ ବିନିମୟରେ ସମାନ ସ୍କୋର୍ କରିଥିଲା। ଫଳରେ ସୁପର୍ ଓଭର୍ ଘୋଷଣା କରାଯାଇଥିଲା। […]

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପରେ ଗତକାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଆମେରିକା ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ ଟାଇ ହୋଇଯିବା ପରେ ସୁପର୍ ଓଭର୍ ଖେଳାଯାଇଥିଲା। ଯେଉଁଥିରେ ରୋମାଞ୍ଚକର ବିଜୟ ହାସଲ କରିଛି ଆମେରିକା।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିବା ବେଳେ ଆମେରିକା ୩ ୱିକେଟ ବିନିମୟରେ ସମାନ ସ୍କୋର୍ କରିଥିଲା। ଫଳରେ ସୁପର୍ ଓଭର୍ ଘୋଷଣା କରାଯାଇଥିଲା। ସୁପର୍ ଓଭରରେ ପାକିସ୍ତାନ ପକ୍ଷରୁ ମହମ୍ମଦ ଆମିର୍ ବଲିଂ କରିଥିବା ବେଳେ ଆମେରିକା ୧୮ ରନ୍ ସଂଗ୍ରହ କରିଥିଲା।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଏହାପରେ ଆମେରିକା ପକ୍ଷରୁ ଭାରତୀୟ ବଂଶୋଦ୍ଭବ ସୌରଭ ନେତ୍ରଭଲକର ବଲିଂ କରିଥିଲେ। ସୌରଭଙ୍କ ଷାଣିତ ବୋଲିଂ ଆମେରିକାକୁ ବିଜୟ ଭେଟି ଦେଇଛି।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

କାରଣ ସୁପର୍ ଓଭରରେ ପାକିସ୍ତାନ ୧୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ୫ ରନରେ ବିଜୟୀ ଆମେରିକା ଘୋଷିତ ହୋଇଥିଲା। ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି ଆୟୋଜକ ଟିମ୍।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର