ସୀମିତ ଓଭର କ୍ରିକେଟ: ସ୍ଥାୟୀ ହେବ ଷ୍ଟପ୍ କ୍ଲକ ନିୟମ, ନକ୍ଆଉଟ୍ ପାଇଁ ରହିବ ରିଜର୍ଭ ଡେ’
ଦୁବାଇ: ସୀମିତ ଓଭର କ୍ରିକେଟ ଅର୍ଥାତ ଦିନିକିଆ ଓ ଟି-୨୦ ଫର୍ମାଟ୍ରେ ଷ୍ଟପ୍ କ୍ଲକ୍ ନିୟମ ସ୍ଥାୟୀ ଭାବେ ଲାଗୁ କରାଯିବ। ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏହି ଦୁଇ ଫର୍ମାଟ୍ରେ ସମୟର ପ୍ରବନ୍ଧନ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଷ୍ଟପ କ୍ଲକ ନିୟମ ଅନୁସାରେ ବୋଲିଂ ବା ଫିଲ୍ଡିଂ କରୁଥିବା ଦଳକୁ ପରବର୍ତ୍ତୀ ଓଭର ଆରମ୍ଭ କରିବା ପାଇଁ ୬୦ ସେକେଣ୍ଡର ସମୟ ମିଳିବ। ଯଦି ଏହି ସମୟରେ ପରବର୍ତ୍ତୀ ଓଭର ଆରମ୍ଭ […]
ଦୁବାଇ: ସୀମିତ ଓଭର କ୍ରିକେଟ ଅର୍ଥାତ ଦିନିକିଆ ଓ ଟି-୨୦ ଫର୍ମାଟ୍ରେ ଷ୍ଟପ୍ କ୍ଲକ୍ ନିୟମ ସ୍ଥାୟୀ ଭାବେ ଲାଗୁ କରାଯିବ। ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏହି ଦୁଇ ଫର୍ମାଟ୍ରେ ସମୟର ପ୍ରବନ୍ଧନ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଷ୍ଟପ କ୍ଲକ ନିୟମ ଅନୁସାରେ ବୋଲିଂ ବା ଫିଲ୍ଡିଂ କରୁଥିବା ଦଳକୁ ପରବର୍ତ୍ତୀ ଓଭର ଆରମ୍ଭ କରିବା ପାଇଁ ୬୦ ସେକେଣ୍ଡର ସମୟ ମିଳିବ। ଯଦି ଏହି ସମୟରେ ପରବର୍ତ୍ତୀ ଓଭର ଆରମ୍ଭ କରିବାରେ ବିଳମ୍ବ ହୁଏ ତେବେ ବୋଲିଂ କରୁଥିବା ଦଳ ଉପରେ ପେନାଲ୍ଟି ଲାଗୁ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ୍ରୁ ଆରମ୍ଭ ହେବାକୁ ଯାଉଥିବା ଟି-୨୦ ବିଶ୍ୱକପ୍ରେ ଏହି ନିୟମ ସ୍ଥାୟୀ ଭାବେ ଲାଗୁ ହେବ। ଆଗକୁ ସବୁ ଦିନିକିଆ ଓ ଟି-୨୦ ଫର୍ମାଟରେ ଏହି ନିୟମ ଲାଗୁ ହେବ। ଏବେ ଦୁବାଇରେ ଆଇସିସି ବୋର୍ଡ ସଦସ୍ୟମାନେ ବୈଠକରେ ଏକାଠି ହୋଇଛନ୍ତି ଓ ଏଥିରେ ଷ୍ଟପ୍ କ୍ଲକ ନିୟମକୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।
ତୃତୀୟଥର ନିୟମ ଉଲ୍ଲଂଘନ ହେଲେ ୫ ରନର ପେନାଲ୍ଟି
ଫିଲ୍ଡ ଅମ୍ପାୟର ୬୦ ସେକେଣ୍ଡ ମଧ୍ୟରେ ପରବର୍ତ୍ତୀ ଓଭର ଆରମ୍ଭ କରିବା ନେଇ ବୋଲିଂ କରୁଥିବା ଦଳକୁ ଦୁଇଥର ୱାର୍ଣ୍ଣିଂ ବା ସତର୍କ କରାଇବେ। କିନ୍ତୁ ତୃତୀୟଥର ଏହି ଭୁଲ ଦୋହରାଇଲେ ବୋଲିଂ କରୁଥିବା ଦଳ ଉପରେ ୫ ରନର ପେନାଲ୍ଟି ଲାଗୁ କରାଯିବ। ସରଳ ଅର୍ଥରେ ବୁଝିବାକୁ ଗଲେ କୌଣସି ଦଳ ଯଦି ୯ଥର ଓଭର ଆରମ୍ଭ କରିବାରେ ୬୦ ସେକେଣ୍ଡରୁ ଅଧିକ ସମୟ ନିଏ ତେବେ ବ୍ୟାଟିଂ କରୁଥିବା ଦଳ ଖାତାରେ ୧୫ ରନ ସାମିଲ କରାଯିବ।
ତୃତୀୟ ଅମ୍ପାୟର ଟାଇମର ଆରମ୍ଭ କରିବ
ଓଭର ଶେଷ ହେବା ପରେ ପଡ଼ିଆରେ ଲାଗିଥିବା ଟିଭି ସ୍କ୍ରିନ୍ରେ ୬୦ ସେକେଣ୍ଡର କାଉଣ୍ଟ ଡାଉନ୍ ଆରମ୍ଭ ହେବ। ତୃତୀୟ ଅମ୍ପାୟର କଣ୍ଟ୍ରୋଲ ରୁମ୍ରେ ଏହାକୁ ଆରମ୍ଭ କରିବା ସହ ନିୟନ୍ତ୍ରଣ କରିବେ। ୬୦ ସେକେଣ୍ଡ ପାର ହେବା ପରେ ଫିଲ୍ଡ ଅମ୍ପାୟର ବୋଲିଂ କରୁଥିବା ଦଳର ଅଧିନାୟକଙ୍କୁ ସତର୍କ କରାଇବେ। ଡିଆରଏସ୍ ନେବା ଭଳି ଏହି ପ୍ରକ୍ରିୟାର ସଞ୍ଚାଳନ ହେବ। ଡିଆରଏସ ନେବା ପାଇଁ ଦୁଇ ଦଳକୁ ୧୫ ସେକେଣ୍ଡର ସମୟ ମିଳିଥାଏ। ଆବେଦନ ହେବା ପରେ ତୃତୀୟ ଅମ୍ପାୟାର ଷ୍ଟପ୍ କ୍ଲକ୍ ଆରମ୍ଭ କରିଥାଏ ଓ ପଡ଼ିଆରେ ଲାଗି ଥିବା ଟିଭି ପର୍ଦାରେ ଦେଖିବାକୁ ମିଳିଥାଏ। ଏହାକୁ ଦେଖି ଖେଳାଳି ରିଭ୍ୟୁ ନେଇଥାଏ। ଠିକ୍ ଏହି ଭଳି ଷ୍ଟପ୍ କ୍ଲକ ନିୟମର ସଞ୍ଚାଳନ ହେବ।
ଟି-୨୦ ବିଶ୍ୱକପ୍ରେ ସ୍ଥାୟୀ ଭାବେ ଲାଗୁ ହେବ
ଆଗାମୀ ଜୁନ୍ରେ ଟି-୨୦ ବିଶ୍ୱକପ୍ ଖେଳାଯିବ। ଏହି ମେଗା ଇଭେଣ୍ଟରେ ଷ୍ଟପ୍ କ୍ଲକ୍ ନିୟମ ସ୍ଥାୟୀ ଭାବେ ଲାଗୁ ହେବ। ଯଦି ଡିଆରଏସ୍ ପାଇଁ ପରବର୍ତ୍ତୀ ଓଭର ଆରମ୍ଭ ହେବାରେ ବିଳମ୍ବ ହୁଏ ତେବେ ଅମ୍ପାୟାର ଷ୍ଟପ୍ କ୍ଲକକୁ ରୋକିବାର ଅଧିକାର ପାଇବେ। ଏହା ଫଳରେ ଫିଲ୍ଡିଂ କରୁଥିବା ଦଳ ବିନା କୌଣସି ଭୁଲ ଯେପରି ପେନାଲ୍ଟିର ସମ୍ମୁଖୀନ ହେବ ନାହିଁ ଓ ଅମ୍ପାୟାର ଏ ନେଇ ନଜର ରଖିବେ।
ଡିସେମ୍ବରରେ ଏହା ପରୀକ୍ଷାମୂଳକ ଭାବେ ଲାଗୁ ହୋଇଥିଲା
ଆଇସିସି ୨୦୨୩ ଡିସେମ୍ବରରେ ଟି-୨୦ ଫର୍ମାଟ୍ରେ ଏହି ନିୟମ ଲାଗୁ କରିଥିଲା। ଏହି ନିୟମ ସହ ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ପ୍ରଥମ ମ୍ୟାଚ୍ ଖେଳିଥିଲେ। ଆଗାମୀ ଏପ୍ରିଲ ପର୍ଯ୍ୟନ୍ତ ଏହି ନିୟମ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଥାନ୍ତା। କିନ୍ତୁ ଭଲ ଫଳାଫଳ ଦେଖି ଆଇସିସି ଏହି ନିୟମକୁ ସ୍ଥାୟୀ ଭାବେ ଲାଗୁ କରିବାକୁ ଶେଷରେ ନିଷ୍ପତ୍ତି ନେଇଛି।
ନକ୍ଆଉଟ୍ ପାଇଁ ରିଜର୍ଭ ଡେ
ଚଳିତ ବର୍ଷ ଜୁନ ପ୍ରାରମ୍ଭରେ ଟି-୨୦ ବିଶ୍ୱକପ୍ର ପରବର୍ତ୍ତୀ ସଂସ୍କରଣ ଅନୁଷ୍ଠିତ ହେବ। ଏହି ମେଗା ଇଭେଣ୍ଟର ନକ୍ଆଉଟ୍ ମୁକାବିଲା ପାଇଁ ଏଥର ରିଜର୍ଭ ଡେ’ ବ୍ୟବସ୍ଥା ରଖାଯାଇଛି। କ୍ରିକେଟ୍ର ସର୍ବୋଚ୍ଚ ସଂସ୍ଥା ଆଇସିସି ପକ୍ଷରୁ ଶୁକ୍ରବାର ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେମିଫାଇନାଲ ଓ ଫାଇନାଲର ୨ୟ ପାଳିରେ ଅତିକମ୍ରେ ୧୦ ଓଭର ଖେଳ ହୋଇଥିଲେ ଏବଂ ପରେ କୌଣସି କାରଣରୁ ମ୍ୟାଚରେ ବ୍ୟାଘ୍ରାତ ସୃଷ୍ଟି ହେଲେ ଏହା ରିଜର୍ଭ ଡେ’ରେ ଖେଳାଯିବ।