ଆଜି ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ୍‌ ମୁକାବିଲା: ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ, ଷଷ୍ଠ ଟାଇଟଲ ଲକ୍ଷ୍ୟରେ ୟଙ୍ଗ ଇଣ୍ଡିଆ

The Sakala Picture
Published On

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଅନ୍ତିମ ପର୍ଯ୍ୟୟରେ ପହଞ୍ଚିଛି। ଟାଇଟଲ ପାଇଁ ଗତଥରର ଚାମ୍ପିଅନ ଭାରତ ଓ ଅଷ୍ଟ୍ରେଲିଆ ରବିବାର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଜୋହାନ୍ସବର୍ଗର ପୂର୍ବରେ ଥିବା ବେନୋଇର ୱିଲୋମୁର ପାର୍କରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଜିତି ଭାରତ ରେକର୍ଡ ଷଷ୍ଠ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ଗତ ଅକ୍ଟୋବର- ନଭେମ୍ବରେ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ଭାରତକୁ […]

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଅନ୍ତିମ ପର୍ଯ୍ୟୟରେ ପହଞ୍ଚିଛି। ଟାଇଟଲ ପାଇଁ ଗତଥରର ଚାମ୍ପିଅନ ଭାରତ ଓ ଅଷ୍ଟ୍ରେଲିଆ ରବିବାର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଜୋହାନ୍ସବର୍ଗର ପୂର୍ବରେ ଥିବା ବେନୋଇର ୱିଲୋମୁର ପାର୍କରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଜିତି ଭାରତ ରେକର୍ଡ ଷଷ୍ଠ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ଗତ ଅକ୍ଟୋବର- ନଭେମ୍ବରେ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ଚାମ୍ପିଅନ ହେବା ସହ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲା। ଏବେ ଭାରତର କନିଷ୍ଠ ଖେଳାଳି ସିନିୟର ଖେଳାଳିଙ୍କର ଏହି ହୃଦୟବିଦାରକ ପରାଜୟର ପ୍ରତିଶୋଧ ନେବ ବୋଲି ଆଶା କରାଯାଉଛି। ଭାରତ ସେମିଫାଇନାଲରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ଦୁଇ ୱିକେଟରେ ଓ ଅଷ୍ଟ୍ରେଲିଆ ରୋମାଞ୍ଚକ ତଥା ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲରେ ଏକ ୱିକେଟରେ ପାକିସ୍ତାନକୁ ହରାଇ ଫାଇନାଲ ଟିକଟ ହାସଲ କରିଥିଲେ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଟୁର୍ଣ୍ଣାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ଦମ୍‌ଦାର ପ୍ରଦର୍ଶନ କରିଛି। ଫାଇନାଲ ମ୍ୟାଚରେ ଉଭୟ ଦଳର ଖେଳାଳିଙ୍କ କୌଶଳ, ପ୍ରତିଶୃତିବଦ୍ଧତା, ଦୃଢ ସଂକଳ୍ପର ଲଢେଇ ଦେଖିବାକୁ ମିଳିବ। ଅତୀତର ସଫଳତା ଓ ଭବିଷ୍ୟତର ଅନିଶ୍ଚିତାକୁ ନେଇ ବ୍ୟସ୍ତ ନ ହୋଇ ବର୍ତ୍ତମାନ ଅର୍ଥାତ୍‌ ଫାଇନାଲ ମ୍ୟାଚ୍‌ ଉପରେ ମନୋନିବେଶ କରିବାକୁ ଭାରତୀୟ ଅଧିନାୟକ ଉଦୟ ସରଣ ନିଜ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି। ଉଭୟ ଦଳରେ ଦକ୍ଷ ଓ ପ୍ରତିଭାସମ୍ପର୍ଣ୍ଣ ଖେଳାଳି ରହିଛନ୍ତି। ଏହି ବିଶ୍ୱକପ୍‌ରୁ ପ୍ରତିଭା ଚିହ୍ନଟ ହୋଇଥାନ୍ତି ଓ ସେମାନଙ୍କର ବିକାଶ କରାଯାଇ ସିନିୟର ଦଳରେ ଉପଯୋଗ କରିବା ହିଁ ମୂଳ ଲକ୍ଷ୍ୟ ରହିଆସିଛି। ବିରାଟ କୋହଲି, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା, ଯୁବରାଜ ସିଂ, ମହମ୍ମଦ କୈଫ୍‌ଙ୍କ ଭଳି କ୍ରିକେଟର ଏହି ବିଶ୍ୱକପ୍‌ରୁ ଆବିଷ୍କାର ହୋଇଛନ୍ତି। ଚଳିତ ବିଶ୍ୱକପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ମୁସିର ଖାନ୍‌, ଉଦୟ ସରଣ, ସଚିନ ଧାସ, ସୌମ୍ୟ ପାଣ୍ଡେ, ରାଜ ଲିମ୍ବାନୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଏମାନେ ଭବିଷ୍ୟତରେ ଭାରତୀୟ କ୍ରିକେଟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବେ ବୋଲି ଆଶା କରାଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ଏମାନଙ୍କ ପ୍ରଦର୍ଶନ ଉପରେ ଭାରତର ଟାଇଟଲ ଆଶା ନିର୍ଭର କରୁଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଗ୍ରୁପ୍‌ ଏ’ରେ ଭାରତ ତା’ର ସମସ୍ତ ତିନୋଟି ଯାକ ମ୍ୟାଚ୍‌ ଜିତିବା ପରେ ସୁପର-୬ ଗ୍ରୁପ୍‌ ୧ରେ ୪ଟି ମ୍ୟାଚ୍‌ ଖେଳି ସବୁଥିରେ ବିଜୟୀ ହେବା ସହ ସେମିଫାଇନାଲରେ ପ୍ରବେଶ କରିଥିଲା। ଅପରପକ୍ଷରେ ଅଷ୍ଟ୍ରେଲିଆ ଗ୍ରୁପ୍‌ ସି’ରେ ତାର ୩ଟି ମ୍ୟାଚ୍‌ ଜିତିବା ପରେ ସୁପର-୬ ଗ୍ରୁପ୍‌ ୨ରେ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ଗୋଟିଏ ନୋ ରେଜଲ୍ଟ ସହ ଶୀର୍ଷରେ ରହିଥିଲା। ଅର୍ଥାତ ଉଭୟ ଦଳ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଅପରାଜେୟ ରହିଛନ୍ତି। ତେଣୁ ରବିବାର ଏହି ଫାଇନାଲ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଉପରେ ସାରା ବିଶ୍ୱର ନଜର ରହିଛି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଭାରତୀୟ ଦଳ: ଉଦୟ ସରଣ (ଅଧିନାୟକ), ଅର୍ଶିନ କୁଲକର୍ଣ୍ଣୀ, ଆଦର୍ଶ ସିଂ, ରୁଦ୍ର ମୟୂର ପଟେଲ, ମୁସିର ଖାନ୍‌, ସଚିନ ଧାସ, ପ୍ରିୟାଂଶୁ ମୋଲିୟା, ଆରାଭେଲି ଅବିନାଶ ରାଓ (ୱିକେଟକିପର), ସୌମ୍ୟ ପାଣ୍ଡେ, ମୁରୁଗାନ ଅଭିଷେକ, ଇନେଶ ମହାଜନ, ଧନୁଷ ଗୌଡ଼ା, ଆରାଧ୍ୟ ଶୁକ୍ଲା, ରାଜ ଲିମ୍ବାନୀ ଓ ନମନ ତିୱାରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର