ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ: ପ୍ରଥମ ୨ଟି ମ୍ୟାଚ୍ ଖେଳିବେନି ବିରାଟ

The Sakala Picture
Published On

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେନି ବିରାଟ କୋହଲି।  ଏ ନେଇ ସୋମବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ୟକ୍ତିଗତ କାରଣରୁ ବିରାଟ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ଓହରି ଯାଇଛନ୍ତି ବୋଲି ବିସିସିଆଇ କହିଛି । ବିରାଟ କୋହଲିଙ୍କ ବଦଳରେ କାହାକୁ ଟିମ୍‌ରେ ନିଆଯିବ, ସେ ନେଇ ଚୟନ କମିଟି ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଇଛି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୫ରୁ […]

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେନି ବିରାଟ କୋହଲି।  ଏ ନେଇ ସୋମବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ୟକ୍ତିଗତ କାରଣରୁ ବିରାଟ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ଓହରି ଯାଇଛନ୍ତି ବୋଲି ବିସିସିଆଇ କହିଛି । ବିରାଟ କୋହଲିଙ୍କ ବଦଳରେ କାହାକୁ ଟିମ୍‌ରେ ନିଆଯିବ, ସେ ନେଇ ଚୟନ କମିଟି ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଇଛି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୫ରୁ ହାଇଦ୍ରାବାଦରେ ଖେଳା ଯିବ। ଦ୍ୱିତୀୟ ମ୍ୟାଚ୍ ଫେବ୍ରୁଆରୀ ୨ରୁ ବିଶାଖାପାଟଣାରେ ଖେଳା ଯିବ।

ଆହୁରି ପଢ଼ନ୍ତୁ: ସ୍ମୃତି ମନ୍ଧାନା ରଚିଲେ ଇତିହାସ, ଭାଙ୍ଗିଲେ ରୋହିତ ଶର୍ମାଙ୍କ ଟି-୨୦ ରେକର୍ଡ

ବିସିସିଆଇ ପକ୍ଷରୁ କୁହାଯାଇଛି, ପ୍ରଥମ ଦୁଇଟି ଟେଷ୍ଟ ନଖେଳିବା ନେଇ ବିରାଟ କୋହଲି ଅଧିନାୟକ ରୋହିତ ଶର୍ମା, ଟିମ୍ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ବିରାଟଙ୍କ ପ୍ରତି ଅଧିନାୟକଙ୍କ ସମର୍ଥନ ରହିଛି। ବିରାଟ କହିଛନ୍ତି ଯେ ଦେଶକୁ ପ୍ରତିନିଧିତ୍ୱ କରିବାକୁ ସେ ପ୍ରାଥମିକତା ଦିଅନ୍ତି। କିନ୍ତୁ ବ୍ୟକ୍ତିଗତ ସ୍ଥିତି କିଛି ଏମିତି ଅଛି ଯେ ସେଥିପ୍ରତି ତାଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ବିରାଟଙ୍କ ବଦଳରେ କାହାକୁ ଟିମ୍‌ରେ ନିଆଯିବ ସେ ନେଇ ଖୁବ୍‌ଶୀଘ୍ର ପୁରୁଷ ଚୟନ କମିଟି ନାଁ ଘୋଷଣା କରିବେ।

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

22 Jan 2024 By The Sakala

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ: ପ୍ରଥମ ୨ଟି ମ୍ୟାଚ୍ ଖେଳିବେନି ବିରାଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେନି ବିରାଟ କୋହଲି।  ଏ ନେଇ ସୋମବାର ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବ୍ୟକ୍ତିଗତ କାରଣରୁ ବିରାଟ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ଓହରି ଯାଇଛନ୍ତି ବୋଲି ବିସିସିଆଇ କହିଛି । ବିରାଟ କୋହଲିଙ୍କ ବଦଳରେ କାହାକୁ ଟିମ୍‌ରେ ନିଆଯିବ, ସେ ନେଇ ଚୟନ କମିଟି ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଇଛି। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୫ରୁ ହାଇଦ୍ରାବାଦରେ ଖେଳା ଯିବ। ଦ୍ୱିତୀୟ ମ୍ୟାଚ୍ ଫେବ୍ରୁଆରୀ ୨ରୁ ବିଶାଖାପାଟଣାରେ ଖେଳା ଯିବ।

ବିସିସିଆଇ ପକ୍ଷରୁ କୁହାଯାଇଛି, ପ୍ରଥମ ଦୁଇଟି ଟେଷ୍ଟ ନଖେଳିବା ନେଇ ବିରାଟ କୋହଲି ଅଧିନାୟକ ରୋହିତ ଶର୍ମା, ଟିମ୍ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତାଙ୍କ ସହିତ ଆଲୋଚନା କରିଛନ୍ତି। ବିରାଟଙ୍କ ପ୍ରତି ଅଧିନାୟକଙ୍କ ସମର୍ଥନ ରହିଛି। ବିରାଟ କହିଛନ୍ତି ଯେ ଦେଶକୁ ପ୍ରତିନିଧିତ୍ୱ କରିବାକୁ ସେ ପ୍ରାଥମିକତା ଦିଅନ୍ତି। କିନ୍ତୁ ବ୍ୟକ୍ତିଗତ ସ୍ଥିତି କିଛି ଏମିତି ଅଛି ଯେ ସେଥିପ୍ରତି ତାଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ବିରାଟଙ୍କ ବଦଳରେ କାହାକୁ ଟିମ୍‌ରେ ନିଆଯିବ ସେ ନେଇ ଖୁବ୍‌ଶୀଘ୍ର ପୁରୁଷ ଚୟନ କମିଟି ନାଁ ଘୋଷଣା କରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp