ଆଜି ଆଫଗାନିସ୍ତାନ ବିପକ୍ଷ ଦ୍ବିତୀୟ ଟି-୨୦: ସିରିଜ୍‌ ଜିତିବା ଲକ୍ଷ୍ୟରେ ଖେଳିବ ଭାରତ

The Sakala Picture
Published On

ଇନ୍ଦୋର: ଆଜି ମୋହାଲିରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ବିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ। ଏଠାରେ ଦଳ ଦ୍ବିତୀୟ ମ୍ୟାଚ୍‌ ଓ ସିରିଜ୍‌ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। କେବଳ ସିରିଜ୍‌ ବିଜୟ ନୁହେଁ, ବରଂ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଚୟନକୁ ମଧ୍ୟ ଗୁରୁତ୍ବ ଦିଆଯିବ। ପ୍ରଥମ ଟି-୨୦ ମ୍ୟାଚକୁ ଭାରତ ସହଜରେ ଜିତିନେଇଥିଲା। ଅନ୍ୟପକ୍ଷରେ ପ୍ରତିଦ୍ବନ୍ଦ୍ବୀ ଦଳ ନିକଟରେ ପ୍ରମୁଖ ସ୍ପିନର ରଶିଦ୍‌ […]

ଇନ୍ଦୋର: ଆଜି ମୋହାଲିରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ବିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ। ଏଠାରେ ଦଳ ଦ୍ବିତୀୟ ମ୍ୟାଚ୍‌ ଓ ସିରିଜ୍‌ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। କେବଳ ସିରିଜ୍‌ ବିଜୟ ନୁହେଁ, ବରଂ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଚୟନକୁ ମଧ୍ୟ ଗୁରୁତ୍ବ ଦିଆଯିବ। ପ୍ରଥମ ଟି-୨୦ ମ୍ୟାଚକୁ ଭାରତ ସହଜରେ ଜିତିନେଇଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଅନ୍ୟପକ୍ଷରେ ପ୍ରତିଦ୍ବନ୍ଦ୍ବୀ ଦଳ ନିକଟରେ ପ୍ରମୁଖ ସ୍ପିନର ରଶିଦ୍‌ ଖାନ୍‌ଙ୍କ ଅନୁପସ୍ଥିତି ରହିଛି। ଏହା ସତ୍ତ୍ବେ ଦଳ ନିକଟରେ ଟି-୨୦ ଫ୍ରାଞ୍ଚାଇଜ୍‌ ଓ ଆଇପିଏଲ୍‌ ଖେଳିବାର ପର୍ଯ୍ୟାପ୍ତ ଅଭିଜ୍ଞତା ରହିଛି। ଦଳ ନିକଟରେ ଥିବା ଶ୍ରେଷ୍ଠ ସ୍ପିନରଙ୍କୁ ନେଇ ଆଫଗାନିସ୍ତାନ ଏହି ମ୍ୟାଚ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିବାକୁ ନିଶ୍ଚିତ ଚେଷ୍ଟା କରିବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଆଜିର ମ୍ୟାଚ୍‌ ଲାଗି ବିରାଟ କୋହଲି ଦଳକୁ ଫେରିବା ପରେ ନିଶ୍ଚିତଭାବେ ଶକ୍ତି ବୃଦ୍ଧି ପାଇଛି। କିନ୍ତୁ ସେ ଟି-୨୦ରେ କ୍ବାଲିଟି ସ୍ପିନରଙ୍କ ବିପକ୍ଷରେ ଭଲ ଖେଳିପାରୁନାହାନ୍ତି। ଏହି ମ୍ୟାଚ୍‌ରେ ଆଫାଗାନିସ୍ତାନ ସ୍ପିନରଙ୍କ ବିପକ୍ଷରେ ତାଙ୍କ ବ୍ୟାଟିଂ ଟେଷ୍ଟ ହେବ। ଜୟସ୍ବାଲ ଯଦି ଫିଟ୍‌ ହୁଅନ୍ତି ତେବେ ଗିଲ୍‌ଙ୍କ ସ୍ଥାନରେ ସେ ଖେଳିବେ। ଏବେ ଦଳରେ ଶିବମ ଦୁବେ ଓ ୱାଶିଟନ ସୁନ୍ଦରଙ୍କୁ ସାମିଲ କରାଯିବା ଫଳରେ ଭାରତ ନଂ-୮ ଯାଏ ଭଲ ବ୍ୟାଟିଂ କରିପାରିବ। କିନ୍ତୁ ଦୁବେଙ୍କ ପ୍ରଦର୍ଶନ ଦଳକୁ ନୂଆ ଆଶା ଦେଇଛି। ସେ ଗତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ବେଞ୍ଚରେ ବସି ସମୟ କଟାଇଥିଲେ। ଏଥର ପ୍ରଥମ ସୁଯୋଗକୁ ଦୁଇ ହାତରେ ବ୍ୟବହାର କରି ଭାରତକୁ ମ୍ୟାଚ୍‌ ଜିତାଇଲେ। ସେ ଯେତେ ଅଧିକ ଖେଳିବେ ଭାରତ ସେତିକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାକ୍‌ ଅପ୍‌ ଖେଳାଳି ପାଇବ। ଵିକେଟରକ୍ଷକ ଜିତେଶ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ତାଙ୍କୁ ପ୍ରଥମ ପସନ୍ଦର ଖେଳାଳିଭାବେ ସ୍ଥାନ ଦେଇଛି। ଏଥିରୁ ସେ ଫାଇଦା ନେବା ଉଚିତ୍। ବୋଲିଂରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା କମ୍‌। ତେବେ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରାଯିବାର ସମ୍ଭାବନାକୁ ଏଡାଇଦେଇ ହେବ ନାହିଁ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଅନ୍ୟ ପକ୍ଷରେ ଆଫଗାନିସ୍ତାନର ସମସ୍ୟା ହେଉଛି ବ୍ୟାଟିଂ। ଦଳ ନିକଟରେ ଢ଼େର ବ୍ୟାଟର ରହିଛନ୍ତି। କିନ୍ତୁ ଟପ୍‌ ଅର୍ଡରରେ ଦ୍ରୁତ ରନ୍‌ ସଂଗୃହୀତ ହୋଇପାରୁନି। ପ୍ରଥମ ମ୍ୟାଚ୍‌ରେ ଦଳ ପ୍ରଥମ ୧୦ ଓଭରରେ ମାତ୍ର ୫୭ ରନ୍‌ ଉଠାଇଥିଲା। ଏହାକୁ ଦଳ ସୁଧାରିବାକୁ ନିଶ୍ଚିତ ଚେଷ୍ଟା କରିବ। ତେବେ ଦଳର ସ୍ପିନର ମୁଜୀବ ଉର ରହମନ, ମହମ୍ମଦ୍‌ ନବି ଓ ଅଲରାଉଣ୍ଡର ଆଜମତୁଲ୍ଲା ଓମରଜାଇ ଭାରତ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି।

ପିଚ୍‌: ଇନ୍ଦୋର ପିଚ୍‌ ବ୍ୟାଟରଙ୍କୁ ସୁହାଇବ। ଏଠାରେ ଏଯାଏ କୌଣସି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳାଯାଇନି। କିନ୍ତୁ ଶେଷଥର ଏଠାରେ ଅନୁଷ୍ଠିତ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ରେ ୪୦୫ ରନ ମିଳିଥିଲା। ଦକ୍ଷିଣ ଆଫ୍ରିକାର ରିଲି ରୁଷୋ ୪୮ ବଲ୍‌ରେ ଶତକ ହାସଲ କରିଥିଲେ। ଏଠାରେ ଜୟବାୟୁ ସାଧାରଣ ରହିଛି। କ୍ରିକେଟ ଖେଳ ଲାଗି ଏହା ଉପଯୁକ୍ତ ହେବ।

ଖେଳାଳି ଦଳ:
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ତିଳକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା ଓ ସଞ୍ଜୁ ସାମସନ (ଉଭୟ ଵିକେଟରକ୍ଷକ), ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଆଭେଷ ଖାନ୍‌ ଓ ମୁକେଶ କୁମାର।

ଆଫଗାନିସ୍ତାନ: ଇବ୍ରାହିମ ଜଡ୍ରାନ, (ଅଧିନାୟକ), ରହମନୁଲ୍ଲା ଗୁରବାଜ ଓ ଇକ୍ରାମ ଅଲ୍ଲୀଖୀଲ (ଉଭୟ ୱିକେଟରକ୍ଷକ), ହଜରତଉଲ୍ଲା ଜାଜାଇ, ରହମତ ଶାହ, ନଜିବୁଲ୍ଲା ଜଡ୍ରାନ, ମହମ୍ମଦ୍‌ ନବି, କରିମ ଜାନତ, ଆଜମଉଲା ଓମରଜାଇ, ସରାଫୁଦ୍ଦିନ ଅଶ୍ରଫ, ମୁଜୀବ-ଉର-ରହମନ, ଫଜଲ ହକ୍‌ ଫାରୁକି, ଫରୀଦ ଅହମ୍ମଦ୍‌, ନବୀନ-ଉଲ-ହକ୍‌, ନୁର ଅହମ୍ମଦ୍‌, ମହମ୍ମଦ୍‌ ସଲୀମ୍‌, କାଏସ ଅହମ୍ମଦ୍‌, ଗୁଲବଦିନ ନାଏବ ।

14 Jan 2024 By The Sakala

ଆଜି ଆଫଗାନିସ୍ତାନ ବିପକ୍ଷ ଦ୍ବିତୀୟ ଟି-୨୦: ସିରିଜ୍‌ ଜିତିବା ଲକ୍ଷ୍ୟରେ ଖେଳିବ ଭାରତ

ଇନ୍ଦୋର: ଆଜି ମୋହାଲିରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ବିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ। ଏଠାରେ ଦଳ ଦ୍ବିତୀୟ ମ୍ୟାଚ୍‌ ଓ ସିରିଜ୍‌ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। କେବଳ ସିରିଜ୍‌ ବିଜୟ ନୁହେଁ, ବରଂ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ୍‌ ଲାଗି ଭାରତୀୟ ଦଳ ଚୟନକୁ ମଧ୍ୟ ଗୁରୁତ୍ବ ଦିଆଯିବ। ପ୍ରଥମ ଟି-୨୦ ମ୍ୟାଚକୁ ଭାରତ ସହଜରେ ଜିତିନେଇଥିଲା।

ଅନ୍ୟପକ୍ଷରେ ପ୍ରତିଦ୍ବନ୍ଦ୍ବୀ ଦଳ ନିକଟରେ ପ୍ରମୁଖ ସ୍ପିନର ରଶିଦ୍‌ ଖାନ୍‌ଙ୍କ ଅନୁପସ୍ଥିତି ରହିଛି। ଏହା ସତ୍ତ୍ବେ ଦଳ ନିକଟରେ ଟି-୨୦ ଫ୍ରାଞ୍ଚାଇଜ୍‌ ଓ ଆଇପିଏଲ୍‌ ଖେଳିବାର ପର୍ଯ୍ୟାପ୍ତ ଅଭିଜ୍ଞତା ରହିଛି। ଦଳ ନିକଟରେ ଥିବା ଶ୍ରେଷ୍ଠ ସ୍ପିନରଙ୍କୁ ନେଇ ଆଫଗାନିସ୍ତାନ ଏହି ମ୍ୟାଚ୍‌ରେ ବିପର୍ଯ୍ୟୟ ସୃଷ୍ଟି କରିବାକୁ ନିଶ୍ଚିତ ଚେଷ୍ଟା କରିବ।

ଆଜିର ମ୍ୟାଚ୍‌ ଲାଗି ବିରାଟ କୋହଲି ଦଳକୁ ଫେରିବା ପରେ ନିଶ୍ଚିତଭାବେ ଶକ୍ତି ବୃଦ୍ଧି ପାଇଛି। କିନ୍ତୁ ସେ ଟି-୨୦ରେ କ୍ବାଲିଟି ସ୍ପିନରଙ୍କ ବିପକ୍ଷରେ ଭଲ ଖେଳିପାରୁନାହାନ୍ତି। ଏହି ମ୍ୟାଚ୍‌ରେ ଆଫାଗାନିସ୍ତାନ ସ୍ପିନରଙ୍କ ବିପକ୍ଷରେ ତାଙ୍କ ବ୍ୟାଟିଂ ଟେଷ୍ଟ ହେବ। ଜୟସ୍ବାଲ ଯଦି ଫିଟ୍‌ ହୁଅନ୍ତି ତେବେ ଗିଲ୍‌ଙ୍କ ସ୍ଥାନରେ ସେ ଖେଳିବେ। ଏବେ ଦଳରେ ଶିବମ ଦୁବେ ଓ ୱାଶିଟନ ସୁନ୍ଦରଙ୍କୁ ସାମିଲ କରାଯିବା ଫଳରେ ଭାରତ ନଂ-୮ ଯାଏ ଭଲ ବ୍ୟାଟିଂ କରିପାରିବ। କିନ୍ତୁ ଦୁବେଙ୍କ ପ୍ରଦର୍ଶନ ଦଳକୁ ନୂଆ ଆଶା ଦେଇଛି। ସେ ଗତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ବେଞ୍ଚରେ ବସି ସମୟ କଟାଇଥିଲେ। ଏଥର ପ୍ରଥମ ସୁଯୋଗକୁ ଦୁଇ ହାତରେ ବ୍ୟବହାର କରି ଭାରତକୁ ମ୍ୟାଚ୍‌ ଜିତାଇଲେ। ସେ ଯେତେ ଅଧିକ ଖେଳିବେ ଭାରତ ସେତିକି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାକ୍‌ ଅପ୍‌ ଖେଳାଳି ପାଇବ। ଵିକେଟରକ୍ଷକ ଜିତେଶ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ତାଙ୍କୁ ପ୍ରଥମ ପସନ୍ଦର ଖେଳାଳିଭାବେ ସ୍ଥାନ ଦେଇଛି। ଏଥିରୁ ସେ ଫାଇଦା ନେବା ଉଚିତ୍। ବୋଲିଂରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା କମ୍‌। ତେବେ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରାଯିବାର ସମ୍ଭାବନାକୁ ଏଡାଇଦେଇ ହେବ ନାହିଁ।

ଅନ୍ୟ ପକ୍ଷରେ ଆଫଗାନିସ୍ତାନର ସମସ୍ୟା ହେଉଛି ବ୍ୟାଟିଂ। ଦଳ ନିକଟରେ ଢ଼େର ବ୍ୟାଟର ରହିଛନ୍ତି। କିନ୍ତୁ ଟପ୍‌ ଅର୍ଡରରେ ଦ୍ରୁତ ରନ୍‌ ସଂଗୃହୀତ ହୋଇପାରୁନି। ପ୍ରଥମ ମ୍ୟାଚ୍‌ରେ ଦଳ ପ୍ରଥମ ୧୦ ଓଭରରେ ମାତ୍ର ୫୭ ରନ୍‌ ଉଠାଇଥିଲା। ଏହାକୁ ଦଳ ସୁଧାରିବାକୁ ନିଶ୍ଚିତ ଚେଷ୍ଟା କରିବ। ତେବେ ଦଳର ସ୍ପିନର ମୁଜୀବ ଉର ରହମନ, ମହମ୍ମଦ୍‌ ନବି ଓ ଅଲରାଉଣ୍ଡର ଆଜମତୁଲ୍ଲା ଓମରଜାଇ ଭାରତ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି।

ପିଚ୍‌: ଇନ୍ଦୋର ପିଚ୍‌ ବ୍ୟାଟରଙ୍କୁ ସୁହାଇବ। ଏଠାରେ ଏଯାଏ କୌଣସି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳାଯାଇନି। କିନ୍ତୁ ଶେଷଥର ଏଠାରେ ଅନୁଷ୍ଠିତ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ରେ ୪୦୫ ରନ ମିଳିଥିଲା। ଦକ୍ଷିଣ ଆଫ୍ରିକାର ରିଲି ରୁଷୋ ୪୮ ବଲ୍‌ରେ ଶତକ ହାସଲ କରିଥିଲେ। ଏଠାରେ ଜୟବାୟୁ ସାଧାରଣ ରହିଛି। କ୍ରିକେଟ ଖେଳ ଲାଗି ଏହା ଉପଯୁକ୍ତ ହେବ।

ଖେଳାଳି ଦଳ:
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ତିଳକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା ଓ ସଞ୍ଜୁ ସାମସନ (ଉଭୟ ଵିକେଟରକ୍ଷକ), ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଆଭେଷ ଖାନ୍‌ ଓ ମୁକେଶ କୁମାର।

ଆଫଗାନିସ୍ତାନ: ଇବ୍ରାହିମ ଜଡ୍ରାନ, (ଅଧିନାୟକ), ରହମନୁଲ୍ଲା ଗୁରବାଜ ଓ ଇକ୍ରାମ ଅଲ୍ଲୀଖୀଲ (ଉଭୟ ୱିକେଟରକ୍ଷକ), ହଜରତଉଲ୍ଲା ଜାଜାଇ, ରହମତ ଶାହ, ନଜିବୁଲ୍ଲା ଜଡ୍ରାନ, ମହମ୍ମଦ୍‌ ନବି, କରିମ ଜାନତ, ଆଜମଉଲା ଓମରଜାଇ, ସରାଫୁଦ୍ଦିନ ଅଶ୍ରଫ, ମୁଜୀବ-ଉର-ରହମନ, ଫଜଲ ହକ୍‌ ଫାରୁକି, ଫରୀଦ ଅହମ୍ମଦ୍‌, ନବୀନ-ଉଲ-ହକ୍‌, ନୁର ଅହମ୍ମଦ୍‌, ମହମ୍ମଦ୍‌ ସଲୀମ୍‌, କାଏସ ଅହମ୍ମଦ୍‌, ଗୁଲବଦିନ ନାଏବ ।

https://www.thesakala.in/sports/ind-vs-afg-2nd-t20i-match-today-at-mohali/article-29126
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର