ତୃତୀୟ ଦିନିକିଆ: ଦକ୍ଷିଣ ଆଫ୍ରିକାକୁ ୨୯୭ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ପର୍ଲ: ଦକ୍ଷିଣ ଆଫ୍ରିକା-ଭାରତ ଦିନିକିଆ ସିରିଜ୍‌ । ଆଜି ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ ବୋଲାଣ୍ଡ ପାର୍କ ଷ୍ଟାଡିୟମରେ ଖେଳାଯାଉଛି । ଉଭୟ ଟିମ୍‌ ପାଇଁ କର ବା ମର ସ୍ଥିତି । ଉଭୟ ଟିମ୍‌ ୧-୧ରେ ବରାବର ସ୍ଥିତିରେ ରହିଛନ୍ତି । ଆଜି ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହାରଇ ଭାରତ ୨୯୬ ରନ କରିଛି। ଏହି  […]

ପର୍ଲ: ଦକ୍ଷିଣ ଆଫ୍ରିକା-ଭାରତ ଦିନିକିଆ ସିରିଜ୍‌ । ଆଜି ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ ବୋଲାଣ୍ଡ ପାର୍କ ଷ୍ଟାଡିୟମରେ ଖେଳାଯାଉଛି । ଉଭୟ ଟିମ୍‌ ପାଇଁ କର ବା ମର ସ୍ଥିତି । ଉଭୟ ଟିମ୍‌ ୧-୧ରେ ବରାବର ସ୍ଥିତିରେ ରହିଛନ୍ତି । ଆଜି ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହାରଇ ଭାରତ ୨୯୬ ରନ କରିଛି। ଏହି  ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୨୯୭ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଭାରତ ପକ୍ଷରୁ  ରଜତ ପଟିଦାର ୧୬ ବଲରେ ୨୨ ରନ କରି ଆଉଟ ହୋଇଥିଲେ।  ସାଇ ସୁଦର୍ଶନ ୧୬ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସଞ୍ଜୁ ସାମସନ ଓ ଲୋକେଶ ରାହୁଲ  ସମ୍ଭାଳିଥିଲେ। ସଞ୍ଜୁ ସାମସନ ଏକ ଶତକୀୟ ଇଂନିସ ଖେଳିଥିଲେ। ସଞ୍ଜୁ ସାମସନ ୧୧୪ ବଲରେ ୧୦୮ ରନ କରି ଆଉଟ ହୋଇଥିଲେ। ଲୋକେଶ ରାହୁଲ ୩୫ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ତିଲକ ବର୍ମା ୭୭ ବଲରେ ୫୨ ରନ କରି ଆଉଟ ହୋଇଥିଲେ।  ଅକ୍ଷର ପଟେଲ ୩ ବଲରେ ୧ ରନ କରି ଆଉଟ ହୋଇଥିଲେ। ୱାଶିଂଟନ ସୁନ୍ଦର ୯ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ରିଙ୍କୁ ସିଂ ୨୭ ବଲରେ ୩୮ ରନ କରି ଆଉଟ ହୋଇଥିବା ବେଳେ ଅର୍ଶଦୀପ ସିଂ  ୨ ବଲରେ ୭ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଦକ୍ଷିଣ ଆଫ୍ରିକା ପକ୍ଷରୁ ବେଉରାନ ହେଣ୍ଡ୍ରିକ୍ସ ୩ଟି ୱିକେଟ ନେଇଥିଲେ। ନାନ୍ଦ୍ରେ ବର୍ଗର ୨ଟି ୱିକେଟ ନେଇଥିବା ବେଳେ କେଶବ ମହାରାଜ, ଲିଜ୍ଜାଡ ୱିଲିୟମ୍ସ ଓ ୱିଆନ୍‌ ମୁଲଡର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp