ଭାରତ ଓ ଅଷ୍ଟ୍ରେଲିଆ ପଞ୍ଚମ ଟି-୨୦: ଅଷ୍ଟ୍ରେଲିଆକୁ ୧୬୧ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍‌‌ ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌‌ରେ ଆଜି ଖେଳାଯାଉଛି। ଆଜିର ମ୍ୟାଚର ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରି ୮ ୱିକଟ ହରାଇ ୧୬୦ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୧୬୧ ରନର ଆବଶ୍ୟକତା ରହିଛି।  ଏହା ପୂର୍ବରୁ ଖେଳାଯାଇଥିବା ୪ଟି ମୁକାବିଲା ମଧ୍ୟରୁ ଭାରତ ୩ଟିରେ ଜିତି ଆଗୁଆ ସିରିଜ୍‌‌ କବ୍‌‌ଜା କରିନେଇଛି। […]

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍‌‌ ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌‌ରେ ଆଜି ଖେଳାଯାଉଛି। ଆଜିର ମ୍ୟାଚର ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରି ୮ ୱିକଟ ହରାଇ ୧୬୦ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୧୬୧ ରନର ଆବଶ୍ୟକତା ରହିଛି।  ଏହା ପୂର୍ବରୁ ଖେଳାଯାଇଥିବା ୪ଟି ମୁକାବିଲା ମଧ୍ୟରୁ ଭାରତ ୩ଟିରେ ଜିତି ଆଗୁଆ ସିରିଜ୍‌‌ କବ୍‌‌ଜା କରିନେଇଛି। ଏହି ମ୍ୟାଚ୍‌‌ରେ ହାର ଜିତି ନେଇ ଉଭୟ ଦଳ ଉପରେ ଚାପ ନ ଥିଲେ ମଧ୍ୟ ଟି-୨୦ ବିଶ୍ୱକପ୍‌‌ ଆଉ ୭ ମାସ ଥିବାରୁ ମ୍ୟାଚ୍‌‌ର ଗୁରୁତ୍ୱ ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଆଜିର ମ୍ୟାଚରେ ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ୧୫ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ଋତୁରାଜ ଗାଏକ୍ୱାଡ ୧୨ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୭ ବଲରେ ୫ରନ କରି ଆଉଟ ହୋଇଥିଲେ। ରିଙ୍କୁ ସିଂ ୮ ବଲରେ ୬ରନ କରି ଆଉଟ ହୋଇଥିଲେ। ଜିତେଶ ଶର୍ମା ୧୬ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ପାରିକୁ ଶ୍ରେୟସ ଆୟର ସମ୍ଭାଳି ରଖିଥିବା ବେଳେ ତାଙ୍କ ସାଥ ଦେଇଥିଲେ ଅକ୍ଷର ପଟେଲ । ଅକ୍ଷର ପଟେଲ ୨୧ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ ଆୟର ୩୭ ବଲରେ ୫୩ ରନ କରି ଆଉଟ ହୋଇଥିଲେ।  ଅର୍ଶଦୀପ ସିଂ ୨ ବଲରେ ୨ରନ କରି ଅପରାଜିତ ରହିଥିବା ବେଳେ ରବି ବିଷ୍ଣୋଇ ୨ ବଲରେ ୨ ରନ କରି ରନ ଆଉଟ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଅଷ୍ଟ୍ରେଲିଆ ପକ୍ଷରୁ ବେନ୍‌‌ ଡ୍ୱାରଶୁଇସ ଓ ଜେସନ ବେହେରନଡର୍ଫ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଆରୋନ ହାର୍ଡି, ନାଥାନ ଏଲିସ ଓ ତନବୀର ସାଙ୍ଗା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp