ବିଶ୍ବକପ୍‌ ଫାଇନାଲ: ଭାରତକୁ ୪ର୍ଥ ଝଟକା, ୫୪ ରନ୍‌ କରି କମିନ୍ସଙ୍କ ବଲ୍‌ରେ ବୋଲ୍ଡ ହେଲେ କୋହଲି

The Sakala Picture
Published On

ଅହମଦାବାଦ୍‌: ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତକୁ ୮୧ ରନ୍‌ରେ ତୃତୀୟ ଝଟକା ଲାଗିଥିଲା। ବିରାଟ କୋହଲି ଓ କେଏଲ୍‌ ରାହୁଲ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ପରେ ବିରାଟ କୋହଲି ୬୩ ବଲରେ ୫୪ ରନ କରି କମିନ୍ସଙ୍କ ବଲ୍‌ରେ ବୋଲ୍ଡ  ହୋଇଇଥିଲେ। ଏଥିରେ କୋହଲିଙ୍କ […]

ଅହମଦାବାଦ୍‌: ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତକୁ ୮୧ ରନ୍‌ରେ ତୃତୀୟ ଝଟକା ଲାଗିଥିଲା। ବିରାଟ କୋହଲି ଓ କେଏଲ୍‌ ରାହୁଲ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ପରେ ବିରାଟ କୋହଲି ୬୩ ବଲରେ ୫୪ ରନ କରି କମିନ୍ସଙ୍କ ବଲ୍‌ରେ ବୋଲ୍ଡ  ହୋଇଇଥିଲେ। ଏଥିରେ କୋହଲିଙ୍କ ୪ଟି ଚୌକା ସାମିଲ ରହିଛି। ବିରାଟଙ୍କ ଆଉଟ ପିଡିଆରେ ଥିବା ଭାରତୀୟ ଦର୍ଶକଙ୍କୁ କିଛି ସମୟ ନିରବ କରିଦେଇଥିଲା । ପରେ ପଡିଆକୁ କେଏଲଙ୍କ ସାଥ ଦେବା ପାଇଁ ରବିନ୍ଦ୍ର ଜାଡେଜା ଆସିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ପୂର୍ବରୁ,  ଯୁବ ବ୍ୟାଟର ଶୁବମନ୍‌ ଗିଲ୍‌ ପ୍ରଥମେ ଆଉଟ୍‌ ହୋଇଥିଲେ। ଗିଲ୍‌ ୭ଟି ବଲ୍‌ ସାମ୍ନା କରି ମାତ୍ର ୪ ରନ୍‌ ସଂଗ୍ରହ କରି ପାଭିଲିଅନ୍‌କୁ ଫେରି ଆସିଥିଲେ। ଭାରତୀୟ ଟିମ୍‌କୁ ସ୍କୋର ୩୦ ରନ୍‌ରେ ପ୍ରଥମ ଝଟକା ଲାଗିଥିବା ବେଳେ ୭୬ ରନ୍‌ରେ ବିସ୍ଫୋରକ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମା ଆଉଟ ହୋଇଥିଲେ। କିନ୍ତୁ ରୋହିତ ପାଭିଲିଅନ୍‌କୁ ଫେରିବା ପୂର୍ବରୁ ୩୧ଟି ବଲ୍‌ ସାମ୍ନା କରି ୪ଟି ଚୌକା ଓ ୩ଟି ଛକା ବଳରେ ୪୭ ରନ୍‌ ସଂଗ୍ରହ କରିଥିଲେ। ଯୁବ ବ୍ୟାଟର ଶ୍ରେୟସ ଆୟର କ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରି ନଥିଲେ। ସେ ୩ଟି ବଲ୍‌ ସାମ୍ନା କରି ଗୋଟିଏ ‌ଚୌକା ମାରିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

 

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର