ବିଶ୍ବକପ ୨୦୨୩: ସେମି ପାଇଁ ଆଜି ଶ୍ରୀଲଙ୍କା ସହ ଲଢ଼ିବ ନ୍ୟୁଜିଲାଣ୍ଡ

The Sakala Picture
Published On

ବେଙ୍ଗାଲୁରୁ: ସେମି ଆଶା ପକ୍କା କରିବାକୁ ଆଜି ଶ୍ରୀଲଙ୍କା ସହ ଲଢିବ ନ୍ୟୁଜିଲାଣ୍ଡ । ସେମିର ୪ର୍ଥ ଦଳ ଦୌଡ଼ରେ ଏବେ ରହିଛନ୍ତି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଯଦି ନିଜ ନିଜର ଶେଷ ମ୍ୟାଚ ଜିତନ୍ତି ତେବେ ନେଟ୍ ରନରେଟ ଅନୁସାରେ ୪ର୍ଥ ଦଳ ନିର୍ଦ୍ଧାରଣ ହେବ । ବର୍ତ୍ତମାନର ରନରେଟ ଅନୁସାରେ ନ୍ୟୁଜିଲାଣ୍ଡ ପାକିସ୍ତାନଠାରୁ ଆଗୁଆ ରହିଛି । ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ନ୍ୟୁଜିଲାଣ୍ଡ ନିଜର ଶେଷ ଲିଗ୍ ମ୍ୟାଚ […]

ବେଙ୍ଗାଲୁରୁ: ସେମି ଆଶା ପକ୍କା କରିବାକୁ ଆଜି ଶ୍ରୀଲଙ୍କା ସହ ଲଢିବ ନ୍ୟୁଜିଲାଣ୍ଡ । ସେମିର ୪ର୍ଥ ଦଳ ଦୌଡ଼ରେ ଏବେ ରହିଛନ୍ତି ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଯଦି ନିଜ ନିଜର ଶେଷ ମ୍ୟାଚ ଜିତନ୍ତି ତେବେ ନେଟ୍ ରନରେଟ ଅନୁସାରେ ୪ର୍ଥ ଦଳ ନିର୍ଦ୍ଧାରଣ ହେବ । ବର୍ତ୍ତମାନର ରନରେଟ ଅନୁସାରେ ନ୍ୟୁଜିଲାଣ୍ଡ ପାକିସ୍ତାନଠାରୁ ଆଗୁଆ ରହିଛି । ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ନ୍ୟୁଜିଲାଣ୍ଡ ନିଜର ଶେଷ ଲିଗ୍ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଆଫଗାନିସ୍ତାନକୁ ଅଷ୍ଟ୍ରେଲିଆ ପରାଜିତ କରିବା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପାଇଁ ଖୁସି ଖବର ଆଣିଛି । ଉଭୟ ଟିମର ସେମିଫାଇନାଲ ଟିକେଟ ହାତେଇବା ଆଶା ଆହୁରି ଉଜ୍ଜିବୀତ ହୋଇଛି । ଆଜି ନ୍ୟୁଜିଲାଣ୍ଡ ବିଜୟୀ ହେଲେ ସେମିଫାଇନାଲ ରେସରେ ସବୁଠୁ ଆଗରେ ରହିବ ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ମାତ୍ର ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ନିକଟରୁ ପରାଜିତ ହେଲେ ପାକିସ୍ତାନ ଶେଷ ମ୍ୟାଚରେ ଇଂଲଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିପାରିବ । କିନ୍ତୁ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମ୍ୟାଚରେ ବର୍ଷା ସମ୍ଭାବନା ରହିଛି, ଯଦି ବର୍ଷା ହୁଏ ତେବେ ନ୍ୟୁଜିଲାଣ୍ଡକୁ ଏକ ପଏଣ୍ଟ ମିଳିବ । ଯାହା ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ସମ୍ଭାବନାକୁ ଆହୁରି ବଳ ଯୋଗାଇବ ।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ, ସିରିଜରେ ୨-୦ରେ ଆଗୁଆ

୧୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫଗାନିସ୍ତାନ ମୈଦାନକୁ ଓହ୍ଲାଇବାକୁ ଥିବାବେଳେ ୧୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ । ତେବେ ଆଜି ଶ୍ରୀଲଙ୍କା ବିପକ୍ଷରେ ବୃହତ ବିଜୟ ହାସଲ କରି ପାକିସ୍ତାନ ଓ ଆଫଗାନିସ୍ତାନର ସେମିଫାଇନାଲ ଆଶା ଧୂଳିସାତ କରିବାକୁ ଆଶା ରଖିଛି ନ୍ୟୁଜିଲାଣ୍ଡ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର