ବାବର-ବିରାଟଙ୍କ ଜର୍ସି ଉପହାର ନେଇଥିବା ଦେଖି ରାଗିଲେ ଆକ୍ରମ
ନୂଆଦିଲ୍ଲୀ: ଗତକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା ବିଶ୍ବକପର ସବୁଠାରୁ ବଡ଼ ମ୍ୟାଚ୍ । ତେବେ ମ୍ୟାଚ ପରେ ଷ୍ଟାଡିୟମରେ ଥାଇ ଦର୍ଶକ ଦେଖିଥିଲେ ଏକ ନିଆରା ଦୃଶ୍ୟ । ଖେଳ ଶେଷ ପରେ ପାକିସ୍ତାନ ଅଧିନୟକ ବାବର ଆଜମ ବିରାଟଙ୍କ ପାଖରୁ ତାଙ୍କ ଅଟୋଗ୍ରାଫ ଥିବା ଟି-ସାର୍ଟ ନେଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରମ ଏବେ ବାବରଙ୍କୁ କଡା […]
ନୂଆଦିଲ୍ଲୀ: ଗତକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିଲା ବିଶ୍ବକପର ସବୁଠାରୁ ବଡ଼ ମ୍ୟାଚ୍ । ତେବେ ମ୍ୟାଚ ପରେ ଷ୍ଟାଡିୟମରେ ଥାଇ ଦର୍ଶକ ଦେଖିଥିଲେ ଏକ ନିଆରା ଦୃଶ୍ୟ । ଖେଳ ଶେଷ ପରେ ପାକିସ୍ତାନ ଅଧିନୟକ ବାବର ଆଜମ ବିରାଟଙ୍କ ପାଖରୁ ତାଙ୍କ ଅଟୋଗ୍ରାଫ ଥିବା ଟି-ସାର୍ଟ ନେଉଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ନେଇ ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରମ ଏବେ ବାବରଙ୍କୁ କଡା ସମାଲୋଚନା କରିଛନ୍ତି । ଆଜି ଏ ଭଳି କାର୍ଯ୍ୟ କରିବାର ଦିନ ନ ଥିଲା । ଯଦି ତୁମ ଭଣଜା କିମ୍ବା ପୁତୁରା ଜର୍ସି ପାଇଁ ଜିଦ ଧରିଛି ତେବେ ତୁମେ ମ୍ୟାଚ ପରେ ଡ୍ରେସିଂ ରୁମରେ ଏହି କାର୍ଯ୍ୟ କରି ପାରିଥାନ୍ତ । ପାକିସ୍ତାନର କ୍ରିକେଟ ପ୍ରଶଂସକ ମନ ଦୁଃଖରେ ଥିବା ବେଳେ ତୁମେ ଏ ଭଳି କାର୍ଯ୍ୟ କରିବା ଠିକ ନୁହେଁ ।
ବାବର ଅବଶ୍ୟ ଆକ୍ରମଙ୍କ ବୟାନକୁ ନେଇ କୌଣସି ଉତର ରଖି ନଥିବା ବେଳେ । ସେ ମ୍ୟାଚ ସମ୍ପର୍କରେ କହିଥିଲେ, ଭଲ ଆରମ୍ଭ କରିବା ସତ୍ୱେ ଆମେ ମଝିରେ ଭୁଲ କରିଥିଲୁ । ଏକଦା ୨୮୦ରୁ ୨୯୦ ସ୍କୋର କରିବୁ ବୋଲି ଆଶା କରିଥିବା ବେଳେ ନାଟକୀୟ ଢ଼ଙ୍ଗରେ ସବୁ କିଛି ଏପଟ ସେପଟ ହୋଇ ଯାଇଥିଲା
ସୂଚନାଯୋଗ୍ୟ, ବିରାଟ ଓ ବାବରଙ୍କ ମଧ୍ୟରେ ଏହି ବନ୍ଧୁତ୍ବ କହୁଛି, କ୍ରିକେଟ ସବୁ ସୀମାରୁ ଉପରେ । ବିରାଟ ଯେତେବେଳେ ଖରାପ ଫର୍ମରେ ଥିଲେ ସେ ସମୟରେ ବାବର ଖୋଲାଖୋଲି ତାଙ୍କ ସମର୍ଥନରେ ବାହାରିଥିଲେ । ବାବର ଉଭୟଙ୍କର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ଏ ସମୟ ବି ଚାଲିଯିବ ।’ ବାବରଙ୍କ ପୋଷ୍ଟର କିଛିଦିନ ପରେ କୋହଲି ଫର୍ମକୁ ଫେରିଥିଲେ । ୨୦୨୩ ଏସିଆ କପ୍ ସମୟରେ ମଧ୍ୟ କ୍ରିକେଟ ପ୍ରେମୀ ଉଭୟଙ୍କ ବନ୍ଧୁତ୍ବ ଦେଖିଥିଲେ ।