ଆଜିଠୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ଭାରତ : ଚେନ୍ନାଇରେ ମୁହାଁମୁହିଁ ହେବେ ବିଶ୍ବ କ୍ରିକେଟର ଦୁଇ ପାୱାର ହାଉସ୍‌ ଇଣ୍ଡିଆ-ଅଷ୍ଟ୍ରେଲିଆ

The Sakala Picture
Published On

ଚେନ୍ନଇ : ଆଜିଠୁ ଆରମ୍ଭ ହେବ ଭାରତର ବିଶ୍ବକପ୍‌ ଅଭିଯାନ। ଚେନ୍ନଇର ଏମ୍‌‌ଏ ଚିଦାମ୍ବରମ ଷ୍ଟାଡିୟମ୍‌‌ରେ ବିଶ୍ୱର ନଂ-୧ ଟିମ୍‌‌ ତଥା ଆୟୋଜକ ଭାରତ ଓ ୫ଥରର ଚାମ୍ପିଅନ୍‌‌ ଅଷ୍ଟ୍ରେଲିଆ ମଧ୍ୟରେ ବିଶକପ୍‌‌ ମୁକାବିଲା ଅନୁଷ୍ଠିତ ହେବ। ଉଭୟ ଦଳ ମଧ୍ୟରେ କ୍ରିକେଟ ମୁକାବିଲା ବେଶ ପ୍ରତିଦ୍ୱନ୍ଦ୍ୱିତାମୂଳକ ଓ ରୋମାଞ୍ଚକ ହୋଇଥାଏ। ଏହି ମୁକାବିଲାରୁ ବିଶ୍ୱକପ୍‌‌ର ପ୍ରକୃତ ଲଢ଼େଇ ଆରମ୍ଭ ହେବ। ଉଭୟ ଦଳଙ୍କ ମଧ୍ୟରେ ୧୧ ଦିନ ପୂର୍ବରୁ ଖେଳାଯାଇଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ […]

ଚେନ୍ନଇ : ଆଜିଠୁ ଆରମ୍ଭ ହେବ ଭାରତର ବିଶ୍ବକପ୍‌ ଅଭିଯାନ। ଚେନ୍ନଇର ଏମ୍‌‌ଏ ଚିଦାମ୍ବରମ ଷ୍ଟାଡିୟମ୍‌‌ରେ ବିଶ୍ୱର ନଂ-୧ ଟିମ୍‌‌ ତଥା ଆୟୋଜକ ଭାରତ ଓ ୫ଥରର ଚାମ୍ପିଅନ୍‌‌ ଅଷ୍ଟ୍ରେଲିଆ ମଧ୍ୟରେ ବିଶକପ୍‌‌ ମୁକାବିଲା ଅନୁଷ୍ଠିତ ହେବ। ଉଭୟ ଦଳ ମଧ୍ୟରେ କ୍ରିକେଟ ମୁକାବିଲା ବେଶ ପ୍ରତିଦ୍ୱନ୍ଦ୍ୱିତାମୂଳକ ଓ ରୋମାଞ୍ଚକ ହୋଇଥାଏ। ଏହି ମୁକାବିଲାରୁ ବିଶ୍ୱକପ୍‌‌ର ପ୍ରକୃତ ଲଢ଼େଇ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

ଉଭୟ ଦଳଙ୍କ ମଧ୍ୟରେ ୧୧ ଦିନ ପୂର୍ବରୁ ଖେଳାଯାଇଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଯେଉଁଠାରେ ଶେଷ ହେଇଥିଲା ଏବେ ସେହିଠାରୁ ପୁଣି ଖେଳ ଆରମ୍ଭ କରି ଦୁଇ ଦଳ ବିଶ୍ବକପ୍‌ ଯାତ୍ରା ଆରମ୍ଭ କରିବେ। ଭାରତର ଏହି ମ୍ୟାଚ୍‌ ପାଇଁ ଚେନ୍ନାଇ ସହର କ୍ରିକେଟ୍‌ ଜ୍ବରରେ ପଡ଼ିଥିଲା ବେଳେ ପ୍ରାରମ୍ଭିକ ବ୍ୟାଟର ଶୁବମନ ଗିଲ୍‌ଙ୍କ ଡେଙ୍ଗୁ ଜ୍ବର ଘରୋଇ ଦଳକୁ ଚିନ୍ତାରେ ପକାଇଛି। ଯଦିଓ ବୈଷୟିକ ଦୃଷ୍ଟିରୁ ଗିଲ୍‌ ଏପର୍ୟ୍ୟନ୍ତ ପ୍ରଥମ ମ୍ୟାଚ୍‌ରୁ ବାଦ୍‌ ପଡ଼ିନଥିବା ପ୍ରଶିକ୍ଷକ ରାହୁଲ ଦ୍ରାବିଡ କହିଛନ୍ତି, କିନ୍ତୁ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ଖେଳାଇବା ପାଇଁ ଦଳ ଯୋଜନା ରଖିଛି।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଅନ୍ୟପଟେ ଆଜିର ଲଢ଼େଇରେ ଭାରତର ବିଶ୍ୱସ୍ତରୀୟ ବ୍ୟାଟର ଓ ଅଷ୍ଟ୍ରେଲିଆର ପ୍ରଖ୍ୟାତ ଫାଷ୍ଟ ବୋଲର ଅବତୀର୍ଣ୍ଣ ହେବେ। କିନ୍ତୁ ଚେନ୍ନଇ ପିଚ୍‌‌ ସ୍ପିନରଙ୍କ ଲାଗି ଭୁସ୍ୱର୍ଗ। ଏଠାରେ ଅଷ୍ଟ୍ରେଲିଆର ଆଦାମ ଜାମ୍ପା ଓ ଗ୍ଲେନ୍‌‌ ମ୍ୟାକ୍ସୱେଲଙ୍କଠାରୁ ଦଳ ଚମତ୍କାରିତା ଆଶା କରୁଛି।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

ଘରୋଇ ଦଳର ଉତ୍ସାହ ଜୋର

ଚୀନ୍‌‌ରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟ ଦଳ ପ୍ରଥମଥର ଭାଗ ନେଇ ସ୍ୱର୍ଣ୍ଣପଦକ ଜିତିବା ଓ ଭାରତ ପ୍ରଥମଥର ପଦକରେ ଶତକ ହାସଲ କରିବା ପରେ ଭାରତୀୟମାନଙ୍କର ଉତ୍ସାହ ଜୋର ଧରିଛି। ଏହାର ପ୍ରଭାବ ମଧ୍ୟ କ୍ରିକେଟ ଖେଳାଳିଙ୍କ ଉପରେ ପଡ଼ିଛି। ଶନିବାର ଏସୀୟ କ୍ରୀଡ଼ା ଶେଷ ହେବା ପରେ ଏବେ ଭାରତୀୟ ଦର୍ଶକ ରବିବାରଠାରୁ କ୍ରିକେଟ ବିଶ୍ୱକପ୍‌‌ ମୁହାଁ ହେବେ। ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଏବଂ ଭାରତର ପିଚ୍‌‌ ଓ ଖେଳାଳିଙ୍କ ସମ୍ପର୍କରେ ଜ୍ଞାନଥିବା ଖେଳାଳିଙ୍କୁ ମୁକାବିଲା କରିବା ଭାରତ ପକ୍ଷେ ଏତେଟା ସହଜ ନୁହେଁ। ରୋହିତ ଶର୍ମାଙ୍କ ବଳିଷ୍ଠ ନେତୃତ୍ୱ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କୁ ନେଇ ଗଠିତ ସ୍ପିନ୍‌‌ ବାହିନୀ ଅଷ୍ଟ୍ରେଲିଆକୁ ମାତ୍‌‌ ଦେବା ଲାଗି ପ୍ରସ୍ତୁତ। ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ତତ୍ତ୍ୱାବଧାନରେ ଭାରତ ଏକ ଭିନ୍ନ ଦଳରେ ପରିଣତ ହୋଇଛି। ରୋହିତ, ବିରାଟ କୋହଲି ଓ ଅଶ୍ୱିନଙ୍କ ପରି ଅଭିଜ୍ଞ ଖେଳାଳିଙ୍କ ସହ ଶୁବମାନ ଗିଲ, ଇଶାନ କିଶାନ, ମହମ୍ମଦ ସିରାଜଙ୍କ ପରି ଯୁବ ଖେଳାଳିମାନେ ସାଥ୍‌‌ ଦେବାକୁ ପ୍ରସ୍ତୁତ। ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଗିଲ୍‌‌ଙ୍କ ସମ୍ପର୍କରେ କିଛି ସୂଚନା ମିଳିନାହିଁ। ଭାରତ ନିକଟରେ ନଂ-୧ ଦିନିକିଆ ମାନ୍ୟତା ରହିଛି, ଦିନିକିଆରେ ନଂ-୧ ବୋଲର ରହିଛନ୍ତି ଓ ବିଶ୍ୱସ୍ତରୀୟ ବ୍ୟାଟର ରହିଛନ୍ତି। ଏମାନଙ୍କୁ ନେଇ ଭାରତ ପ୍ରଥମ ମ୍ୟାଚ୍‌‌ରେ ବିଜୟୀ ହୋଇପାରିଲେ, ଅନ୍ୟ ମ୍ୟାଚ୍‌‌ ଗୁଡିକ ଖେଳିବା ସହଜ ହୋଇପଡ଼ିବ। ଶ୍ରୀଲଙ୍କାରେ ଅନୁଷ୍ଠିତ ଏସିଆ କପ୍‌‌, ଘରୋଇ ମାଟିରେ ଅଷ୍ଟ୍ରେଲିଆ ସହ ଖେଳାଯାଇଥିବା ଦିନିକିଆ ସିରିଜ୍‌‌ ଓ ଅସୁସ୍ଥ ଖେଳାଳି ଫିଟ୍‌‌ ହୋଇ ଫର୍ମକୁ ଫେରିବା ଫଳରେ ଭାରତର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଘରୋଇ ପିଚ୍‌‌, ପରିବେଶ ଓ ଦୃଢ଼ ଆତ୍ମବିଶ୍ୱାସର ସହ ରୋହିତଙ୍କ ଭାରତୀୟ ଦଳ ରବିବାର ଅଷ୍ଟ୍ରେଲିଆକୁ ହରାଇବା ଲାଗି ପଡ଼ିଆକୁ ଓହ୍ଲାଇବେ।

ଲଢ଼ୁଆ ଖେଳ ଅଷ୍ଟ୍ରେଲିଆର ପରିଚୟ

ପ୍ୟାଟ କମିନ୍ସଙ୍କ ନେତୃତ୍ୱରେ ଖେଳିବାକୁ ଯାଉଥିବା ଅଷ୍ଟ୍ରେଲିଆ ଏକ ଲଢ଼ୁଆ ଦଳ ଭାବେ ବେଶ ଖ୍ୟାତି ରହିଛି। ଏହି ଦଳ ବିଶ୍ୱକପ୍‌‌ ଆୟୋଜିତ ହୋଇଥିବା ସମସ୍ତ ମହାଦେଶରେ ଚାମ୍ପିଅନ ହୋଇ ଟ୍ରଫି ଜିତିବାରେ ସମର୍ଥ ହୋଇଛି। ଭାରତ ସହ ବାରମ୍ବାର କ୍ରିକେଟ ଖେଳିବା, ଇଣ୍ଡିଆନ୍‌‌ ପ୍ରିମିୟର ଲିଗ୍‌‌ରେ ଅନେକ ଖେଳାଳି ଖେଳିବା ଫଳରେ ଭାରତୀୟ ପିଚ୍‌‌ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଦକ୍ଷତା ଓ ଦୁର୍ବଳତା ସମ୍ପର୍କରେ ବେଶ ପରିଚିତ। ଦଳରେ ଆହତ ଖେଳାଳି ଟ୍ରାଭିସ୍‌‌ ହେଡ ନାହାନ୍ତି, ତଥାପି ଦଳର ବ୍ୟାଟିଂ ମଜମୁତ ରହିଛି। ଡେଭିଡ ୱାର୍ଣ୍ଣର, ଷ୍ଟିଭେନ ସ୍ମିଥଙ୍କ ନିକଟରେ ଢ଼େର ଅଭିଜ୍ଞତା ରହିଛି। ପେସ୍‌‌, ସ୍ପିନ ବୋଲରମାନେ ବେଶ ଅଭିଜ୍ଞ। ଫଳରେ ଭାରତ ସହ ଏମାନେ ଜୋରଦାର ମୁକାବିଲା କରିବେ ବୋଲି ପ୍ରସ୍ତୁତ ହୋଇଯାଇଛନ୍ତି।

ଚେନ୍ନଇରେ ଅଷ୍ଟ୍ରେଲିଆର ରେକର୍ଡ ଭଲ

ଟେଷ୍ଟ ହେଉ ଅବା ଦିନିକିଆ, ଚେନ୍ନଇରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକାଧିକ ସ୍ମରଣୀୟ ମୁକାବିଲା ଦେଖିବାକୁ ମିଳିଛି। ଭାରତ ଏଠାରେ ଏକମାତ୍ର ଟାଏ ଟେଷ୍ଟ ଖେଳିଛି। ୨୦୦୧ରେ ଜବରଦସ୍ତ ଲଢ଼େଇ ଏବେ ମଧ୍ୟ ଦର୍ଶକଙ୍କ ମନରୁ ଯାଇନାହିଁ। ଭାରତ ଏଠାରେ ୧୪ଟି ଦିନିକିଆ ମ୍ୟାଚ୍‌‌ ଖେଳି ୭ଟିରେ ଜିତିଥିଲାବେଳେ ୬ଟିରେ ପରାଜିତ ହୋଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏଠାରେ ୬ଟି ମ୍ୟାଚ୍‌‌ ଖେଳି ୫ଟିରେ ବିଜୟୀ ହୋଇଛି। ଅବଶ୍ୟ ଅଷ୍ଟ୍ରେଲିଆ ଗତ ୭ଟି ଦିନିକିଆ ମୁକାବିଲାରେ ଗୋଟିଏ ବିଜୟ ହାସଲ କରିଛି। କିନ୍ତୁ ବିଶ୍ୱକପ୍‌‌ ଭଳି ଟୁର୍ଣ୍ଣାମେଣ୍ଟରେ ଏହାର ଗୁରୁତ୍ୱ ରହିବ ନାହିଁ।
ଖେଳାଳି ଦଳ

ଭାରତ: ବ୍ୟାଟର୍‌‌- ରୋହିତ୍‌‌ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌‌, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଅଲ୍‌‌ରାଉଣ୍ଡର-ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାଦ୍ଦୁଳ ଠାକୁର, ୱିକେଟ୍‌‌ରକ୍ଷକ- ଲୋକେଶ ରାହୁଲ, ଇଶାନ କିଶାନ, ବୋଲର-ଯଶପ୍ରୀତ୍‌‌ ବୁମ୍‌‌ରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।

ଅଷ୍ଟ୍ରେଲିଆ: ବ୍ୟାଟର୍‌‌- ଡେଭିଡ୍‌‌ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ଟ୍ରାଭିସ୍‌‌ ହେଡ୍‌‌ (ଅସୁସ୍ଥ), ମାର୍ନସ ଲାବୁସେନ, ଅଲ୍‌‌ରାଉଣ୍ଡର: କାମେରନ ଗ୍ରୀନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ସିନ ଆବଟ୍ଟ, ୱିକେଟ୍‌‌ରକ୍ଷକ- ଆଲେକ୍ସ କ୍ୟାରୀ ଓ ଜୋଶ୍‌‌ ଇଂଲିଶ, ବୋଲର- ପ୍ୟାଟ୍‌‌ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ୍‌‌, ଆଦାମ ଜାମ୍ପା।

08 Oct 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର