ଭାରତ ଓ ଆୟର୍ଲାଣ୍ଡ ଦ୍ଵିତୀୟ ଟି-୨୦: ଆୟର୍ଲାଣ୍ଡକୁ ୧୮୬ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

ନୂଆଦିଲ୍ଲୀ: ଭାରତ ଓ ଆୟରଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ଆଜି ଡବଲିନରେ ଖେଳାଯାଉଛି।  ଟସ୍ ଜିତି ଆୟରଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୮୫ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଆୟରଲାଣ୍ଡକୁ ୧୮୬ ରନର ଆବଶ୍ୟକତା ରହିଛି। ଭରାତ ପକ୍ଷରୁ ଯଶସ୍ଵୀ ଜୟସଓ୍ଵାଲ ୧୧ ବଲରେ ୧୮ ରନ କରି ଆଉଟ ହୋଇଥିଲେ । ଋତୁରାଜ ଗାଏକଓ୍ଵାଡ଼ […]

ନୂଆଦିଲ୍ଲୀ: ଭାରତ ଓ ଆୟରଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ଆଜି ଡବଲିନରେ ଖେଳାଯାଉଛି।  ଟସ୍ ଜିତି ଆୟରଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୮୫ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଆୟରଲାଣ୍ଡକୁ ୧୮୬ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭରାତ ପକ୍ଷରୁ ଯଶସ୍ଵୀ ଜୟସଓ୍ଵାଲ ୧୧ ବଲରେ ୧୮ ରନ କରି ଆଉଟ ହୋଇଥିଲେ । ଋତୁରାଜ ଗାଏକଓ୍ଵାଡ଼ ୪୩ ବଲରେ ୫୮ ରନ କରି ଆଉଟ ହୋଇଥିବା ବେଳେ ତିଳକ ବର୍ମା ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। ସଞ୍ଜୁ ସାମସନ ୨୬ ବଲରେ ୪୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରିଙ୍କୁ ସିଂ ଓ ଶିବମ ଦୁବେ ଆଗକୁ ନେଇଥିଲେ। ରିଙ୍କୁ ସିଂ ୨୧ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଶିବମ ଦୁବେ ୧୬ ବଲରେ ୨୨ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଆୟରଲାଣ୍ଡ ପକ୍ଷରୁ ବାରି ମାକାର୍ଥି ୨ଟି ୱିକେଟ ନେଇଥିବା ବେଳେ ବେଞ୍ଜାମିନ ହ୍ଵାଇଟ୍, ମାର୍କ ଆଡେର ଓ କ୍ରେଗ୍ ୟୋଙ୍ଗ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp