ପ୍ରଥମ ଟି-୨୦: ଭାରତକୁ ୧୫୦ ରନର ଟାର୍ଗେଟ ଦେଲା ଓ୍ଵେଷ୍ଟଇଣ୍ଡିଜ

The Sakala Picture
Published On

ତ୍ରିନିଦାଦ: ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତ ଟେଷ୍ଟ ସିରିଜ ଓ ଦିନିକିଆ ସିରିଜ୍‌କୁ କବ୍‌ଜା କରିବା ପରେ ଆଜି ଠାରୁ ଟି-୨୦ ସିରିଜ୍‌ ଆରମ୍ଭ ହୋଇଛି। ବ୍ରାଏନ ଲାରା ଷ୍ଟାଡିୟମ୍‌ରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଘରୋଇ ଦଳ ୱେଷ୍ଟଇଣ୍ଡିଜ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୱେଷ୍ଟଇଣ୍ଡିଜ୧୪୯ ରନ କରିଛି। ତେବେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୫୦ ରନର ଆବଶ୍ୟକତା […]

ତ୍ରିନିଦାଦ: ୱେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତ ଟେଷ୍ଟ ସିରିଜ ଓ ଦିନିକିଆ ସିରିଜ୍‌କୁ କବ୍‌ଜା କରିବା ପରେ ଆଜି ଠାରୁ ଟି-୨୦ ସିରିଜ୍‌ ଆରମ୍ଭ ହୋଇଛି। ବ୍ରାଏନ ଲାରା ଷ୍ଟାଡିୟମ୍‌ରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଘରୋଇ ଦଳ ୱେଷ୍ଟଇଣ୍ଡିଜ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୱେଷ୍ଟଇଣ୍ଡିଜ୧୪୯ ରନ କରିଛି। ତେବେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୫୦ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ବ୍ରେଣ୍ଡନ୍ କିଙ୍ଗ୍ ୧୯ ବଲରେ ୨୮ ରନ କରି ଆଉଟ ହୋଇଥିବା ବେଳେ କାଇଲ୍ ମାୟର୍ସ ୭ ବଲରେ ୧ ରନ କରି ଆଉଟ ହୋଇଥିଲେ । ଜନସନ ଚାର୍ଲ୍ସ ୬ ବଲରେ ୩ ରନ କରି ଆଉଟ ହୋଇଥିଲେ। ନିକୋଲାସ୍ ପୁରନ୍ ୩୪ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରୋଭମାନ ପାୱେଲ  ଓ  ଶିମ୍ରନ୍ ହେଟମାୟର ସମ୍ଭାଳିଥିଲେ। ଶିମ୍ରନ୍ ହେଟମାୟର ୧୨ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପାୱେଲଙ୍କ ସାଥ ଦେବା ପାଇଁ ରୋମାରିଓ ଶେଫର୍ଡ ଆସିଥିଲେ। ରୋଭମାନ ପାୱେଲ ୩୨ ବଲରେ ୪୮ ରନ କରି ଆଉଟ ହୋଇଥିଲେ। ପରେ ଜେସନ ହୋଲ୍ଡର ବ୍ୟାଟିଂ କରିବାକୁ ଆସିଥିଲେ। ଜେସନ ହୋଲ୍ଡର ୫ ବଲରେ ୬ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ  ଅର୍ଶଦୀପ ସିଂହ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp