ଭାରତ- ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ଭାରତର ଘାତକ ବୋଲିଂ, ୧୧୪ ରନରେ ଅଲଆଉଟ୍ ହେଲା ଓ୍ଵେଷ୍ଟଇଣ୍ଡିଜ

The Sakala Picture
Published On

ବ୍ରିଜଟାଉନ: ଭାରତ- ଓ୍ଵେଷ୍ଟଇଣ୍ଡିଜ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆଜି ଖେଳାଯାଇଛି। ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ କରି ୨୩ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଥିଲା। ଫଳରେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୧୫ରନର ଆବଶ୍ୟକତା ରହିଛି। ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ବ୍ରେଣ୍ଡନ କିଙ୍ଗ୍ ୨୩ ବଲରେ ୧୭ ରନ କରି ଆଉଟ ହୋଇଥିବା ବେଳେ ଅଲିକ ଅଥାଞ୍ଜେ […]

ବ୍ରିଜଟାଉନ: ଭାରତ- ଓ୍ଵେଷ୍ଟଇଣ୍ଡିଜ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆଜି ଖେଳାଯାଇଛି। ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ କରି ୨୩ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଥିଲା। ଫଳରେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୧୫ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ବ୍ରେଣ୍ଡନ କିଙ୍ଗ୍ ୨୩ ବଲରେ ୧୭ ରନ କରି ଆଉଟ ହୋଇଥିବା ବେଳେ ଅଲିକ ଅଥାଞ୍ଜେ ୧୮ ବଲରେ ୨୨ ରନ କରି ଆଉଟ ହୋଇଥିଲେ।  ଅଧିନାୟକ ସାଇ ହୋପ୍ ୪୫ ବଲରେ ୪୩ ରନ କରି ଆଉଟ ହୋଇଥିଲେ। ସିମରନ ହେଟମାୟର ୧୯ ବଲରେ ୧୧ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟକୌଣସି ଖେଳାଳି ବ୍ୟାଟିଂରେ ସଫଳ ହୋଇ ନଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା, ମୁକେଶ କୁମାର ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ, ସିରିଜରେ ୨-୦ରେ ଆଗୁଆ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp