ଆଇପିଏଲ ୨୦୨୩: ଚେନ୍ନାଇ ସୁପରକିଙ୍ଗ୍‌ସକୁ ୧୩୫ ରନର ଟାର୍ଗେଟ ଦେଲା ସନରାଇଜର୍ସ ହାଇଦ୍ରାବାଦ

The Sakala Picture
Published On

ଚେନ୍ନାଇ: ଶୁକ୍ରବାର ଚଳିତ ଆଇପିଏଲ୍‌ରେ ଘରୋଇ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଚିପକ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯାଉଛି। ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଲରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୩୪ ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଚେନ୍ନାଇକୁ ୧୩୫ ରନର ଆବଶ୍ୟକତା ରହିଛି। ସନରାଇଜର୍ସ […]

ଚେନ୍ନାଇ: ଶୁକ୍ରବାର ଚଳିତ ଆଇପିଏଲ୍‌ରେ ଘରୋଇ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଚିପକ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯାଉଛି। ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଲରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୩୪ ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଚେନ୍ନାଇକୁ ୧୩୫ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ସନରାଇଜର୍ସ ପକ୍ଷରୁ ହ୍ୟାରି ବ୍ରୁକ ୧୩ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ପରେ ଅଭିଶେକ ଶର୍ମା ୨୬ ବଲରେ ୩୪ ରନ କରି ଆଉଟ ହୋଇଥିଲେ । ରାହୁଲ ତ୍ରିପାଠୀ ୨୧ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ଆଡେନ ମାକ୍ରାମ ୧୨ ବଲରେ ୧୨ ରନ କରି ଆଉଟ ହୋଇଥିଲେ। ମୟଙ୍କ ଅଗ୍ରୱାଲ ୪ ବଲରେ ୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ହେନେରିକ କ୍ଲାସନ ଓ ମାର୍କୋ ଜାନସେନ ପାରିକୁ ସମ୍ଭାଳିଥିଲେ । ହେଲେ କ୍ଲାସନ ୧୬ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ମାର୍କୋ ଜାନସେନ ୨୨ ବଲରେ ୧୭ ରନ କରି ଅପରାଜିତ ରହିଥିବା ବେଳେ ୱାଶିଙ୍ଗଟନ ସୁନ୍ଦର ୬ ବଲରେ ୯ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ଚେନ୍ନାଇ ସୁପରକିଙ୍ଗ୍‌ସ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ପଥିରାଣା, ମହେଶ ଥିକଶାନା ଓ ଆକାଶ ସିଂହ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ, ସିରିଜରେ ୨-୦ରେ ଆଗୁଆ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp