ଆଇପିଏଲ ୨୦୨୩: ଚେନ୍ନାଇ ସୁପରକିଙ୍ଗ୍‌ସକୁ ୧୩୫ ରନର ଟାର୍ଗେଟ ଦେଲା ସନରାଇଜର୍ସ ହାଇଦ୍ରାବାଦ

The Sakala Picture
Published On

ଚେନ୍ନାଇ: ଶୁକ୍ରବାର ଚଳିତ ଆଇପିଏଲ୍‌ରେ ଘରୋଇ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଚିପକ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯାଉଛି। ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଲରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୩୪ ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଚେନ୍ନାଇକୁ ୧୩୫ ରନର ଆବଶ୍ୟକତା ରହିଛି। ସନରାଇଜର୍ସ […]

ଚେନ୍ନାଇ: ଶୁକ୍ରବାର ଚଳିତ ଆଇପିଏଲ୍‌ରେ ଘରୋଇ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଚିପକ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯାଉଛି। ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଲରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୩୪ ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଚେନ୍ନାଇକୁ ୧୩୫ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସନରାଇଜର୍ସ ପକ୍ଷରୁ ହ୍ୟାରି ବ୍ରୁକ ୧୩ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ପରେ ଅଭିଶେକ ଶର୍ମା ୨୬ ବଲରେ ୩୪ ରନ କରି ଆଉଟ ହୋଇଥିଲେ । ରାହୁଲ ତ୍ରିପାଠୀ ୨୧ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ଆଡେନ ମାକ୍ରାମ ୧୨ ବଲରେ ୧୨ ରନ କରି ଆଉଟ ହୋଇଥିଲେ। ମୟଙ୍କ ଅଗ୍ରୱାଲ ୪ ବଲରେ ୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ହେନେରିକ କ୍ଲାସନ ଓ ମାର୍କୋ ଜାନସେନ ପାରିକୁ ସମ୍ଭାଳିଥିଲେ । ହେଲେ କ୍ଲାସନ ୧୬ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ମାର୍କୋ ଜାନସେନ ୨୨ ବଲରେ ୧୭ ରନ କରି ଅପରାଜିତ ରହିଥିବା ବେଳେ ୱାଶିଙ୍ଗଟନ ସୁନ୍ଦର ୬ ବଲରେ ୯ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଚେନ୍ନାଇ ସୁପରକିଙ୍ଗ୍‌ସ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ପଥିରାଣା, ମହେଶ ଥିକଶାନା ଓ ଆକାଶ ସିଂହ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp