ଆଇପିଏଲ ୨୦୨୩ : ଭେଙ୍କଟେଶ ଆୟରଙ୍କ ଶତକ ବେକାର, ୫ ୱିକେଟରେ ମ୍ୟାଚକୁ ଜିତିଲା ମୁମ୍ବାଇ

The Sakala Picture
Published On

ମୁମ୍ବାଇ : ମୁମ୍ବାଇ : ଚଳିତ ଆଇପିଏଲର ୨୨ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇର୍ଡସକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ପରାସ୍ତ କରିଛି। ମୁମ୍ବାଇର ୱାନ୍‌ଙ୍ଖେଡେ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ନିତିଶ ରାଣାଙ୍କ ନେତୃତ୍ବରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୮୫ ରନ୍‌ କରିଥିଲା। ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୧୭.୪ ଓଭରରେ ୫ ୱିକେଟ୍‌ ହରାଇ ପୂରା କରିନେଇଛି। ଆଜି ମୁମ୍ବାଇ ପକ୍ଷରୁ […]

ମୁମ୍ବାଇ : ମୁମ୍ବାଇ : ଚଳିତ ଆଇପିଏଲର ୨୨ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇର୍ଡସକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ପରାସ୍ତ କରିଛି। ମୁମ୍ବାଇର ୱାନ୍‌ଙ୍ଖେଡେ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ନିତିଶ ରାଣାଙ୍କ ନେତୃତ୍ବରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୮୫ ରନ୍‌ କରିଥିଲା। ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୧୭.୪ ଓଭରରେ ୫ ୱିକେଟ୍‌ ହରାଇ ପୂରା କରିନେଇଛି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଆଜି ମୁମ୍ବାଇ ପକ୍ଷରୁ ବ୍ୟାଟିଂ ନିମନ୍ତ୍ରଣ ପାଇ କୋଲକାତାର ପାଳି ଆରମ୍ଭ କରିଥିଲେ ରହମାନୁଲ୍ଲା ଗୁରବାଜ ଓ ଏନ୍‌ ଜଗଦୀସନ। କ୍ୟାମରନ ଗ୍ରୀନ୍‌ ବଲ୍‌ ସାମ୍ନା କରିବାକୁ ବିଫଳ ହୋଇ ଜଗଦୀଶନ ଖାତା ନ ଖୋଲି ପାଭଲିଅନ ଫେରିଥିଲେ। ମାତ୍ର ୧୧ ରନ୍‌ର ସ୍କୋରରେ କୋଲକାତାକୁ ପ୍ରଥମ ଝଟକା ମିଳିଥିଲା। ରହମାନୁଲ୍ଲା ଓ ଭେଙ୍ଗଟେଶ ଆୟର ଦ୍ବିତୀୟ ୱିକେଟ୍‌ ପାଇଁ ୪୬ ରନ୍‌ ସଂଗ୍ରହ କରିଥିଲେ। ରହମାନୁଲ୍ଲା ବ୍ୟକ୍ତିଗତ ଭାବେ ୮ ରନ୍‌ ସଂଗ୍ରହ କରି ପାଭଲିଅନ ଫେରିଥିଲେ। ତାଙ୍କ ସ୍ଥାନରେ ଆସିଥିଲେ ଅଧିନାୟକ ନିତିଶ ରାଣା (୫ରନ୍‌)। ସାର୍ଦ୍ଦୁଲ ଠାରକୁ ୧୩ ରନ୍‌, ରିଙ୍କୁ ସିଂ ୧୮ ରନ୍‌ ଯୋଡ଼ିଥିଲେ। କୋଲକାତା ୧୨୩ ରନ୍‌ରେ ୪ ଜଣ ବ୍ୟାଟରଙ୍କୁ ହରାଇ ସାରିଥିଲା। ତେବେ କୋଲକାତାକୁ ବଡ଼ ସ୍କୋର ଦେବାରେ ଭେଙ୍କଟେଶ ଆୟର ବଡ଼ ଭୂମିକା ତୁଲାଇଥିଲେ। ଆୟର ୫୧ଟି ବଲ୍‌ ଖେଳି ଶତକ (୧୦୪ ରନ୍‌) ହାସଲ କରିଥିଲେ। ଏଥିରେ ୬ଟି ଚୌକା ଓ ୯ଟି ଛକା ସାମିଲ ଥିଲା। ମୁମ୍ବାଇ ପାଇଁ ହ୍ରିତିକ ଶୋଖୀନ ସର୍ବାଧିକ ୨ଟି ୱିକେଟ ନେଇଥିଲେ। କେମରନ ଗ୍ରୀନ, ଡୁଆନ ଜନସେନ୍‌, ପିୟୁଷ ଚାୱଲା ଓ ରିଲେ ମେରଡିହିଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ଏହାପରେ ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ମୁମ୍ବାଇର ରୋହିତ ଶର୍ମା ଓ ଈଶାନ କିଶନ ମୁମ୍ବାଇର ପାଳି ଆରମ୍ଭ କରିଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୬୫ ରନ୍‌ର ଭାଗିଦାରୀ ହୋଇ ଦଳର ବିଜୟ ପଥକୁ ସହଜ କରିଥିଲେ। ଈଶାନ କିଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୫୮ ରନ୍‌ କରିଥିଲେ। ସେ ୨୫ଟି ବଲ୍‌ ଖେଳି ୫ଟି ଚୌକା ଓ ସମାନ ପରିମାଣରେ ଛକା ମାରିଥିଲେ। ଅଧିନାୟକ ରୋହିତ ଶର୍ମା ୨୦ ରନ୍‌, ସୂର୍ଯ୍ୟକୁମାର ଯାଦବ ୪୩ ରନ୍‌, ତିଲକ ର୍ବା ୩୦ ରନ୍‌ ଓ ଟିମ୍‌ ଡାଭିଡ ଅପରାଜିତ ୨୪ ରନ୍‌ ସଂଗ୍ରହ କରିଥିଲେ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

16 Apr 2023 By The Sakala

ଆଇପିଏଲ ୨୦୨୩ : ଭେଙ୍କଟେଶ ଆୟରଙ୍କ ଶତକ ବେକାର, ୫ ୱିକେଟରେ ମ୍ୟାଚକୁ ଜିତିଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇ : ଚଳିତ ଆଇପିଏଲର ୨୨ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇର୍ଡସକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍‌ରେ ପରାସ୍ତ କରିଛି। ମୁମ୍ବାଇର ୱାନ୍‌ଙ୍ଖେଡେ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ନିତିଶ ରାଣାଙ୍କ ନେତୃତ୍ବରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୮୫ ରନ୍‌ କରିଥିଲା। ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୧୭.୪ ଓଭରରେ ୫ ୱିକେଟ୍‌ ହରାଇ ପୂରା କରିନେଇଛି।

ଆଜି ମୁମ୍ବାଇ ପକ୍ଷରୁ ବ୍ୟାଟିଂ ନିମନ୍ତ୍ରଣ ପାଇ କୋଲକାତାର ପାଳି ଆରମ୍ଭ କରିଥିଲେ ରହମାନୁଲ୍ଲା ଗୁରବାଜ ଓ ଏନ୍‌ ଜଗଦୀସନ। କ୍ୟାମରନ ଗ୍ରୀନ୍‌ ବଲ୍‌ ସାମ୍ନା କରିବାକୁ ବିଫଳ ହୋଇ ଜଗଦୀଶନ ଖାତା ନ ଖୋଲି ପାଭଲିଅନ ଫେରିଥିଲେ। ମାତ୍ର ୧୧ ରନ୍‌ର ସ୍କୋରରେ କୋଲକାତାକୁ ପ୍ରଥମ ଝଟକା ମିଳିଥିଲା। ରହମାନୁଲ୍ଲା ଓ ଭେଙ୍ଗଟେଶ ଆୟର ଦ୍ବିତୀୟ ୱିକେଟ୍‌ ପାଇଁ ୪୬ ରନ୍‌ ସଂଗ୍ରହ କରିଥିଲେ। ରହମାନୁଲ୍ଲା ବ୍ୟକ୍ତିଗତ ଭାବେ ୮ ରନ୍‌ ସଂଗ୍ରହ କରି ପାଭଲିଅନ ଫେରିଥିଲେ। ତାଙ୍କ ସ୍ଥାନରେ ଆସିଥିଲେ ଅଧିନାୟକ ନିତିଶ ରାଣା (୫ରନ୍‌)। ସାର୍ଦ୍ଦୁଲ ଠାରକୁ ୧୩ ରନ୍‌, ରିଙ୍କୁ ସିଂ ୧୮ ରନ୍‌ ଯୋଡ଼ିଥିଲେ। କୋଲକାତା ୧୨୩ ରନ୍‌ରେ ୪ ଜଣ ବ୍ୟାଟରଙ୍କୁ ହରାଇ ସାରିଥିଲା। ତେବେ କୋଲକାତାକୁ ବଡ଼ ସ୍କୋର ଦେବାରେ ଭେଙ୍କଟେଶ ଆୟର ବଡ଼ ଭୂମିକା ତୁଲାଇଥିଲେ। ଆୟର ୫୧ଟି ବଲ୍‌ ଖେଳି ଶତକ (୧୦୪ ରନ୍‌) ହାସଲ କରିଥିଲେ। ଏଥିରେ ୬ଟି ଚୌକା ଓ ୯ଟି ଛକା ସାମିଲ ଥିଲା। ମୁମ୍ବାଇ ପାଇଁ ହ୍ରିତିକ ଶୋଖୀନ ସର୍ବାଧିକ ୨ଟି ୱିକେଟ ନେଇଥିଲେ। କେମରନ ଗ୍ରୀନ, ଡୁଆନ ଜନସେନ୍‌, ପିୟୁଷ ଚାୱଲା ଓ ରିଲେ ମେରଡିହିଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

ଏହାପରେ ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ନେଇ ମୁମ୍ବାଇର ରୋହିତ ଶର୍ମା ଓ ଈଶାନ କିଶନ ମୁମ୍ବାଇର ପାଳି ଆରମ୍ଭ କରିଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୬୫ ରନ୍‌ର ଭାଗିଦାରୀ ହୋଇ ଦଳର ବିଜୟ ପଥକୁ ସହଜ କରିଥିଲେ। ଈଶାନ କିଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୫୮ ରନ୍‌ କରିଥିଲେ। ସେ ୨୫ଟି ବଲ୍‌ ଖେଳି ୫ଟି ଚୌକା ଓ ସମାନ ପରିମାଣରେ ଛକା ମାରିଥିଲେ। ଅଧିନାୟକ ରୋହିତ ଶର୍ମା ୨୦ ରନ୍‌, ସୂର୍ଯ୍ୟକୁମାର ଯାଦବ ୪୩ ରନ୍‌, ତିଲକ ର୍ବା ୩୦ ରନ୍‌ ଓ ଟିମ୍‌ ଡାଭିଡ ଅପରାଜିତ ୨୪ ରନ୍‌ ସଂଗ୍ରହ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର