ଆଇପିଏଲ ୨୦୨୩ : ବିରାଟ କୋହଲିଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ

The Sakala Picture
Published On

ବେଙ୍ଗାଲୁରୁ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଶେଷ ବଲ୍‌‌ରେ ୧ ୱିକେଟରେ ହରାଇ ଲକ୍ଷ୍ନୌ ସୁପର ଜାଏଣ୍ଟସ ଗତକାଲି ଅନୁଷ୍ଠିତ ଆଇପିଏଲ୍‌‌ର ୧୫ତମ ଲିଗ୍‌‌ ମ୍ୟାଚ୍‌‌ରେ ନାଟକୀୟ ବିଜୟ ହାସଲ କରିଛି। ଏହି ମ୍ୟାଚଟି ବେଶ ରୋମାଞ୍ଚକର ହୋଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୨୧୩ ରନ୍‌ର ବିଶାଳ ଟାର୍ଗେଟକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଶେଷ ବଲ୍‌ରେ ପୂରଣ କରିବା ସହ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ରୟାଲ […]

ବେଙ୍ଗାଲୁରୁ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଶେଷ ବଲ୍‌‌ରେ ୧ ୱିକେଟରେ ହରାଇ ଲକ୍ଷ୍ନୌ ସୁପର ଜାଏଣ୍ଟସ ଗତକାଲି ଅନୁଷ୍ଠିତ ଆଇପିଏଲ୍‌‌ର ୧୫ତମ ଲିଗ୍‌‌ ମ୍ୟାଚ୍‌‌ରେ ନାଟକୀୟ ବିଜୟ ହାସଲ କରିଛି। ଏହି ମ୍ୟାଚଟି ବେଶ ରୋମାଞ୍ଚକର ହୋଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୨୧୩ ରନ୍‌ର ବିଶାଳ ଟାର୍ଗେଟକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଶେଷ ବଲ୍‌ରେ ପୂରଣ କରିବା ସହ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ବିରାଟ କୋହଲି ୪୪ ବଲ୍‌‌ରେ ୬୧ ରନ୍ କରିଥିଲେ। ତେବେ ବିରାଟଙ୍କ ଏହି ଇଂନିସ ସତ୍ତ୍ବେ ତାଙ୍କ ଉପରେ ଗୁରୁତର ଅଭିଯୋଗ ଆସିଛି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ଏହି ମ୍ୟାଚରେ ବିରାଟ କୋହଲି ୪୪ ବଲ୍‌‌ରେ ୬୧ ରନର ଚମତ୍କାର ଇନିଂସ ଖେଳିଥିଲେ। କିନ୍ତୁ ଏହା ସତ୍ତ୍ବେ ନ୍ୟୁଜିଲ୍ୟାଣ୍ଡର କ୍ରିକେଟ୍ ଦଳର ପୂର୍ବତନ ବୋଲର ସାଇମନ୍ ଡଲ୍ ବିରାଟ କୋହଲିଙ୍କୁ ସମାଲୋଚନା କରିଛନ୍ତି। ମ୍ୟାଚ୍ ସମୟରେ କମେଣ୍ଟ୍ରି କରୁଥିବା ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳି ତଥା ସମୀକ୍ଷକ ସାଇମନ୍ ଡଲ୍ ବିରାଟଙ୍କ ବିଷୟରେ କହିଛନ୍ତି ଯେ କୋହଲି କେବଳ ତାଙ୍କ ରେକର୍ଡକୁ ଗୁରୁତ୍ୱ ଦିଅନ୍ତି। ସେ ଦଳୀୟ ସ୍କୋରକୁ ଗୁରୁତ୍ବ ପ୍ରଦାନ କରନ୍ତି ନାହିଁ।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ବିରାଟ କୋହଲି ମାତ୍ର ୨୫ ବଲରେ ପ୍ରାରମ୍ଭିକ ୪୨ ରନ୍ ସ୍କୋର କରିଥିଲେ। କିନ୍ତୁ ଏହା ପରେ କୋହଲି ନିଜର ଅର୍ଦ୍ଧଶତକ ପୂରଣ କରିବା ପାଇଁ ୧୦ ବଲର ସମ୍ମୁଖୀନ ହୋଇଥିଲେ ଅର୍ଥାତ୍ ୮ ରନ୍ ସ୍କୋର କରିଥିଲେ। ଏଭଳି ପରିସ୍ଥିତିରେ ସାଇମନ୍ ଡଲ୍ ମନ୍ତବ୍ୟ ଦେଇ କହିଛନ୍ତି ଯେ କୋହଲି ଏକ ହାଇ ସ୍ପିଡ୍ ଟ୍ରେନ୍ ପରି ନିଜ ଇଂନିସ ଆରମ୍ଭ କରିଥିଲେ। ସେ ଦ୍ରୁତ ଗତିରେ ରନ୍‌ କରୁଥିଲେ। ମାତ୍ର ପରେ ସେ ୪୨ ରନରୁ ୫୦ ରେ ପହଞ୍ଚିବା ପାଇଁ ୧୦ ଟି ବଲର ସମ୍ମୁଖୀନ ହୋଇଥିଲେ । ଲାଗୁଥିଲା ଯେ ସେ ତାଙ୍କ ରେକର୍ଡକୁ ନେଇ ଚିନ୍ତିତ ଅଛନ୍ତି। ମୁଁ ଭାବୁନାହିଁ ଖେଳରେ ଏଥିପାଇଁ ସ୍ଥାନ ଅଛି | ଆପଣ କ୍ରମାଗତ ଭାବରେ ରନ୍ ସ୍କୋର କରିବା ଉଚିତ୍,  ଯେତେବେଳେ ଆପଣଙ୍କର ବହୁତ ୱିକେଟ୍ ବାକି ଅଛି। ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଉ କିଛି ରନ୍‌ ଅଧିକ କରିଥାନ୍ତା ତେବେ କାଲିର ମ୍ୟାଚକୁ ଜିତିଯାଇଥାନ୍ତା ବୋଲି ସାଇମନ୍ ଡଲ୍ ମନ୍ତବ୍ୟ ଦେଇ କହିଛନ୍ତି।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

11 Apr 2023 By The Sakala

ଆଇପିଏଲ ୨୦୨୩ : ବିରାଟ କୋହଲିଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ

ବେଙ୍ଗାଲୁରୁ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଶେଷ ବଲ୍‌‌ରେ ୧ ୱିକେଟରେ ହରାଇ ଲକ୍ଷ୍ନୌ ସୁପର ଜାଏଣ୍ଟସ ଗତକାଲି ଅନୁଷ୍ଠିତ ଆଇପିଏଲ୍‌‌ର ୧୫ତମ ଲିଗ୍‌‌ ମ୍ୟାଚ୍‌‌ରେ ନାଟକୀୟ ବିଜୟ ହାସଲ କରିଛି। ଏହି ମ୍ୟାଚଟି ବେଶ ରୋମାଞ୍ଚକର ହୋଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ୨୧୩ ରନ୍‌ର ବିଶାଳ ଟାର୍ଗେଟକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ଶେଷ ବଲ୍‌ରେ ପୂରଣ କରିବା ସହ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ବିରାଟ କୋହଲି ୪୪ ବଲ୍‌‌ରେ ୬୧ ରନ୍ କରିଥିଲେ। ତେବେ ବିରାଟଙ୍କ ଏହି ଇଂନିସ ସତ୍ତ୍ବେ ତାଙ୍କ ଉପରେ ଗୁରୁତର ଅଭିଯୋଗ ଆସିଛି।

ଏହି ମ୍ୟାଚରେ ବିରାଟ କୋହଲି ୪୪ ବଲ୍‌‌ରେ ୬୧ ରନର ଚମତ୍କାର ଇନିଂସ ଖେଳିଥିଲେ। କିନ୍ତୁ ଏହା ସତ୍ତ୍ବେ ନ୍ୟୁଜିଲ୍ୟାଣ୍ଡର କ୍ରିକେଟ୍ ଦଳର ପୂର୍ବତନ ବୋଲର ସାଇମନ୍ ଡଲ୍ ବିରାଟ କୋହଲିଙ୍କୁ ସମାଲୋଚନା କରିଛନ୍ତି। ମ୍ୟାଚ୍ ସମୟରେ କମେଣ୍ଟ୍ରି କରୁଥିବା ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଖେଳାଳି ତଥା ସମୀକ୍ଷକ ସାଇମନ୍ ଡଲ୍ ବିରାଟଙ୍କ ବିଷୟରେ କହିଛନ୍ତି ଯେ କୋହଲି କେବଳ ତାଙ୍କ ରେକର୍ଡକୁ ଗୁରୁତ୍ୱ ଦିଅନ୍ତି। ସେ ଦଳୀୟ ସ୍କୋରକୁ ଗୁରୁତ୍ବ ପ୍ରଦାନ କରନ୍ତି ନାହିଁ।

ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ବିରାଟ କୋହଲି ମାତ୍ର ୨୫ ବଲରେ ପ୍ରାରମ୍ଭିକ ୪୨ ରନ୍ ସ୍କୋର କରିଥିଲେ। କିନ୍ତୁ ଏହା ପରେ କୋହଲି ନିଜର ଅର୍ଦ୍ଧଶତକ ପୂରଣ କରିବା ପାଇଁ ୧୦ ବଲର ସମ୍ମୁଖୀନ ହୋଇଥିଲେ ଅର୍ଥାତ୍ ୮ ରନ୍ ସ୍କୋର କରିଥିଲେ। ଏଭଳି ପରିସ୍ଥିତିରେ ସାଇମନ୍ ଡଲ୍ ମନ୍ତବ୍ୟ ଦେଇ କହିଛନ୍ତି ଯେ କୋହଲି ଏକ ହାଇ ସ୍ପିଡ୍ ଟ୍ରେନ୍ ପରି ନିଜ ଇଂନିସ ଆରମ୍ଭ କରିଥିଲେ। ସେ ଦ୍ରୁତ ଗତିରେ ରନ୍‌ କରୁଥିଲେ। ମାତ୍ର ପରେ ସେ ୪୨ ରନରୁ ୫୦ ରେ ପହଞ୍ଚିବା ପାଇଁ ୧୦ ଟି ବଲର ସମ୍ମୁଖୀନ ହୋଇଥିଲେ । ଲାଗୁଥିଲା ଯେ ସେ ତାଙ୍କ ରେକର୍ଡକୁ ନେଇ ଚିନ୍ତିତ ଅଛନ୍ତି। ମୁଁ ଭାବୁନାହିଁ ଖେଳରେ ଏଥିପାଇଁ ସ୍ଥାନ ଅଛି | ଆପଣ କ୍ରମାଗତ ଭାବରେ ରନ୍ ସ୍କୋର କରିବା ଉଚିତ୍,  ଯେତେବେଳେ ଆପଣଙ୍କର ବହୁତ ୱିକେଟ୍ ବାକି ଅଛି। ଯଦି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଉ କିଛି ରନ୍‌ ଅଧିକ କରିଥାନ୍ତା ତେବେ କାଲିର ମ୍ୟାଚକୁ ଜିତିଯାଇଥାନ୍ତା ବୋଲି ସାଇମନ୍ ଡଲ୍ ମନ୍ତବ୍ୟ ଦେଇ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର