ପ୍ରଥମ ମହିଳା ପ୍ରିମିୟର ଲିଗ୍‌‌ କ୍ରିକେଟ, ଦିଲ୍ଲୀକୁ ହରାଇ ମୁମ୍ବାଇ ଚାମ୍ପିଅନ

The Sakala Picture
Published On

ମୁମ୍ବଇ: ବିସିସିଆଇ ଆନୁକୂଲ୍ୟରେ ୫ଟି ଦଳକୁ ନେଇ ମାର୍ଚ୍ଚ ୪ରୁ ମୁମ୍ବଇରେ ଚାଲିଥିବା ପ୍ରଥମ ମହିଳା ପ୍ରିମିୟର ଲିଗ୍‌‌ କ୍ରିକେଟ ଆଜି ଶେଷ ହୋଇଛି। ବ୍ରାବର୍ଣ୍ଣ ଷ୍ଟାଡିୟମ୍‌‌ରେ ରବିବାର ଅନୁଷ୍ଠିତ ଫାଇନାଲରେ ମ୍ୟାଚ୍‌‌ରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍‌‌ ଆଖ୍ୟା ଅର୍ଜନ କରିଛି। ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ ବିନିମୟରେ ୧୩୧ ରନ୍‌‌ କରିଥିଲା। ଜବାବରେ ମୁମ୍ବାଇ ୩ଟି ବଲ ବାକିଥାଇ ଓ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି […]

ମୁମ୍ବଇ: ବିସିସିଆଇ ଆନୁକୂଲ୍ୟରେ ୫ଟି ଦଳକୁ ନେଇ ମାର୍ଚ୍ଚ ୪ରୁ ମୁମ୍ବଇରେ ଚାଲିଥିବା ପ୍ରଥମ ମହିଳା ପ୍ରିମିୟର ଲିଗ୍‌‌ କ୍ରିକେଟ ଆଜି ଶେଷ ହୋଇଛି। ବ୍ରାବର୍ଣ୍ଣ ଷ୍ଟାଡିୟମ୍‌‌ରେ ରବିବାର ଅନୁଷ୍ଠିତ ଫାଇନାଲରେ ମ୍ୟାଚ୍‌‌ରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍‌‌ ଆଖ୍ୟା ଅର୍ଜନ କରିଛି। ଏହି ମ୍ୟାଚ୍‌‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ ବିନିମୟରେ ୧୩୧ ରନ୍‌‌ କରିଥିଲା। ଜବାବରେ ମୁମ୍ବାଇ ୩ଟି ବଲ ବାକିଥାଇ ଓ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ପ୍ରଥମ ଚାମ୍ପିଅନ ହେବାର ସୌଭାଗ୍ୟ ଅର୍ଜନ କରିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏହି ଦିଲ୍ଲୀ ପ୍ରଦତ୍ତ ୧୩୨ ରନ୍‌‌ର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବଇ ଚତୁର୍ଥ ଓଭରରେ ଦୁଇ ପ୍ରାରମ୍ଭିକ ବ୍ୟାଟରଙ୍କୁ ହରାଇଥିଲା। କିନ୍ତୁ ତୃତୀୟ ୱିକେଟ ଭାଗୀଦାରିରେ ଦୁଇ ଅଭିଜ୍ଞ ବ୍ୟାଟର ନାତାଲି ସିଭର-ବ୍ରଣ୍ଟ ଓ ଅଧିନାୟିକା ହରମନପ୍ରୀତ୍‌‌ କୌର ଲଢୁଆ ଖେଳ ପ୍ରଦର୍ଶନ କରି ୭୪ ବଲରୁ ୭୨ ରନ୍‌‌ ଉଠାଇ ଦଳକୁ ବିଜୟର ନିକଟବର୍ତ୍ତୀ କରାଇଥିଲେ। ହରମନପ୍ରୀତ୍‌‌ ୩୯ ବଲ୍‌‌ରୁ ୫ ଚୌକା ସହ ୩୭ ରନ୍‌‌ କରିଥିଲେ। କିନ୍ତୁ ନାତାଲି ୫୫ ବଲ୍‌‌ରୁ ୭ ଚୌକା ସହ ୬୦ ରନ୍‌‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଦଳ ପ୍ରତିପକ୍ଷ ମୁମ୍ବଇ ବୋଲରଙ୍କୁ ଉଚିତ ମୁକାବିଲା କରିବାରେ ସମର୍ଥ ହୋଇ ନଥିଲା। ଏପରିକି ଦଳ ୧୬ ଓଭର ଶେଳ ଶେଷବେଳକୁ ୯ ୱିକେଟରେ ୭୯ ରନ କରି ଏକ ଲୋ ସ୍କୋର କରିବାକୁ ଯାଉଥିଲା। କିନ୍ତୁ ଶିଖା ପାଣ୍ଡେ ଓ ରାଧା ଯାଦବ ଅବିଭକ୍ତ ୧୦ମ ୱିକେଟ ଭାଗୀଦାରିରୁ ୨୪ ବଲ୍‌‌ରେ ୫୨ ରନ୍‌‌ ସଂଗ୍ରହ କରିବା ଫଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାରେ ସମର୍ଥ ହୋଇଥିଲା। ଶିଖା ୧୭ ବଲ୍‌‌ରେ ୩ ଚୌକା ଓ ୧ଛକା ସହ ୨୭ ଓ ରାଧା ୧୨ ବଲ୍‌‌ରେ ୨ ଚୌକା ଓ ୨ଛକା ସହ ମଧ୍ୟ ସମାନ ୨୭ ରନ୍‌‌ କରି ଅପରାଜିତ ରହିଥିଲେ। ଅଧିନାୟିକା ମେଗ ଲାନିଂ ୨୯ ବଲ୍‌‌ରେ ୩୫, ମାରିଜାନ କାପ୍‌‌ ୧୮ ଓ ଶେଫାଳୀ ବର୍ମା ୧୧ ରନ୍‌‌ କରିଥିଲେ ମୁମ୍ବାଇ ପକ୍ଷରୁ ଇଶି ୱଙ୍ଗ ଓ ହେଲୀ ମାଥ୍ୟୁସ ୩ଟି ଲେଖାଏଁ, ଅାମେଲିଆ କେର ୨ଟି ୱିକେଟ ପାଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp