ମହିଳା ପ୍ରିମିୟର ଲିଗ୍‌‌ : ଆଜି ଦିଲ୍ଲୀ-ମୁମ୍ବାଇ ଫାଇନାଲ

The Sakala Picture
Published On

ମୁମ୍ବାଇ : ମହିଳା ପ୍ରିମିୟର ଲିଗ୍‌‌ (ଡବ୍ଳ୍ୟୁପିଏଲ) ପ୍ରଥମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଟାଇଟଲ ପାଇଁ ରବିବାର ଫାଇନାଲ ମୁକାବିଲାରେ ହରମନପ୍ରୀତ କୌରଙ୍କ ମୁ୍‌‌ମ୍ବାଇ ଇଣ୍ଡିଆନ୍ସ ଓ ମେଗ୍‌‌ ଲାନିଂଙ୍କ ନେତୃତ୍ୱାଧୀନ ଦିଲ୍ଳୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ଦିଲ୍ଲୀ ଲିଗ୍‌‌ ପର୍ଯ୍ୟାୟରେ ୮ଟି ମ୍ୟାଚ୍‌‌ ଖେଳି ୬ ବିଜୟ, ୨ ପରାଜୟ ସହ ମୋଟ୍‌‌ ୧୨ ପଏଣ୍ଟ ପାଇଁ ନେଟ୍‌‌ ରନରେଟ୍‌‌ରେ ଶୀର୍ଷରେ ରହି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ମୁମ୍ବାଇ […]

ମୁମ୍ବାଇ : ମହିଳା ପ୍ରିମିୟର ଲିଗ୍‌‌ (ଡବ୍ଳ୍ୟୁପିଏଲ) ପ୍ରଥମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଟାଇଟଲ ପାଇଁ ରବିବାର ଫାଇନାଲ ମୁକାବିଲାରେ ହରମନପ୍ରୀତ କୌରଙ୍କ ମୁ୍‌‌ମ୍ବାଇ ଇଣ୍ଡିଆନ୍ସ ଓ ମେଗ୍‌‌ ଲାନିଂଙ୍କ ନେତୃତ୍ୱାଧୀନ ଦିଲ୍ଳୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ଦିଲ୍ଲୀ ଲିଗ୍‌‌ ପର୍ଯ୍ୟାୟରେ ୮ଟି ମ୍ୟାଚ୍‌‌ ଖେଳି ୬ ବିଜୟ, ୨ ପରାଜୟ ସହ ମୋଟ୍‌‌ ୧୨ ପଏଣ୍ଟ ପାଇଁ ନେଟ୍‌‌ ରନରେଟ୍‌‌ରେ ଶୀର୍ଷରେ ରହି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ମୁମ୍ବାଇ ସମାନ ୧୨ ପଏଣ୍ଟ ପାଇଥିଲେ ମଧ୍ୟ ନେଟ୍‌‌ ରନରେଟ୍‌‌ରେ ପଛରେ ରହି ଦ୍ୱିତୀୟ ଓ ୟୁପି ୱାରିୟର୍ଜ ୮ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା। ଫଳରରେ ଫାଇନାଲ ଟିକଟ ପାଇଁ ମୁମ୍ବାଇ ଓ ୟୁପି ଏଲିମିନେଟରରେ ପରସ୍ପରକୁ ଭେଟିଥିଲେ। ଏଥିରେ ମୁମ୍ବାଇ ୭୨ ରନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା। ଉଭୟ ଦଳରେ ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି। ତେଣୁ ମୁକାବିଲା ରୋମାଞ୍ଚକ ଓ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ନାତାଲି, ମାଥ୍ୟୁସ ଦିଲ୍ଲୀ ପାଇଁ ସମସ୍ୟା ସୃଷ୍ଟି କରିବେ

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଉଭୟ ଦଳ ଟାଇଟଲ ପାଇଁ ସମାନ ଭାବେ ଦାବିଦାର ଅଛନ୍ତି। ବ୍ରାବର୍ଣ୍ଣ ଷ୍ଟାଡିୟମରେ ମୁମ୍ବାଇର ରେକର୍ଡ ଅପେକ୍ଷାକୃତ ଭଲ ରହିଛି। ଏଠାରେ ୩ଟି ମ୍ୟାଚ୍‌‌ ଖେଳି ମୁମ୍ବାଇ ସବୁଥିରେ ବିଜୟ ହାସଲ କରିଛି। ଅନ୍ୟପଟେ ଦିଲ୍ଲୀ ଏହି ଷ୍ଟାଡିୟମରେ ୩ଟି ମ୍ୟାଚ୍‌‌ ଖେଳି ୨ଟି ବିଜୟ ଓ ଗୋଟିଏ ପରାଜୟ ବରଣ କରିଛି। ହରମନପ୍ରୀତ ଶ୍ରେଷ୍ଠ ଫର୍ମରେ ନ ଥିଲେ ମଧ୍ୟ ନାତାଲି ସ୍କିଭର ବ୍ରଣ୍ଟ କିନ୍ତୁ ଏଲିମିନେଟର ମ୍ୟାଚ୍‌‌ ଭଳି ଆଉ ଏକ ଦମ୍‌‌ଦାର ପାଳି ଖେଳି ମୁମ୍ବାଇର ସଙ୍କଟ ମୋଚକ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ନାତାଲି ୫୪.୪୦ ହାରରେ ତୃତୀୟ ସର୍ବାଧିକ ରନ (୨୭୨) ସଂଗ୍ରହ କରି ଦୁଇଟି ଅର୍ଦ୍ଧଶତକ ହାସଲ କରିବା ସହ ୧୦ ୱିକେଟ ଅକ୍ତିଆର କରିଛନ୍ତି। ଲିଗ୍‌‌ରେ ସେ ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚିତ ହୋଇଛନ୍ତି। ତେଣୁ ମୁମ୍ବାଇ ନାତାଲିଙ୍କ ପ୍ରଦର୍ଶନ ଉପରେ ନର୍ଭର କରିବ। ଅନ୍ତିମ ୫ ଓଭରରେ ସେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେହିପରି ମୁମ୍ବାଇର ଅନ୍ୟତମ ଅଲରାଉଣ୍ଡର ହେଲି ମାଥ୍ୟୁସ୍‌‌ ମଧ୍ୟ ଦିଲ୍ଲୀ ପାଇଁ ସମସ୍ୟା ସୃଷ୍ଟି କରିବେ। ସେ ଏପର୍ଯ୍ୟନ୍ତ ୨୫୮ ରନ ସଂଗ୍ରହ କରିବା ସହ ୯ଟି ମ୍ୟାଚ୍‌‌ରୁ ୧୩ ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ୟସ୍ତିକା ଭାଟିଆ ବ୍ୟାଟିଂରେ ନୀର୍ଭିକ ପ୍ରଦର୍ଶନ କରିଛନ୍ତି। ମୁମ୍ବାଇର ସାଇକା ଇଶାକ ଏପର୍ଯ୍ୟନ୍ତ ୧୫ଟି ୱିକେଟ ଅକ୍ତିଆର କରିଛନ୍ତି। ସେ ୟୁପିର ସୋଫି ଏକ୍ଲେଷ୍ଟୋନ (୧୬ ୱିକେଟ)ଙ୍କୁ ପଛରେ ପକାଇବା ସମ୍ଭାବନା ରହିଛି। ସେହିପରି ଇଶାବେଲ ୟଙ୍ଗ ଓ ଆମେଲିଆ କେର ବୋଲିଂରେ ମୁମ୍ବାଇ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ।

ନିର୍ଣ୍ଣାୟକ ଭୂମିକାରେ ଲାନିଂ, କାପ୍‌‌, କାପ୍‌‌ସେ, ରୋଡ୍ରିଗ୍ୱେଜ

ଅପରପକ୍ଷରେ ମେଗ ଲାନିଂଙ୍କ ନେତୃତ୍ୱରେ ଦିଲ୍ଲୀ ପ୍ରଥମ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି। ଲାନିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗତ ଟି-୨୦ ମହିଳା ବିଶ୍ୱକପ୍‌‌ରେ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲେ ଓ ସେ ଆଉ ଏକ ବିଶ୍ୱସ୍ତରୀୟ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛନ୍ତି। ଏହି ଲିଗ୍‌‌ରେ ୫୧. ୬୬ ରନ ହାରରେ ଲାନିଂ ସର୍ବାଧିକ ୩୧୦ ରନ ସଂଗ୍ରହ କରିଛନ୍ତି। ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି। ମାରିଜନେ କାପ୍‌‌ ନିଜର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଦିଲ୍ଲୀକୁ ଚାମ୍ପିଅନ କରାଇବାକୁ ପ୍ରୟାସ କରିବେ। ସେ ୧୫୯ ରନ ସଂଗ୍ରହ କରିବା ସହ ୮ଟି ମ୍ୟାଚ୍‌‌ରୁ ୯ ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ଆଲିସ କାପ୍‌‌ସେ ମଧ୍ୟ ନିଜର ପାୱାର ହିଟିଂ ମାଧ୍ୟରେ ଦଳକୁ ବଡ଼ ସ୍କୋର ପ୍ରଦାନ କରିବେ। ଦିଲ୍ଲୀ ବିଦେଶୀ ଖେଳାଳିଙ୍କ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ହେବ। କିନ୍ତୁ ଭାରତୀୟ ଖେଳାଳି ଜେମିମା ରୋଡ୍ରିଗ୍ୱେଜ, ଶେଫାଳୀ ବର୍ମା, ଶିଖା ପଣ୍ଡେ ଓ ପୁନମ ଯାଦବ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।

ଦିଲ୍ଲୀ କ୍ୟାପିଟାଲ୍ସ

ମେଗ୍‌‌ ଲାନିଂ (ଅଧିନାୟିକା), ଜେମିମା ରୋଡ୍ରିଗ୍ୱେଜ, ଶେଫାଳୀ ବର୍ମା, ଆଲିସ କାପ୍‌‌ସେ, ରାଧା ଯାଦବ, ଶିଖା ପାଣ୍ଡେ, ମାରିଜନେ କାପ୍‌‌, ତିତାସ ସାଧୁ, ଲଉରା ହାରିସ, ତାରା ନୋରିସ, ଜସିଆ ଅଖତାର, ମିନୁ ମାନି, ତାନିଆ ଭାଟିଆ, ପୁନମ ଯାଦବ, ଜେସ ଜୋନାସେନ, ସ୍ନେହା ଦିପ୍ତୀ, ଅରୁନ୍ଧତି ରେଡ୍ଡୀ, ଅପର୍ଣ୍ଣା ମଣ୍ଡଳ।

ମୁମ୍ବାଇ ଇଣ୍ଡିଆନ୍ସ

ହରମନପ୍ରୀତ କୌର (ଅଧିନାୟିକା), ନାତାଲି ସ୍କିଭର- ବ୍ରଣ୍ଟ, ଆମେଲିଆ କେର, ପୂଜା ବସ୍ତ୍ରକାର, ୟସ୍ତିକା ଭାଟିଆ, ହିଥର ଗ୍ରାହମ, ୟଙ୍ଗ, ଅମନଜୋତ କୌର, ଧାରା ଗୁଜର, ସାଇକା ଇସାକ, ହିଲି ମାଥ୍ୟୁସ୍‌‌, ଚ୍ଲୋଏ ଟ୍ରାଇଅନ, ହୁମାଇରା କାଜି, କୋମଲ ଜାନଜାଦ, ପ୍ରିୟଙ୍କା ବାଲା, ସୋନମ ଯାଦବ, ନୀଲମ ବିଷ୍ଟ ଓ ଜିନ୍ତାମାନୀ କାଲିଟା।

26 Mar 2023 By The Sakala

https://www.thesakala.in/sports/wpl-2023-mumbai-indians-face-delhi-capitals-in-final/article-20150
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର