ଦୀର୍ଘ ୩ ବର୍ଷ ପରେ ଟେଷ୍ଟରେ ଶତକ ମାରିଲେ ବିରାଟ କୋହଲି

The Sakala Picture
Published On

ଅହମଦାବାଦ: ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ବିରାଟ କୋହଲି ଟେଷ୍ଟରେ ଶତକ ହାସଲ କରିଛନ୍ତି।  ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଖେଳା ଯାଉଥିବା ବେଳେ ଆଜି ଚତୁର୍ଥ ଦିବସରେ ଶତକ ହାସଲ କରିଛନ୍ତି ବିରାଟ କୋହଲି। ସେ ୨୪୧ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ଏହି ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ୟାରିୟରରେ ଏହା ହେଉଛି ତାଙ୍କର ୨୮ତମ ଶତକ। ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ […]

ଅହମଦାବାଦ: ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ବିରାଟ କୋହଲି ଟେଷ୍ଟରେ ଶତକ ହାସଲ କରିଛନ୍ତି।  ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଖେଳା ଯାଉଥିବା ବେଳେ ଆଜି ଚତୁର୍ଥ ଦିବସରେ ଶତକ ହାସଲ କରିଛନ୍ତି ବିରାଟ କୋହଲି। ସେ ୨୪୧ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ଏହି ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ୟାରିୟରରେ ଏହା ହେଉଛି ତାଙ୍କର ୨୮ତମ ଶତକ। ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ଟେଷ୍ଟରେ ଶତକ ମାରିଛନ୍ତି। ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ୭୫ଟି ଶତକ ପୂରଣ କରିଛନ୍ତି। ଏଥିମଧ୍ୟରେ ଦିନିକିଆର ୪୬ଟି ଓ ଟି-ଟ୍ୱେଣ୍ଟିର ଗୋଟିଏ ଶତକ ରହିଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଖବର ଅନୁଯାୟୀ, ୧୨୦୪ ଦିନର ଅପେକ୍ଷା ପରେ ଟେଷ୍ଟ କ୍ରିକେଟରେ ଶତକ ହାସଲ କଲେ ବିରାଟ କୋହଲି । ୨୩ ନଭେମ୍ବର ୨୦୧୯ ପରଠାରୁ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିନଥିଲେ ବିରାଟ । ତେବେ ଅହମଦାବାଦରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ଶେଷ ହୋଇଛି ଏହି ଅପେକ୍ଷା । ବିରାଟ ଧୈର୍ଯ୍ଯର ସହ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ଏହା ପୂର୍ବରୁ ବିରାଟ ଗତ ବର୍ଷ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ଓ ବାଂଲାଦେଶ ବିପକ୍ଷରେ ଦିନିକିଆରେ ଶତକ ହାସଲ କରିଥିଲେ ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

12 Mar 2023 By The Sakala

ଦୀର୍ଘ ୩ ବର୍ଷ ପରେ ଟେଷ୍ଟରେ ଶତକ ମାରିଲେ ବିରାଟ କୋହଲି

ଅହମଦାବାଦ: ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ବିରାଟ କୋହଲି ଟେଷ୍ଟରେ ଶତକ ହାସଲ କରିଛନ୍ତି।  ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଖେଳା ଯାଉଥିବା ବେଳେ ଆଜି ଚତୁର୍ଥ ଦିବସରେ ଶତକ ହାସଲ କରିଛନ୍ତି ବିରାଟ କୋହଲି। ସେ ୨୪୧ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ଏହି ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ୟାରିୟରରେ ଏହା ହେଉଛି ତାଙ୍କର ୨୮ତମ ଶତକ। ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ଟେଷ୍ଟରେ ଶତକ ମାରିଛନ୍ତି। ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ୭୫ଟି ଶତକ ପୂରଣ କରିଛନ୍ତି। ଏଥିମଧ୍ୟରେ ଦିନିକିଆର ୪୬ଟି ଓ ଟି-ଟ୍ୱେଣ୍ଟିର ଗୋଟିଏ ଶତକ ରହିଛି।

ଖବର ଅନୁଯାୟୀ, ୧୨୦୪ ଦିନର ଅପେକ୍ଷା ପରେ ଟେଷ୍ଟ କ୍ରିକେଟରେ ଶତକ ହାସଲ କଲେ ବିରାଟ କୋହଲି । ୨୩ ନଭେମ୍ବର ୨୦୧୯ ପରଠାରୁ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିନଥିଲେ ବିରାଟ । ତେବେ ଅହମଦାବାଦରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ଶେଷ ହୋଇଛି ଏହି ଅପେକ୍ଷା । ବିରାଟ ଧୈର୍ଯ୍ଯର ସହ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ଏହା ପୂର୍ବରୁ ବିରାଟ ଗତ ବର୍ଷ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ଓ ବାଂଲାଦେଶ ବିପକ୍ଷରେ ଦିନିକିଆରେ ଶତକ ହାସଲ କରିଥିଲେ ।

https://www.thesakala.in/sports/india-vs-australia-virat-kohli-scores-hundred-in-test-cricket-after-3-years/article-19733
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp