ମହିଳା ଟି-୨୦ ବିଶ୍ଵକପ୍: ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇ ଷଷ୍ଠ ଥର ପାଇଁ ଚାମ୍ପିଅନ୍ ହେଲା ଅଷ୍ଟ୍ରେଲିଆ
କେପଟାଉନ: ମହିଳା ଟି-୨୦ ବିଶ୍ଵକପ୍ରେ ପୁଣି ଥରେ ବିଶ୍ଵ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । କେପଟାଉନରେ ଖେଳାଯାଇଥିବା ଆଜିର ଫାଇନାଲ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇ ଷଷ୍ଠ ଥର ଟାଇଟଲ୍ ଜିତିଛି ଅଷ୍ଟ୍ରେଲିଆ। ଅନ୍ୟପଟେ ପ୍ରଥମ ଥର ଫାଇନାଲ୍ରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଶେଷ ପର୍ଯ୍ଯନ୍ତ ସଙ୍ଘର୍ଷ କରିଥିଲେ ମଧ୍ଯ ମ୍ୟାଚ ଜିତି ପାରି ନାହିଁ। ପ୍ରଥମେ ବ୍ୟାଟିଂ ଅଷ୍ଟ୍ରେଲିଆ ୬ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମୋନିଙ୍କ […]
କେପଟାଉନ: ମହିଳା ଟି-୨୦ ବିଶ୍ଵକପ୍ରେ ପୁଣି ଥରେ ବିଶ୍ଵ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । କେପଟାଉନରେ ଖେଳାଯାଇଥିବା ଆଜିର ଫାଇନାଲ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇ ଷଷ୍ଠ ଥର ଟାଇଟଲ୍ ଜିତିଛି ଅଷ୍ଟ୍ରେଲିଆ। ଅନ୍ୟପଟେ ପ୍ରଥମ ଥର ଫାଇନାଲ୍ରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଶେଷ ପର୍ଯ୍ଯନ୍ତ ସଙ୍ଘର୍ଷ କରିଥିଲେ ମଧ୍ଯ ମ୍ୟାଚ ଜିତି ପାରି ନାହିଁ।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ପ୍ରଥମେ ବ୍ୟାଟିଂ ଅଷ୍ଟ୍ରେଲିଆ ୬ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମୋନିଙ୍କ ୭୪ ରନ କରିଥିଲେ। ହେଲି ୧୮ ରନ କରି ଆଉଟ ହୋଇଥିବା ବେଳେ ଗାର୍ଡନର ୨୧ ବଲରେ ୨୯ ରନ କରି ଆଉଟ ହୋଇଥିଲେ। ସେହିପରି ଗ୍ରେସ ହ୍ଯାରିସ ୧୦ ରନ, ଲାନିଂ ୧୦ ରନ ଓ ପେରି ୭ ରନ କରି ଆଉଟ ହୋଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୩୭ ରନ କରି ପାରିଥିଲା। ଓପନର ଲଉରା ଓ୍ଵଲଭାର୍ଡଙ୍କ ୬୧ ରନ ଇନିଂସ ଖେଳିଥିଲେ ମଧ୍ଯ ଦଳକୁ ପରାଜୟରୁ ରକ୍ଷା କରି ପାରିନଥିଲେ।






