ଦିଲ୍ଲୀ ଟେଷ୍ଟରେ ଭାରତର ଦମଦାର୍ ବିଜୟ, ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ଦମଦାର୍ ବିଜୟଲାଭ କରିଛି । ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଛି ଟିମ୍‌ ଇଣ୍ଡିଆ । ବର୍ଡର-ଗାଭାସ୍କର ଟ୍ରଫିର ୨ୟ ଟେଷ୍ଟକୁ ନିଜ ନାମରେ କରିଛି ରୋହିତ ବାହିନୀ । ଦ୍ଵିତୀୟ ଟେଷ୍ଟ ଜିତି ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌ କରି […]

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ଦମଦାର୍ ବିଜୟଲାଭ କରିଛି । ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଛି ଟିମ୍‌ ଇଣ୍ଡିଆ । ବର୍ଡର-ଗାଭାସ୍କର ଟ୍ରଫିର ୨ୟ ଟେଷ୍ଟକୁ ନିଜ ନାମରେ କରିଛି ରୋହିତ ବାହିନୀ । ଦ୍ଵିତୀୟ ଟେଷ୍ଟ ଜିତି ୪ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଆଉ ଭାରତ ପ୍ରଥମ ଇନିଂସରେ ୧ ରନରେ ପଛୁଆ ରହି ୨୬୨ ରନ୍‌ କରି ଅଲଆଉଟ ହୋଇଥିଲା। ପ୍ରଥମ ଇନିଂସରେ ନାଥନ ଲିଏନ ୫ଟି ଓ୍ଵିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ମାତ୍ର ଦ୍ଵିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଭ୍ରମଣକାରୀ ଦଳ । ଜାଡେଜାଙ୍କ କମାଲ ବୋଲିଂରେ ଧରାଶାୟୀ ହୋଇ ପରାଜୟ ସ୍ୱୀକାର କରିଥିଲା ଅଷ୍ଟ୍ରେଲିଆ ଟିମ୍ । ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ଦଳ ଭାରତ ଆଗରେ ମାତ୍ର ୧୧୫ ରନର ଟାର୍ଗେଟ ଦେଇ ଅଲଆଉଟ ହୋଇଯାଇଥିଲା । ଆଉ ଭାରତ ମାତ୍ର ୪ ଓ୍ଵିକେଟ ହରାଇ ତୃତୀୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା ଦ୍ୱିତୀୟ ଟେଷ୍ଟକୁ ଜିତିନେଇଛି । ଅଧିନାୟକ ରୋହିତ ଶର୍ମା ୩୧ ରନ୍‌ କରି ଆଉଟ୍‌ ହୋଇଥିବାବେଳେ କେ ଏଲ ରାହୁଲ ୧ ରନ୍‌, ବିରାଟ କୋହଲି ୨୦ ରନ୍‌, ଶ୍ରେୟସ ଆୟର ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ । ଚେତେଶ୍ୱର ପୂଜାରା ୨୭ ରନ କରି ଅପରାଜିତ ରହିଥିଲେ। ସେହିପରି ଶିଖର ଭରତ ମଧ୍ୟ ୨୩ ରନ୍‌ କରି ଅପରାଜିତ ରହିଥିଲେ ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର