ବାଜିଲା ଆଇପିଏଲ୍‌ ବିଗୁଲ୍‌ : ମାର୍ଚ୍ଚ ୩୧ରେ ଆରମ୍ଭ, ମେ ୨୮ରେ ଫାଇନାଲ, ଗୁଜୁରାଟ-ଚେନ୍ନାଇ ପ୍ରଥମ ମ୍ୟାଚ୍

The Sakala Picture
Published On

ନୂଆଦିଲ୍ଲୀ : ଆଇପିଏଲ ୨୦୨୩ ପାଇଁ ବାଜିଛି ବିଗୁଲ୍‌। ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ‘ଆଇପିଏଲ’ ପାଇଁ ବିସିସିଆଇ ଘୋଷଣା କରିଛି ମ୍ୟାଚ ସୂଚୀ। ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆଇପିଏଲ ଆରମ୍ଭ ହୋଇ ମେ ୨୮ ତାରିଖରେ ଫାଇନାଲ ଖେଳାଯିବ।  ତେବେ ଚଳିତ ବର୍ଷ ଆଇପିଏଲର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ  ଏବଂ ଚାରିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଯୁବ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚରେ […]

ନୂଆଦିଲ୍ଲୀ : ଆଇପିଏଲ ୨୦୨୩ ପାଇଁ ବାଜିଛି ବିଗୁଲ୍‌। ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ‘ଆଇପିଏଲ’ ପାଇଁ ବିସିସିଆଇ ଘୋଷଣା କରିଛି ମ୍ୟାଚ ସୂଚୀ। ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆଇପିଏଲ ଆରମ୍ଭ ହୋଇ ମେ ୨୮ ତାରିଖରେ ଫାଇନାଲ ଖେଳାଯିବ।  ତେବେ ଚଳିତ ବର୍ଷ ଆଇପିଏଲର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ  ଏବଂ ଚାରିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଯୁବ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନିଙ୍କ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଭୟ ଓପନିଂ ଏବଂ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଆଇପିଏଲ ୨୦୨୩ରେ ୧୦ଟି ଟିମ୍‌ ମଧ୍ୟରେ ୭୦ଟି ଲିଗ୍ ମ୍ୟାଚ୍ ଖେଳାଯିବ। ଏହା ପରେ ଚାରୋଟି ପ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ। ଚଳିତ ଥର ଦର୍ଶକ ମାନେ ୧୮ଟି ଡବଲ୍ ହେଡର ମ୍ୟାଚ ଦେଖିବେ । ଅର୍ଥାତ୍ ଗୋଟିଏ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ । ଏହିପରି ଚଳିତ ଆଇପିଏଲରେ ମୋଟ ୭୪ ଟି ମ୍ୟାଚ୍ ହେବ। ସମସ୍ତ ମ୍ୟାଚ୍ ସମଗ୍ର ଦେଶରେ ୧୨ ଟି ଗ୍ରାଉଣ୍ଡରେ ଖେଳାଯିବ। ଗୌହାଟି, ଧର୍ମଶାଳା, ଅହମ୍ମଦାବାଦ, ମୋହାଲି, ଲକ୍ଷ୍ନୌ, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ, କୋଲକାତା, ଜୟପୁର, ମୁମ୍ବାଇ, ଗୌହାଟି, ଧର୍ମଶାଳା ଷ୍ଟାଡିୟମରେ ଆଇପିଏଲ ମ୍ୟାଚଗୁଡିକ ଖେଳାଯିବ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଆଇପିଏଲ ୨୦୨୩ ପାଇଁ ସମସ୍ତ ୧୦ଟି ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଦଳ ଗ୍ରୁପ୍ ଷ୍ଟେଜରେ ୧୪-୧୪ ମ୍ୟାଚ୍ ଖେଳିବେ । ଏହି ସମୟ ମଧ୍ୟରେ ପ୍ରତ୍ୟେକ ଦଳ ନିଜ ଘରୋଇ ମାଟିରେ ୭ଟି ମ୍ୟାଚ୍ ଖେଳିବାକୁ ଥିବାବେଳେ ବାକି ୭ଟି ମ୍ୟାଚ୍ ବିପକ୍ଷ ଦଳଙ୍କ ମାଟିରେ ଖେଳିବେ ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଆଇପିଏଲ୍ ୨୦୨୩ ଗ୍ରୁପ୍

ଗ୍ରୁପ୍-ଏ: ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍

ଗ୍ରୁପ୍-ବି: ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଗୁଜୁରାଟ ଟାଇଟନ୍ସ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର