ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କଲେ ଭାରତୀୟ ଖେଳାଳି

The Sakala Picture
Published On

ମଧ୍ୟପ୍ରଦେଶ: ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ଉଜ୍ଜୟୀନର ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଭାରତୀୟ ଖେଳାଳି ଓ ଅନ୍ୟ ସଦସ୍ୟ। ମହାକାଳ ମନ୍ଦିରରେ ପୂଜାପାଠ, ପଞ୍ଚାମୃତ ଅଭିଷେକ କରିଥିଲେ ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର ଓ କୁଳଦୀପ ଯାଦବ । ଦେହରେ ଗେରୁଆ ବସ୍ତ୍ର ଓ ଧୋତି, ମୁଣ୍ଡରେ ଟିକା ଲଗାଇ ଭୋଳାବାବାଙ୍କ ଭକ୍ତିରେ ବିଲୀନ ହୋଇଯାଇଥିଲେ ଏହି ୩ ଖେଳାଳି । ସାଧାରଣ ଲୋକଙ୍କ ଭଳି […]

ମଧ୍ୟପ୍ରଦେଶ: ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ଉଜ୍ଜୟୀନର ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଭାରତୀୟ ଖେଳାଳି ଓ ଅନ୍ୟ ସଦସ୍ୟ। ମହାକାଳ ମନ୍ଦିରରେ ପୂଜାପାଠ, ପଞ୍ଚାମୃତ ଅଭିଷେକ କରିଥିଲେ ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର ଓ କୁଳଦୀପ ଯାଦବ । ଦେହରେ ଗେରୁଆ ବସ୍ତ୍ର ଓ ଧୋତି, ମୁଣ୍ଡରେ ଟିକା ଲଗାଇ ଭୋଳାବାବାଙ୍କ ଭକ୍ତିରେ ବିଲୀନ ହୋଇଯାଇଥିଲେ ଏହି ୩ ଖେଳାଳି । ସାଧାରଣ ଲୋକଙ୍କ ଭଳି ଶ୍ରଦ୍ଧାଳୁଙ୍କ ସହ ବସି ମହାକାଳ ମନ୍ଦିରରେ ମହାକାଳଙ୍କ ଭସ୍ମ ଆଳତି ଦେଖିଥିଲେ । ଟିମରେ ଥିବା ସର୍ପୋଟଷ୍ଟାଫ ଓ ଅମ୍ପାୟାରମାନେ ମଧ୍ୟ ମନ୍ଦିରରେ ବିଭିନ୍ନ ନୀତିକାନ୍ତି କରିଥିବା ବେଳର ଫଟୋ ସାମ୍ନାକୁ ଆସିଛି।

ଆହୁରି ପଢ଼ନ୍ତୁ: ଖରାପ ଫର୍ମ ପାଇଁ ସୂର୍ଯ୍ୟକୁମାରଙ୍କ ସ୍ଥାନ ସଙ୍କଟରେ: ଅଧିନାୟକ ପଦ ହରାଇପାରନ୍ତି 'ମିଷ୍ଟର ୩୬୦'

ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସୂର୍ଯ୍ୟକୁମାର କହିଛନ୍ତି, ଭସ୍ମ ଆଳତି ଦେଖି ମନକୁ ଶାନ୍ତି ମିଳିଛି । ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆଳତି ଦେଖିଲୁ । ଶେଷରେ ମହାକାଳଙ୍କ ପୂଜା କରିବା ସହ ଭାଇ ଋଷଭଙ୍କ ପାଇଁ ପ୍ରାର୍ଥନା କରିଥିଲୁ । ଋଷଭ କିଭଳି ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ସେନେଇ ପୂଜା କରିଥିଲୁ । ଋଷଭ ଯେତେ ଶୀଘ୍ର ସୁସ୍ଥ ହୋଇ ଟିମକୁ ଫେରିବେ ତାହା ଆମ ପାଇଁ ସେତେ ଲାଭଦାୟକ ହେବ ।

ଆହୁରି ପଢ଼ନ୍ତୁ: ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର

ସୂଚନାଯୋଗ୍ୟ, ଗତ ୩୦ ଡିସେମ୍ବରରେ ରାତିରେ ଫେରୁଥିବା ବେଳେ ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଋଷଭ । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ପନ୍ତ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

23 Jan 2023 By The Sakala

ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କଲେ ଭାରତୀୟ ଖେଳାଳି

ମଧ୍ୟପ୍ରଦେଶ: ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ଉଜ୍ଜୟୀନର ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଭାରତୀୟ ଖେଳାଳି ଓ ଅନ୍ୟ ସଦସ୍ୟ। ମହାକାଳ ମନ୍ଦିରରେ ପୂଜାପାଠ, ପଞ୍ଚାମୃତ ଅଭିଷେକ କରିଥିଲେ ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର ଓ କୁଳଦୀପ ଯାଦବ । ଦେହରେ ଗେରୁଆ ବସ୍ତ୍ର ଓ ଧୋତି, ମୁଣ୍ଡରେ ଟିକା ଲଗାଇ ଭୋଳାବାବାଙ୍କ ଭକ୍ତିରେ ବିଲୀନ ହୋଇଯାଇଥିଲେ ଏହି ୩ ଖେଳାଳି । ସାଧାରଣ ଲୋକଙ୍କ ଭଳି ଶ୍ରଦ୍ଧାଳୁଙ୍କ ସହ ବସି ମହାକାଳ ମନ୍ଦିରରେ ମହାକାଳଙ୍କ ଭସ୍ମ ଆଳତି ଦେଖିଥିଲେ । ଟିମରେ ଥିବା ସର୍ପୋଟଷ୍ଟାଫ ଓ ଅମ୍ପାୟାରମାନେ ମଧ୍ୟ ମନ୍ଦିରରେ ବିଭିନ୍ନ ନୀତିକାନ୍ତି କରିଥିବା ବେଳର ଫଟୋ ସାମ୍ନାକୁ ଆସିଛି।

ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସୂର୍ଯ୍ୟକୁମାର କହିଛନ୍ତି, ଭସ୍ମ ଆଳତି ଦେଖି ମନକୁ ଶାନ୍ତି ମିଳିଛି । ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆଳତି ଦେଖିଲୁ । ଶେଷରେ ମହାକାଳଙ୍କ ପୂଜା କରିବା ସହ ଭାଇ ଋଷଭଙ୍କ ପାଇଁ ପ୍ରାର୍ଥନା କରିଥିଲୁ । ଋଷଭ କିଭଳି ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ସେନେଇ ପୂଜା କରିଥିଲୁ । ଋଷଭ ଯେତେ ଶୀଘ୍ର ସୁସ୍ଥ ହୋଇ ଟିମକୁ ଫେରିବେ ତାହା ଆମ ପାଇଁ ସେତେ ଲାଭଦାୟକ ହେବ ।

ସୂଚନାଯୋଗ୍ୟ, ଗତ ୩୦ ଡିସେମ୍ବରରେ ରାତିରେ ଫେରୁଥିବା ବେଳେ ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଋଷଭ । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ପନ୍ତ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର