ଟିମ୍ ଇଣ୍ଡିଆକୁ ଝଟ୍‌କା; ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଲେ ଯଶପ୍ରୀତ୍ ବୁମରାହ

The Sakala Picture
Published On

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଖେଳିବେନି ଭାରତୀୟ ଟିମର ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରା । ପିଠିରେ ସମସ୍ୟା କାରଣରୁ ଦୀର୍ଘଦିନ ହେଲା ଦଳରୁ ବାଦ୍‌ ପଡିଥିବା ବୁମରାହ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିପାରିବେ ନାହିଁ । କିଛି ଦିନ ତଳେ ଶ୍ରୀଲଙ୍କା ବିପକ୍ଷ ଆଗାମୀ […]

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଖେଳିବେନି ଭାରତୀୟ ଟିମର ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରା । ପିଠିରେ ସମସ୍ୟା କାରଣରୁ ଦୀର୍ଘଦିନ ହେଲା ଦଳରୁ ବାଦ୍‌ ପଡିଥିବା ବୁମରାହ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିପାରିବେ ନାହିଁ ।

ଆହୁରି ପଢ଼ନ୍ତୁ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ବୟାନ, ଦଳକୁ ଦେଲେ 'ନିର୍ଭୀକ' ମନ୍ତ୍ର

କିଛି ଦିନ ତଳେ ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦିନିକିଆ ଶୃଙ୍ଖଳାରେ ଜସପ୍ରୀତ ବୁମରା ଖେଳିବେ ବୋଲି ବିସିସିଆଇ ଟ୍ବିଟ କରି ସୂଚନା ଦେଇଥିଲା। ହେଲେ ଏବେ ବିସିସିଆଇ ନିଜ ନିଷ୍ପତ୍ତି ବଦଳାଇଛି। ଜସପ୍ରୀତ ବୁମରାଙ୍କ ପିଠିରେ ସମସ୍ୟା ହେତୁ ତାଙ୍କୁ ଏତେ ଶୀଘ୍ର ମଇଦାନକୁ ଆଣିବା ଉଚିତ୍ ହେବ ନାହିଁ ବୋଲି ବିସିସିଆଇ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ଆହତ ହୋଇଥିବା ବୁମ୍ରା ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହ୍ୟାବ କରିଥିଲେ। ସେଠାରେ ସେ ଫିଟ ହେବାରୁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ସାମିଲ କରାଯାଇଥିଲା। ତେବେ ମ୍ୟାଚ୍‌ ଖେଳିବା ପାଇଁ ଆବଶ୍ୟକ ଫିଟନେଶ ବୁମ୍ରାଙ୍କ ପାଖରେ ନାହିଁ। ବୁମ୍ରା ବ୍ୟାକ ଇଞ୍ଜୁରୀରୁ ଏଯାଏ ସଂପୂର୍ଣ୍ଣ ଭାବେ ମୁକୁଳି ନାହାନ୍ତି। ମ୍ୟାଚ୍‌ ପାଇଁ ଫିଟ ହେବାକୁ ତାଙ୍କୁ ଆଉ କିଛି ଦିନ ଲାଗିବ। ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ରହିଛି। ତେଣୁ ବୁମ୍ରାଙ୍କୁ ସେହି ସମୟରେ ଟିମକୁ କମବ୍ୟାକ କରିବେ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

09 Jan 2023 By The Sakala

ଟିମ୍ ଇଣ୍ଡିଆକୁ ଝଟ୍‌କା; ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଲେ ଯଶପ୍ରୀତ୍ ବୁମରାହ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଝଟକା । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଖେଳିବେନି ଭାରତୀୟ ଟିମର ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରା । ପିଠିରେ ସମସ୍ୟା କାରଣରୁ ଦୀର୍ଘଦିନ ହେଲା ଦଳରୁ ବାଦ୍‌ ପଡିଥିବା ବୁମରାହ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ଖେଳିପାରିବେ ନାହିଁ ।

କିଛି ଦିନ ତଳେ ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦିନିକିଆ ଶୃଙ୍ଖଳାରେ ଜସପ୍ରୀତ ବୁମରା ଖେଳିବେ ବୋଲି ବିସିସିଆଇ ଟ୍ବିଟ କରି ସୂଚନା ଦେଇଥିଲା। ହେଲେ ଏବେ ବିସିସିଆଇ ନିଜ ନିଷ୍ପତ୍ତି ବଦଳାଇଛି। ଜସପ୍ରୀତ ବୁମରାଙ୍କ ପିଠିରେ ସମସ୍ୟା ହେତୁ ତାଙ୍କୁ ଏତେ ଶୀଘ୍ର ମଇଦାନକୁ ଆଣିବା ଉଚିତ୍ ହେବ ନାହିଁ ବୋଲି ବିସିସିଆଇ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ଆହତ ହୋଇଥିବା ବୁମ୍ରା ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ରିହ୍ୟାବ କରିଥିଲେ। ସେଠାରେ ସେ ଫିଟ ହେବାରୁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ସାମିଲ କରାଯାଇଥିଲା। ତେବେ ମ୍ୟାଚ୍‌ ଖେଳିବା ପାଇଁ ଆବଶ୍ୟକ ଫିଟନେଶ ବୁମ୍ରାଙ୍କ ପାଖରେ ନାହିଁ। ବୁମ୍ରା ବ୍ୟାକ ଇଞ୍ଜୁରୀରୁ ଏଯାଏ ସଂପୂର୍ଣ୍ଣ ଭାବେ ମୁକୁଳି ନାହାନ୍ତି। ମ୍ୟାଚ୍‌ ପାଇଁ ଫିଟ ହେବାକୁ ତାଙ୍କୁ ଆଉ କିଛି ଦିନ ଲାଗିବ। ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ ରହିଛି। ତେଣୁ ବୁମ୍ରାଙ୍କୁ ସେହି ସମୟରେ ଟିମକୁ କମବ୍ୟାକ କରିବେ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର