ଦିନିକିଆ ବିଶ୍ବକପ୍‌ ପାଇଁ BCCIର ବଡ଼ ନିଷ୍ପତ୍ତି : IPL 2023ରୁ ଦୂରେଇ ରହିପାରନ୍ତି ରୋହିତ,କୋହଲି ଓ ହାର୍ଦ୍ଦିକ

The Sakala Picture
Published On

ମୁମ୍ବାଇ : ଚଳିତ ବର୍ଷ ଅକ୍ଟୋବର ମାସରେ ଭାରତରେ ଅନୁଷ୍ଠିତ ହେବ ଦିନିକିଆ ବିଶ୍ବକପ୍‌। ଭାରତରେ ବିଶ୍ବକପ୍‌ ଆୟୋଜନ ହେଉଥିବାରୁ ଭାରତୀୟ କ୍ରିକେଟ୍‌ ବୋର୍ଡ ବିସିସିଆଇ ଏହାକୁ ନେଇ ପ୍ରସ୍ତୁତ ଆରମ୍ଭ କରିଛି। ଭାରତୀୟ କ୍ରିକେଟ ପ୍ରଶଂସକ ଦିନିକିଆ ବିଶ୍ବକପ୍‌କୁ ନେଇ ଉତ୍ସାହିତ ରହିଛନ୍ତି, କାରଣ ୨୦୧୧ ମସିହରେ ଭାରତରେ ଆୟୋଜିତ ହୋଇଥିବା ଦିନିକିଆ ବିଶ୍ବକପରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବାଧିନ ଟିମ୍‌ ଇଣ୍ଡିଆ ବିଜୟ ହାସଲ କରିଥିଲା। ତେବେ ପ୍ରଶଂସକ ଉତ୍ସାହିତ ଥିବା ସମୟରେ ଭାରତୀୟ […]

ମୁମ୍ବାଇ : ଚଳିତ ବର୍ଷ ଅକ୍ଟୋବର ମାସରେ ଭାରତରେ ଅନୁଷ୍ଠିତ ହେବ ଦିନିକିଆ ବିଶ୍ବକପ୍‌। ଭାରତରେ ବିଶ୍ବକପ୍‌ ଆୟୋଜନ ହେଉଥିବାରୁ ଭାରତୀୟ କ୍ରିକେଟ୍‌ ବୋର୍ଡ ବିସିସିଆଇ ଏହାକୁ ନେଇ ପ୍ରସ୍ତୁତ ଆରମ୍ଭ କରିଛି। ଭାରତୀୟ କ୍ରିକେଟ ପ୍ରଶଂସକ ଦିନିକିଆ ବିଶ୍ବକପ୍‌କୁ ନେଇ ଉତ୍ସାହିତ ରହିଛନ୍ତି, କାରଣ ୨୦୧୧ ମସିହରେ ଭାରତରେ ଆୟୋଜିତ ହୋଇଥିବା ଦିନିକିଆ ବିଶ୍ବକପରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବାଧିନ ଟିମ୍‌ ଇଣ୍ଡିଆ ବିଜୟ ହାସଲ କରିଥିଲା। ତେବେ ପ୍ରଶଂସକ ଉତ୍ସାହିତ ଥିବା ସମୟରେ ଭାରତୀୟ କ୍ରିକେଟ୍‌ ବୋର୍ଡ ବିସିସିଆଇ ମଧ୍ୟ ପୁଣିଥରେ ଇତିହାସର ପୁନରାବୃତ୍ତି କରିବାକୁ ଟିମ୍‌ ଇଣ୍ଡିଆ ଉପରେ ଫୋକସ୍‌ କରିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଚଳିତ ବିଶ୍ବକପ୍‌କୁ ନେଇ ବିସିସିଆଇ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଛି। ଆଗାମୀ ଦିନିକିଆ ବିଶ୍ୱକପ ପାଇଁ ବିସିସିଆଇ ମନଇଚ୍ଛା ପ୍ଲେୟାରଙ୍କୁ ନୁହେଁ ବରଂ ବିଶ୍ୱକପ ପୂର୍ବରୁ ଦିନିକିଆ ଫର୍ମାଟ ପାଇଁ ୨୦ ଜଣିଆ ପୁଲ ପ୍ରସ୍ତୁତ କରିବ। ଯେଉଁ ପୁଲରୁ ପ୍ରଦର୍ଶନ ଅନୁଯାୟୀ ଖେଳାଳୀଙ୍କୁ ରୋଟେଟ କରାଯିବ । ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ବିସିସିଆଇର ରିଭ୍ୟୁ ମିଟିଂରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଆଜି ମୁମ୍ବାଇରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିସିସିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଖେଳାଳୀମାନଙ୍କର କାର୍ଯ୍ୟଭାର ପରିଚାଳନା ସେମାନଙ୍କ ମଧ୍ୟରୁ ଗୋଟିଏ । ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଆହତ ହୋଇ ଅସୁବିଧାରେ ପଡ଼ନ୍ତି। ଏଭଳି ପରିସ୍ଥିତିରେ ଦଳର ଅଧିନାୟକ ରୋହିତ ଶର୍ମା, କୋଚ୍ ରାହୁଲ ଦ୍ରାବିଡ, ବିସିସିଆଇ ସଭାପତି ରୋଜର ବିନି, ବିସିସିଆଇ ସମ୍ପାଦକ ଜୟ ଶାହା, ଚୟନ କମିଟିର ପୂର୍ବତନ ଅଧ୍ୟକ୍ଷ ଚେତନ ଶର୍ମା ଏବଂ ଏନସିଏ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କ ଉପସ୍ଥିତିରେ କାର୍ଯ୍ୟଭାର ଉପରେ ଅନେକ ଆଲୋଚନା ହୋଇଥିଲା।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଭାରତର ଅନେକ ପ୍ରମୁଖ ଖେଳାଳି ଚଳିତ ବର୍ଷ ଆଘାତ ସହ ସଂଗ୍ରାମ କରୁଛନ୍ତି। ଏଭଳି ପରିସ୍ଥିତିରେ ଏହି ବୈଠକରେ ଆଘାତ ସମସ୍ୟାକୁ ନେଇ ଅନେକ ଆଲୋଚନା ହୋଇଥିଲା। ବାଂଲାଦେଶ ବିପକ୍ଷ ODI ସିରିଜରେ ଭାରତର ପରାଜୟ ପରେ ଅଧିନାୟକ ରୋହିତ ଶର୍ମା ବଡ଼ ଖେଳାଳିଙ୍କ ଆଘାତ ବିଷୟରେ କହିଥିଲେ। ଖେଳାଳିମାନେ ଫିଟ୍‌ ହେବା ସତ୍ତ୍ୱେ କାହିଁକି ବାରମ୍ବାର ଆହତ ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ରୋହିତ କହିଥିଲେ, “ଆମକୁ ଏହା ଉପରେ ଆଲୋଚନା କରିବାକୁ ପଡିବ ଯେ ଆମ ଖେଳାଳି କଣ ପାଇଁ ଏତେ ପରିମାଣରେ ଆହତ ହେଉଛନ୍ତି। ଖାଲି ଉପରୁ ଦେଖିଦେଲେ ହେବ ନାହିଁ, ଏହାର ପ୍ରକୃତ କାରଣ ଆମକୁ ଖୋଜିବାକୁ ପଡିବ। ମୁଁ ଜାଣେ ନାହିଁ ଏହା ପ୍ରକୃତରେ କ’ଣ? ବୋଧହୁଏ ସେମାନେ ଅତ୍ୟଧିକ କ୍ରିକେଟ୍ ଖେଳୁଛନ୍ତି,ଯାହା ଏହାର ଏକ କାରଣ ବୋଲି ମୁଁ ଭାବୁଛି ବୋଲି ରୋହିତ କହିଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ତେବେ ଆଜିର ବୈଠକ ପରେ ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କୁହାଯାଇଛି ଯେ, ଆଗାମୀ ବିଶ୍ୱକପକୁ ଧ୍ୟାନରେ ରଖି ଏନସିଏ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜ ସହ ମିଶି କାମ କରିବ । ଆଇପିଏଲ ଖେଳୁଥିବା କ୍ରିକେଟରଙ୍କ ଉପରେ ନଜର ରଖାଯିବ । ଯେଉଁମାନେ ଭଲ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ଘରୋଇ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ପଡିବ । ତାହା ପରେ ସେମାନଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିବ ।ଏହାବାଦ୍ ୟୋ ୟୋ ଟେଷ୍ଟ ଓ ଡେକ୍ସୋ ଟେଷ୍ଟ ପାସ୍ କରିବା ପରେ ହିଁ କ୍ରିକେଟରଙ୍କୁ ଜାତୀୟ ଦଳରେ ଖେଳିବାକୁ ସୁଯୋଗ ମିଳିବ ।

ସେହିଭଳି ବିଶ୍ୱକପକୁ ଦୃଷ୍ଟିରେ ରଖି ଅନ୍ୟ ଦେଶ ଅପେକ୍ଷା ଭାରତ ଚଳିତବର୍ଷ ଅଧିକ ଦିନିକିଆ ମ୍ୟାଚ୍ ଖେଳିବ। ଅନ୍ୟପଟେ ବିଶ୍ରାମ ମିଳୁନଥିବା କାରଣରୁ ଭାରତର ବଡ଼ ଖେଳାଳିମାନେ ଆହିତ ସମସ୍ୟାରେ ପଡୁଥିବାରୁ ଚଳିତ ବିଶ୍ବକପ୍‌ ପାଇଁ ୨୦୨୩ ଆଇପିଏଲରୁ ରୋହିତ ଶର୍ମା, ବିରାଟ କୋହଲି ଓ ହାର୍ଦ୍ଦିକଙ୍କ ପରି ବଡ଼ ଖେଳାଳିଙ୍କୁ ଦୁରେଇ ରଖାଯାଇପାରେ। କାରଣ ଏହି ଖେଳାଳି ମାନେ ଆଇପିଏଲ ସମୟରେ ଯଦି ଆହତ ହୁଅନ୍ତି ତେବେ ଭାରତ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରିବ।

ଆଜି ବିସିସିଆଇ ବୈଠରେ ନିଆଯାଇଥିବା ନିଷ୍ପତ୍ତି

  • ବୈଠରେ ନିଷ୍ପତ୍ତି ନିଆଯାଇଛି ଯେ ଯଦି ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଆଘାତ ହେବାର ସମ୍ଭାବନା ଥାଏ, ତେବେ ସେମାନଙ୍କୁ ଆଇପିଏଲରୁ ଦୂରେଇ ରଖାଯିବ
  • ୨୦ ଜଣ ଖେଳାଳିଙ୍କ ପୁଲ୍ ସୃଷ୍ଟି କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ODI ବିଶ୍ୱକପ୍ ଦଳ ଚୟନ କରାଯିବ
  • ନୂତନ ବ୍ଲୁପ୍ରିଣ୍ଟ ଅନୁଯାୟୀ ଖେଳାଳିଙ୍କ କେନ୍ଦ୍ରୀୟ ପୁଲ ପାଇଁ ଏକ ଫିଟନେସ୍ ଏବଂ ୱାର୍କ ଲୋଡ୍ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ, ଯେଉଁଥି ପାଇଁ କାମ ଆରମ୍ଭ ହୋଇସାରିଛି
  • ଖେଳାଳିଙ୍କ ଫିଟନେସ୍ ବିଷୟରେ ସଠିକ୍ ଧାରଣା ପାଇବା ପାଇଁ ୟୋ-ୟୋ ଟେଷ୍ଟ ସହିତ ଡେକ୍ସା ସ୍କାନ୍ ଯୋଡିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଖେଳାଳିମାନଙ୍କର ଅସ୍ଥି ଶକ୍ତି ଡେକ୍ସା ସ୍କାନ୍ ମାଧ୍ୟମରେ ଜଣାପଡିବ
  • ଶରୀରର ଫିଟ୍‌ନେସ୍‌ ଏବଂ ହାଡର ଶକ୍ତି ମାପିବା ପାଇଁ DEXA ସ୍କାନ୍ ହେଉଛି ଆନ୍ତର୍ଜାତୀୟ ମାନକ।| ଏହା 10 ମିନିଟର ପରୀକ୍ଷଣ କରିବ ଯାହା ଶରୀରର ମୋଟ ଚର୍ବି ଏବଂ ହାଡ ଏବଂ ମାଂସପେଶୀ ଶକ୍ତି ମାପ କରିଥାଏ
  • ବୈଠକରେ ଏହା ମଧ୍ୟ କୁହାଯାଇଛି ଯେ ଜାତୀୟ ଖେଳାଳିଙ୍କ ପାଇଁ ଘରୋଇ କ୍ରିକେଟରେ ପର୍ଯ୍ୟାପ୍ତ କ୍ରିକେଟ୍ ଖେଳିବା ଆବଶ୍ୟକ ହେବ। ଏହାପୂର୍ବରୁ, ଆଇପିଏଲରେ ଉଜ୍ଜ୍ୱଳ ଖେଳାଳିମାନେ ସିଧାସଳଖ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର