ଟସ୍‌ ଜିତିଲା ବାଂଲାଦେଶ, ବ୍ୟାଟିଂ ନିଷ୍ପତ୍ତି

The Sakala Picture
Published On

ଢାକା : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ଢାକାରେ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ଗୋଟିଏ ୱିକେଟ ବ୍ୟବଧାନରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚ ଜିତିବାକୁ ଏବଂ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ସମାନ କରିବାକୁ ଚାହୁଁଛି। ବାଂଲାଦେଶ ଅଧିନାୟକ ଲିଟୋନ ଦାସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ୍‌ ଇଣ୍ଡିଆ ଅଧିନାୟକ […]

ଢାକା : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ଢାକାରେ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ଗୋଟିଏ ୱିକେଟ ବ୍ୟବଧାନରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚ ଜିତିବାକୁ ଏବଂ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ରେ ସମାନ କରିବାକୁ ଚାହୁଁଛି। ବାଂଲାଦେଶ ଅଧିନାୟକ ଲିଟୋନ ଦାସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବୋଲିଂ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଆଜି ବାଂଲାଦେଶ ଟିମ୍‌ରେ ଖେଳୁଛନ୍ତି : ନାଜମୁଲ୍‌ ହୋସେନ୍‌ ଶାନ୍ତୋ, ଲିଟନ୍‌ ଦାସ (ଅଧିନାୟକ), ଅନାମୁଲ୍‌ ହକ୍‌, ଶାକିବ୍‌ ଅଲ୍‌ ହସନ୍‌, ମୁଶ୍‌ଫିକର୍‌ ରହିମ୍‌ (ୱିକେଟ୍‌ ରକ୍ଷକ), ମହମୁଦ୍‌ଉଲ୍ଲା, ଆଫିଫ୍‌ ହୋସେନ୍‌, ମେହିଦୀ ହସନ୍‌ ମିର୍ଜା, ନାସୁମ୍‌ ଅହମଦ୍‌, ମୁସ୍ତାଫିଜୁର୍‌ ରହମନ୍‌ ଓ ଏବାଦତ୍‌ ହୋସେନ୍‌।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ସେହିପରି, ଭାରତୀୟ ଦଳରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟର୍‌, କେ.ଏଲ୍‌. ରାହୁଲ୍‌ (ୱିକେଟ୍‌ ରକ୍ଷକ), ୱାସିଂଟନ୍‌ ସୁନ୍ଦର, ଅକ୍ଷର ପଟେଲ୍‌, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର୍‌, ମହମ୍ମଦ୍‌ ସିରାଜ ଓ ଉମ୍ରାନ୍‌ ମଲିକ୍‌।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp